ଓଡିଶା

odisha

ETV Bharat / state

ଜାମୁକୋଳି ଗୋଶାଳାରେ ମୁଖ୍ୟମନ୍ତ୍ରୀ, ଗୋରୁଙ୍କ ଉତ୍ତମ ଯତ୍ନ ପାଇଁ ଦେଲେ ପରାମର୍ଶ

ଗାଈ ମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ କର୍ମଚାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଗାଈ ମାନଙ୍କ ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା, ଦିଆ ଯାଉଥିବା ଗୋ ଖାଦ୍ୟ ସବୁ ବୁଲି ଦେଖିଛନ୍ତି । କିଛି ଗାଈ ମାନଙ୍କୁ ଫଳ ଓ ପନିପରିବା ମଧ୍ୟ ଖାଇବାକୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଜାମୁକୋଳି ଗୋଶାଳାରେ ମୁଖ୍ୟମନ୍ତ୍ରୀ,  ଗୋରୁଙ୍କ ଉତ୍ତମ ଯତ୍ନ ପାଇଁ ଦେଲେ ପରାମର୍ଶ
ଜାମୁକୋଳି ଗୋଶାଳାରେ ମୁଖ୍ୟମନ୍ତ୍ରୀ, ଗୋରୁଙ୍କ ଉତ୍ତମ ଯତ୍ନ ପାଇଁ ଦେଲେ ପରାମର୍ଶ

By

Published : Jan 21, 2023, 9:39 PM IST

ଜାମୁକୋଳି ଗୋଶାଳାରେ ମୁଖ୍ୟମନ୍ତ୍ରୀ, ଗୋରୁଙ୍କ ଉତ୍ତମ ଯତ୍ନ ପାଇଁ ଦେଲେ ପରାମର୍ଶ

ଭୁବନେଶ୍ବର: ଜାମୁକୋଳି ଗୋଶାଳାରେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଗୋଶାଳା ପରିଦର୍ଶନ କରିଛନ୍ତି । ବିଏମସି ଅଧୀନସ୍ଥ ଏହି ଗୋଶାଳାରେ ଗୋରୁ ମାନଙ୍କ ରକ୍ଷଣା ବେକ୍ଷଣ ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି ନବୀନ ।

ଗାଈ ମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ କର୍ମଚାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଗାଈ ମାନଙ୍କ ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା, ଦିଆ ଯାଉଥିବା ଗୋ ଖାଦ୍ୟ ସବୁ ବୁଲି ଦେଖିଛନ୍ତି । କିଛି ଗାଈ ମାନଙ୍କୁ ଫଳ ଓ ପନିପରିବା ମଧ୍ୟ ଖାଇବାକୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏକ ନବ ଜନ୍ମିତ ବାଛୁରୀକୁ ଦେଖି ମୁଖ୍ୟମନ୍ତ୍ରୀ ଏହାର ନାମ କଣ ବୋଲି ପଚାରି ଥିଲେ । ତାହାର ନାମ ଦିଆ ଯାଇ ନାହିଁ ବୋଲି ଜାଣିବା ପରେ ମୁଖ୍ୟମନ୍ତ୍ରୀ ତା'ର ନାମ ରଖିଛନ୍ତି କ୍ରିଷ୍ଣା । ଜାମୁକୋଳିରେ ୨୦୧୮ ମସିହାରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୫.୫ ଏକର ପରିମିତ ଜମିରେ ଏକ ଗୋଶାଳା ସ୍ଥାପନ କରାଯାଇଛି ।

ଏହାକୁ ୨୦.୫ ଏକର ପରିମିତ ଅଞ୍ଚଳକୁ ସମ୍ପ୍ରସାରିତ କରିବାକୁ ପ୍ରସ୍ତାବ ରହିଛି । ଏଥିରେ ବର୍ତ୍ତମାନ ୯୦୬ ଟି ଗାଈ ଗୋରୁ ରହୁଛନ୍ତି । ସହରର ବୁଲା ଗାଈ ଗୋରୁ ମାନଙ୍କୁ ମୁଖ୍ୟତଃ ଏଠାରେ ରଖାଯାଇଛି । ଏହା ସହ ସହରରେ ବୁଲୁଥିବା ଗୋରୁ ଓ ଗାଈଙ୍କୁ ହକି ବିଶ୍ୱକପ ଲାଗି ରଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ ଗୋଶାଳା ପରିଦର୍ଶନ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ, ମହାନଗର ନିଗମର କମିଶନର ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଉପସ୍ଥତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details