ଓଡିଶା

odisha

ETV Bharat / state

MLA Prasant Jagdev Arrest: ବାହୁବଳୀ ବିଧାୟକଙ୍କ ନୂଆ ଠିକଣା ବାଣପୁର ଜେଲ - ବାଣପୁର ଜେଲକୁ ଗଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଗିରଫ ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ମଙ୍ଗଳବାର ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବିଧାୟକଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

MLA Prasant Jagdev Arrest: ବାହୁବଳୀଙ୍କ ନୂଆ ଠିକଣା ବାଣପୁର ଜେଲ
MLA Prasant Jagdev Arrest: ବାହୁବଳୀଙ୍କ ନୂଆ ଠିକଣା ବାଣପୁର ଜେଲ

By

Published : Mar 23, 2022, 10:44 AM IST

ଖୋର୍ଦ୍ଧା: ଗିରଫ ହେଲେ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ମଙ୍ଗଳବାର ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବିଧାୟକଙ୍କୁ ଗିରଫ କରିଛି ପୋଲିସ । ପ୍ରଶାନ୍ତଙ୍କୁ ଗିରଫ ପରେ ପ୍ରଥମେ ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା ଏବଂ ପରେ ତାଙ୍କୁ ବାଣପୁର କୋର୍ଟକୁ ନିଆଯାଇଥିଲା । ସେଠାରେ ବାଣପୁର ଜେଏମଏଫସି ଅଦାଲତରେ ବିଧାୟକଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଏବେ ଏହି ବାହୁବଳୀ ବିଧାୟକଙ୍କ ନୂଆ ଠିକଣା ପାଲଟିଛି ବାଣପୁର ଜେଲ୍ ।

ବାହୁବଳୀ ବିଧାୟକଙ୍କ ନୂଆ ଠିକଣା ବାଣପୁର ଜେଲ

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୨ ତାରିଖ ଦିନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାଣପୁର ବ୍ଲକ ଅଫିସ୍‌ ସମ୍ମୁଖରେ ସାଧାରଣ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ଯାହାଫରେ ସାଧାରଣ ଜନତାଙ୍କ ସମେତ କିଛି ପୋଲିସ୍‌ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ଏହାପରେ ଉତ୍ୟକ୍ତ ଲୋକମାନେ ବିଧାୟକଙ୍କୁ ତାଙ୍କ ଗାଡ଼ିରୁ ଟାଣି ଆଣି ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରରେ ଏକ ପ୍ରାଇଭେଟ୍‌ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଗତକାଲି(ମଙ୍ଗଳବାର) ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ତାଙ୍କୁ ବାଣପୁର ପୋଲିସ ଗିରଫ କରି ବାଣପୁର ଜେଲକୁ ପଠାଇଛି । ବିଧାୟକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଜେଲରେ ଏକ ସ୍ୱତନ୍ତ୍ର ସହାୟକ ପ୍ରଦାନ କରିବାକୁ ଜେଲ କର୍ତ୍ତୃପକ୍ଷଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details