ଓଡିଶା

odisha

CHSE Plus 2 Results 2023: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

By

Published : Jun 8, 2023, 7:17 AM IST

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ନ 4ଟା ବାହାରିବ ରେଜଲ୍ଟ । ଅଧିକ ପଢନ୍ତୁ

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ
CHSE Plus 2 Results 2023

ଭୁବନେଶ୍ବର:ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଳ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ଆଜି ବାହାରିବ । ଅପରାହ୍ନ 4ଟାରେ ସିଏଚଏସଇ କାର୍ଯ୍ୟାଳୟରେ ପ୍ରକାଶ ପାଇବ ରେଜଲ୍ଟ । ଅପରାହ୍ନ 5ଟାରୁ www.orissaresult.nic.in ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବ । ମେ 31 ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳା ଫଳ ପ୍ରକାଶ ପାଇଥିଲା ।

ୱେବସାଇଟ ଛଡା ସାମ୍ସ ଇ-ସ୍ପେସରେ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଉପଲବ୍ଧ ହେବ । କଳାରେ 2 ଲକ୍ଷ 19 ହଜାର 110 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ 5 ହଜାର ଛାତ୍ରଛାତ୍ର ପରୀକ୍ଷା ଦେଇଛନ୍ତି । ମାର୍ଚ୍ଚ 1 ତାରିଖରୁ ଏପ୍ରିଲ 5 ତାରିଖ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା । ଦୁଇଟି ପ୍ରକ୍ରିୟାରେ ଖାତାଦେଖା ହୋଇଥିଲା । 65ଟି ଅଫଲାଇନ ଓ 39ଟି ଅନଲାଇନ କେନ୍ଦ୍ରରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଥିଲା । ତେବେ ଚଳିତ ବର୍ଷ ପ୍ରକାଶିତ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପୂର୍ବ ବର୍ଷ ଅପେକ୍ଷା ପାସହାର କମ ରହିଛି । ତେଣୁ କଳା ଓ ଧନ୍ଦାମୂଳକ ପାସହାର କଣ ହେବ ତାକୁ ନେଇ ପରୀକ୍ଷାର୍ଥୀ ସାମାନ୍ୟ ଚିନ୍ତିତ ରହିଛନ୍ତି ।

ଯୁକ୍ତ ଦୁଇ ସମସ୍ତ ବିଭାଗ ପରୀକ୍ଷା ଫଳ ବାହାରିବା ପେର ସମସ୍ତ ସାର୍ଟିଫିକେଟ ଡିଜି ଲକରରରେ ଉପଲବ୍ଧ ହେବ । ଚଳିତ ବର୍ଷଠୁ ଏହି ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି ବୋର୍ଡ । ଜୁନ 10 ତାରିଖ ସୁଦ୍ଧା ଡିଜି ଲକରରେ ସାର୍ଟିଫିକେଟ ମାର୍କସିଟ ଓ ମାଇଗ୍ରେସନ ସାର୍ଟିଫିକେଟ ମିଳିବ। ଫଳରେ ଛାତ୍ରଛାତ୍ରୀ ମାନେ ଶୀଘ୍ର ସାର୍ଟିଫିକେଟ ନେଇ ଉଚ୍ଚଶିକ୍ଷା ପାଇଁ ଆବେଦନ କରିପାରିବେ । ଆଗାମୀ ଦିନରେ ଗୋଟିଏ ଦିନରେ ସମସ୍ତ ରେଜଲ୍ଟ ପ୍ରକାଶ କରାଯିବାକୁ ବୋର୍ଡ ପକ୍ଷରୁ ପ୍ରସ୍ତୁତି କରାଯାଉଥିବା ସୂଚନା ମିଳିଛି ।

ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ପାସ ହାର ୮୪.୯୩% ରହିଥିଲା । ବିଜ୍ଞାନରେ ୯୩ ହଜାର ୭୩୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୭୮ ହଜାର ୯୩୮ ଜଣ ଛାତ୍ରଛାତ୍ରୀ ପାସ ହୋଇଥିଲେ । ପ୍ରଥମ ଶ୍ରେଣୀରେ ୩୯ ହଜାର ୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୪ ହଜାର ୨୫୭ ଓ ତୃତୀୟ ଶ୍ରେଣୀରେ ୧୪ ହଜାର ୮୫୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଯୁକ୍ତ ଦୁଇ ବାଣିଜ୍ୟରେ ପାସ୍‌ ହାର ୮୧.୧୨% ରହିଥିଲା । ବାଣିଜ୍ୟରେ ମୋଟ ପରୀକ୍ଷାର୍ଥୀ ୨୪ ହଜାର ୮୨ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୯ ହଜାର ୫୩୬ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି ।

ଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details