ଭୁବନେଶ୍ବର:ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତବର୍ଷ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ୩୦ ପୃଷ୍ଠାର ଉତ୍ତରଖାତା ରହିଛି । ପରୀକ୍ଷାକୁ ସ୍ବଚ୍ଛ କରିବା ପାଇଁ ସିସିଟିଭି ନଜର ରହିବ ପରୀକ୍ଷା କେନ୍ଦ୍ର । 2021ରେ ପଞ୍ଜୀକରଣ କରିଥିବା ରେଗୁଲାର ପରୀକ୍ଷାର୍ଥୀ ପାଇଁ 30 ପୃଷ୍ଠାର ଉତ୍ତରଖାତା ହୋଇଥିବା ବେଳେ ୨୦୨୦ ମସିହା ପୂର୍ବରୁ ପଞ୍ଜୀକରଣ କରିଥିବା ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ 28 ପୃଷ୍ଠାର ଉତ୍ତରଖାତା ବ୍ୟବସ୍ଥା କରାଯାଇଛି ।
ଯୁକ୍ତ ଦୁଇ ଥିଓରୀ ପରୀକ୍ଷା କିଭଳି ଭାବରେ ସୁରୁଖୁରୁରେ ଶେଷ ହେବ ସେ ନେଇ ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ମାର୍ଚ୍ଚ ୧ ତାରିଖରୁ ୧୮ ତାରିଖ ମଧ୍ୟରେ ହେବାକୁ ଥିବା ପରୀକ୍ଷା ପାଇଁ ସମସ୍ତ ବିଷୟ ଗୁଡ଼ିକର ପ୍ରଶ୍ନପତ୍ର ଗୁଡ଼ିକ ଫେବିଆରୀ ୨୨ ତାରିଖରୁ ୨୬ ତାରିଖ ମଧ୍ୟରେ ସମସ୍ତ କଲେଜର ହବ ଗୁଡ଼ିକରେ ପହଞ୍ଚିବ । ଏହା ସହ ମାର୍ଚ୍ଚ ୧୮ ତାରିଖ ପରେ ଯେଉଁ ସବୁ ବିଷୟ ଗୁଡ଼ିକର ପରୀକ୍ଷା ରହିଛି ସେଗୁଡିକ ପାଇଁ ମାର୍ଚ୍ଚ ୧୫ ରୁ ୧୮ ତାରିଖ ମଧ୍ୟରେ ସମସ୍ତ କଲେଜର ହବକୁ ପ୍ରଶ୍ନପତ୍ର ପହଞ୍ଚିବ । ଫେବୃଆରୀ ପହିଲାରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି । ମାର୍ଚ୍ଚ ପହିଲାକୁ ଥିଓରି ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ 5 ତାରିଖ ଯାଏଁ ଚାଲିବ ।
ଏହା ବି ପଢନ୍ତୁ...ଆତଙ୍କୀ ଲିଙ୍କରେ କଟକର ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ
ସମସ୍ତ ପରୀକ୍ଷା ସକାଳ ୧୦ଟା ସମୟରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଏହି ପରୀକ୍ଷାରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ଦିନ ବିଜ୍ଞାନ ବିଭାଗର ଓଡ଼ିଆ ବିଷୟ ରହିଥିବା ବେଳେ ଦ୍ଵିତୀୟ ଦିନରେ ରହିଛି କଳା ଓ ବାଣିଜ୍ୟ ବିଭାଗର ଓଡ଼ିଆ ବିଷୟ । ରାଜ୍ୟରେ ମୋଟ ୨୦୨ଟି ହବ କରାଯାଇଛି ।