ଓଡିଶା

odisha

ETV Bharat / state

ଚିଟଫଣ୍ଡ ଚୋରିରେ ସବୁଠୁ ବଡ ଅଭିଯୁକ୍ତ ହେଉଛନ୍ତି ରାଜ୍ୟ ସରକାର: ବିଜେପି - ଓଡିଶା ବିଜେପି

ବିଜେପି ସାଧାରଣ ସମ୍ପାଦକ କହିଛନ୍ତି, ‘‘ଚିଟଫଣ୍ଡ ଦୁର୍ନୀତିରେ ଯେଉଁ ରାଜନୈତିକ ଲୋକ ମାନେ ଛନ୍ଦି ହୋଇଥିଲେ ଏବଂ ଯେଉଁ କମ୍ପାନୀ ଗୁଡ଼ିକ ମୁଖ୍ୟ ଭୂମିକା ନେଇ ଲୋକଙ୍କୁ ଠକି ଥିଲେ, ସେମାନଙ୍କର କିଛି ନହେବାର ଏକ ମାତ୍ର କାରଣ ହେଉଛି ରାଜ୍ୟ ସରକାର ପ୍ରମାଣ ନଷ୍ଟ କରିଛନ୍ତି । ପ୍ରଥମ 6 ମାସ କ୍ରାଇମବ୍ରାଞ୍ଚ ତଦନ୍ତ ଆଳରେ ପ୍ରମାଣ ନଷ୍ଟ କରିଛନ୍ତି ରାଜ୍ୟ ସରକାର । ସେଥିପାଇଁ ଅନେକ ଲୋକ କ୍ଲିନ ଚିଟ ପାଇଲା ଭଳି ସ୍ଥିତିକୁ ଆସିଛନ୍ତି ।’’ ଅଧିକ ପଢନ୍ତୁ

ବିଜେପି
ବିଜେପି

By

Published : Jan 9, 2023, 9:15 PM IST

chit fund case

ଭୁବନେଶ୍ବର: ଚିଟଫଣ୍ଡ ଚୋରିରେ ସବୁଠୁ ବଡ ଅଭିଯୁକ୍ତ ହେଉଛନ୍ତି ରାଜ୍ୟ ସରକାର । ନିଜେ ରାଜ୍ୟ ସରକାର ମୁଖ୍ୟ ଷଡଯନ୍ତ୍ରକାରୀ । ଓଡିଶା ସରକାର ଆଜି କାଠଗଡାରେ ଠିଆ ହୋଇଛନ୍ତି । ରାଜ୍ୟ ସରକାର ନିଜେ ଚିଟଫଣ୍ଡ ଦୁର୍ନୀତିକୁ ଶୀତଳ ଭଣ୍ଡାରକୁ ଠେଲି ଦେବା ପାଇଁ ଏବଂ ଲୋକମାନେ କେମିତି ପଇସା ଫେରି ପାଇବେ ନାହିଁ ସେଥିପାଇଁ ଷଡଯନ୍ତ୍ର କରୁଛନ୍ତି। ଆଜି ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ପୃଥ୍ବୀରାଜ କହିଛନ୍ତି, ‘‘ଚିଟଫଣ୍ଡ ଦୁର୍ନୀତିରେ ଯେଉଁ ରାଜନୈତିକ ଲୋକ ମାନେ ଛନ୍ଦି ହୋଇଥିଲେ ଏବଂ ଯେଉଁ କମ୍ପାନୀ ଗୁଡ଼ିକ ମୁଖ୍ୟ ଭୂମିକା ନେଇ ଲୋକଙ୍କୁ ଠକି ଥିଲେ, ସେମାନଙ୍କର କିଛି ନହେବାର ଏକ ମାତ୍ର କାରଣ ହେଉଛି ରାଜ୍ୟ ସରକାର ପ୍ରମାଣ ନଷ୍ଟ କରିଛନ୍ତି । ପ୍ରଥମ 6 ମାସ କ୍ରାଇମବ୍ରାଞ୍ଚ ତଦନ୍ତ ଆଳରେ ପ୍ରମାଣ ନଷ୍ଟ କରିଛନ୍ତି ରାଜ୍ୟ ସରକାର । ସେଥିପାଇଁ ଅନେକ ଲୋକ କ୍ଲିନ ଚିଟ ପାଇଲା ଭଳି ସ୍ଥିତିକୁ ଆସିଛନ୍ତି ।’’ ସେହିଭଳି ଯେଉଁ ଚିଟଫଣ୍ଡ କମ୍ପାନୀର ମାଲିକ ମାନେ ହୁଅନ୍ତୁ ବା ବିଜୁ ଜନତା ଦଳର ବିଧାୟକ ଓ ମନ୍ତ୍ରୀ ମାନେ ପୃଷ୍ଠପୋଷକତା ଦେଉଥିଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ସରକାର ନିଜେ ଚେଷ୍ଟା କରି ଅଟକାଇଛନ୍ତି । ସେମାନଙ୍କ ବିରୋଧରେ ଯେମିତି କାର୍ଯ୍ୟାନୁଷ୍ଠାନ ନହେବ ସେଥିପାଇଁ କେତେବେଳେ ଶାସକ ଦଳକୁ ଉପଯୋଗ କରି ପୁଣି କେତେବେଳେ ସରକାରକୁ ଉପଯୋଗ କରି ତାଙ୍କ ପାଇଁ ସୁରକ୍ଷା ବଳୟ ତିଆରି କରୁଛନ୍ତି । ଯେଉଁ କ୍ଷତିଗ୍ରସ୍ତ ଲୋକମାନେ ଠକାମୀରେ ପଡ଼ିଥିଲେ ନିଷ୍ପତ୍ତି ହୋଇଥିଲା ଯେ କ୍ଷୁଦ୍ର ଜମାକାରୀ ମାନଙ୍କର ପଇସା ଫେରାଇବା କଥା ।

ଗତ 2014 ମସିହା ପୂର୍ବରୁ ସରକାର କର୍ପସ ଫଣ୍ଡ କଥା କହିଲେ କୁଆଡେ ଗଲା । ପରବର୍ତ୍ତୀ ସମୟରେ ସେ କପର୍ସ ଫଣ୍ଡ ପାଣ୍ଠି ସମୁଦ୍ରକୁ ଗଲା । ତାପରେ ଯେଉଁ ସମ୍ପତ୍ତି ସବୁ ବାଜ୍ୟାପ୍ତି କରାଗଲା ସେଥିରୁ ପାଖାପାଖି 650 କୋଟି ଟଙ୍କା ରାଜ୍ୟ ସରକାର ଆଦାୟ କରିଛନ୍ତି । ହେଲେ ସେ ପଇସା ବି ସାଧାରଣ ଲୋକଙ୍କ ପାଖକୁ ଫେରିଲା ନାହିଁ । ନା ସରକାର ଦୋଷୀକୁ ଦଣ୍ଡ ଦେଉଛନ୍ତି ନା କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ପଇସା ଫେରାଇବାର ପ୍ରକ୍ରିୟା କରୁଛନ୍ତି । ଆଫିଡେଫିଟ ହେଲା, କମିଶନ ବସିଲା, କମିଶନର କାର୍ଯ୍ୟକାଳ ସରିଲା ଏବଂ ତାଲିକା ହେଲା କିନ୍ତୁ ସବୁ ହେଲା ପରେ ବି ସରକାର ଟଙ୍କା ଫେରାଇବା ପାଇଁ ପ୍ରସ୍ତୁତ ନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପୃଥ୍ବୀରାଜ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details