ଓଡିଶା

odisha

ETV Bharat / state

ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସିଏସଙ୍କ ସମୀକ୍ଷା: ମୋ ଘର ଯୋଜନାରେ ୨ ଲକ୍ଷ ୭୬ ହଜାର ଆବେଦନ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମୋ ଘର ଯୋଜନାରେ ପକ୍କା ଘର ନିର୍ମାଣ ପାଇଁ ଆଶାୟୀ ଆବେଦନକାରୀଙ୍କୁ ବ୍ୟାଙ୍କ ପକ୍ଷରୁ ଋଣ ପ୍ରଦାନ ସମ୍ପର୍କରେ ଏକ ବୈଠକ ବସିଛି । ଅଧିକ ପଢନ୍ତୁ

By

Published : Aug 6, 2023, 7:54 AM IST

ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସିଏସଙ୍କ ସମୀକ୍ଷା
ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସିଏସଙ୍କ ସମୀକ୍ଷା

ଭୁବନେଶ୍ବର:'ମୋ ଘର' ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଆଶାୟୀ ବିଭିନ୍ନ ପଞ୍ଚାୟତ ସମିତି ସ୍ତରରେ ଯୋଜନା ପାଇଁ ଆବେଦନ କରୁଛନ୍ତି । ଗତ ଶୁକ୍ରବାର ସୁଦ୍ଧା ୨ ଲକ୍ଷ ୭୬ ହଜାର ୨୫୦ଟି ଆବେଦନ ଗ୍ରହଣ କରାଯାଇଛି । ଦରଖାସ୍ତ ଗ୍ରହଣ ପରେ ଋଣ ମଞ୍ଜୁର ପାଇଁ ବ୍ୟାଙ୍କ ଦ୍ବାରା ଯାଞ୍ଚ, କ୍ଷେତ୍ର ପରିଦର୍ଶନ ଓ ଆଇନ ପରାମର୍ଶଦାତାଙ୍କ ମତ ସଂଗ୍ରହ ପ୍ରକ୍ରିୟାର ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଛି । ସେପଟେ ଅନୁମୋଦନ ଲାଭ କରିଥିବା 'ମୋ ଘର' ଯୋଜନାରେ ଘର ନିର୍ମାଣ ଋଣ ସହାୟତା ପ୍ରଦାନ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।

'ମୋ ଘର' ଯୋଜନାରେ ପକ୍କା ଘର ନିର୍ମାଣ ପାଇଁ ଆବେଦନକାରୀଙ୍କୁ ବ୍ୟାଙ୍କ ପକ୍ଷରୁ ଋଣ ସହାୟତା ପ୍ରଦାନ ନେଇ ଯୋଜନାର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନ ସ୍ଥିତ ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତା​‌ରେ ବୈଠକ ବସିଛି । ବୈଠକରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ଓ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ବିଭାଗର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ଉପ ସଚିବ(ଗ୍ରାମୀଣ) କୁଳମଣି ମିଶ୍ରଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ରାଜ୍ୟରେ କାର୍ଯ୍ୟକ୍ଷମ ୩୯ଟି ବିଭିନ୍ନ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷ ଯୋଗ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ମୋ କଲେଜ ଅଭିଯାନର ସାଇବର ସିକ୍ୟୁରିଟି ସଚେତନତା, ସାମିଲ ହେଲେ ୧୦ ହଜାର ଛାତ୍ରଛାତ୍ରୀ

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଗରିବ ତଥା ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କୁ ଋଣ ସହାୟତା ପ୍ରଦାନ ଜରିଆରେ ପକ୍କା ଗୃହ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ମୋ ଘର ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ପକ୍ଷରୁ ହିତାଧିକାରୀଙ୍କୁ ଗୃହ ଋଣ ବାବଦରେ ସବସିଡି ପ୍ରଦାନର ବ୍ୟବସ୍ଥା ରହିଛି । ବ୍ୟାଙ୍କ ପକ୍ଷରୁ ହିତାଧିକାରୀମାନଙ୍କୁ ଋଣ ପ୍ରଦାନରେ ପ୍ରାଥମିକ ପର୍ଯ୍ୟାୟରେ କିଛିଟା ଅସୁବିଧାର ସମୁଖୀନ ହେବାକୁ ପଡୁଛି । କିନ୍ତୁ ଗୃହ ନିର୍ମାଣ କରିବାକୁ ଇଚ୍ଛୁକ ଯୋଗ୍ୟ ଆବେଦନକାରୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷମାନେ ଆତ୍ମ ନିରୀକ୍ଷଣ କରିବା ସହ ହିତାଧିକାରୀଙ୍କୁ ସହାୟତା କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଛନ୍ତି ।

ଶୁକ୍ରବାର ସୁଦ୍ଧା ବିଭିନ୍ନ ପଞ୍ଚାୟତ ସମିତି ସ୍ତରରେ ୨ ଲକ୍ଷ ୭୬ ହଜାର ୨୫୦ଟି ଆବେଦନ ଗ୍ରହଣ କରାଯାଇଛି । ଦରଖାସ୍ତ ଗ୍ରହଣ ପରେ ଋଣ ମଞ୍ଜୁର ପାଇଁ ପ୍ରାଥମିକ ଆବଶ୍ୟକତା ରହିଥିବା ବ୍ୟାଙ୍କମାନଙ୍କ ଦ୍ବାରା ସେସବୁର ଯାଞ୍ଚ, କ୍ଷେତ୍ର ପରିଦର୍ଶନ ଓ ଆଇନ ପରାମର୍ଶ ଦାତାଙ୍କଠାରୁ ମତ ସଂଗ୍ରହ କରିବା ପ୍ରକ୍ରିୟାର ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଛି । ଯୋଜନାର କାର୍ଯ୍ୟାନ୍ବୟନ ନେଇ ବ୍ୟାଙ୍କମାନଙ୍କର ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବୈଠକରେ ବିଶଦ ଭାବେ ଆଲୋଚନା କରାଯାଇଛି । ବ୍ୟାଙ୍କମାନେ ଆବଶ୍ୟକ କଲେ ଆବେଦନକାରୀଙ୍କ ଦରଖାସ୍ତକୁ ଯାଞ୍ଚ ଓ ପ୍ରୋସେସିଂ କାର୍ଯ୍ୟରେ ସହାୟତା ପାଇଁ ସମ୍ପୃକ୍ତ ବ୍ଲକ କର୍ତ୍ତୃପକ୍ଷମାନେ ସହାୟତା ପ୍ରଦାନ କରିବେ ।

ବହୁ ବ୍ୟାଙ୍କ ମୁଖ୍ୟ ସେମାନଙ୍କ ଅଧିନସ୍ଥ ଶାଖା ବ୍ୟାଙ୍କକୁ ମୋ ଘର ଗାଇଡ ଲାଇନ ପ୍ରେରଣ କରିନାହାଁନ୍ତି । ସେମାନେ ଯଥାଶୀଘ୍ର ତାହା ପ୍ରେରଣ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ବ୍ରାଞ୍ଚ ମ୍ୟାନେଜରମାନେ ଆବଶ୍ୟକ ଥିବା ବ୍ୟାଙ୍କ ସମ୍ପର୍କିତ ଆଇଟି ପ୍ଲାଟଫର୍ମରେ ରୁରାଲ ହାଉସିଂ ପୋର୍ଟାଲକୁ ଅପଡେଟ କରିବାକୁ କୁହାଯାଇଛି । ଯାହାକି ସେମାନଙ୍କ ପାଇଁ କାର୍ଯ୍ୟ ଅଗ୍ରଗତି ବାବଦରେ ଜାଣିବାକୁ ସୁବିଧା ହେବ । ବିଭିନ୍ନ ବ୍ୟାଙ୍କକୁ ସେମାନଙ୍କ ଦ୍ବାରା ଗୃହ ଋଣ ମଞ୍ଜୁର ହେବାକୁ ଥିବା ଧାର୍ଯ୍ୟ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି । ୧୫ ଦିନ ମଧ୍ୟରେ ମୋ ଘର ଯୋଜନା ସମ୍ପର୍କିତ ପ୍ରଡକ୍ଟ କୋଡ ସମସ୍ତ ଶାଖାକୁ ପ୍ରେରଣ କରିବାକୁ ମୁଖ୍ୟ ଶାସନ ସଚିବ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାଙ୍କ ଶାଖାମାନଙ୍କରେ ରହିଥିବା ବିଭିନ୍ନ ଅନୁସନ୍ଧାନକୁ ଦୂର କରିବା ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀ ମାନେ ଏ ଦିଗରେ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details