ଓଡିଶା

odisha

By

Published : Mar 1, 2020, 6:00 AM IST

ETV Bharat / state

ଆଦିବାସୀ ସଂସ୍କୃତିକୁ ପରିଚିତ କରିବାର ସଂକଳ୍ପବଦ୍ଧତା, ଚିଦାତ୍ମିକାଙ୍କୁ କରିଛି ସ୍ବୟଂସିଦ୍ଧା

ଖୁବ ନିକଟରୁ ଆଦିବାସୀଙ୍କ ଲୋକ କଳା, ସଂସ୍କୃତି, ଲୋକ ସଂଗୀତକୁ ଅନୁଭବ କରିଛନ୍ତି ସେ । ସେଇ ଅନୁଭବ ଓ ଅନୁଭୂତି ତାଙ୍କୁ ଦେଇଛି ଆଦିବାସୀଙ୍କ ପାଇଁ ଭିନ୍ନ କିଛି କରିବା ପାଇଁ ପ୍ରେରଣା । ଆଦିବାସୀଙ୍କ ତାଙ୍କର ସ୍ବତନ୍ତ୍ର କଳା ସଂସ୍କୃତିକୁ ବିଶ୍ବ ଦରବାରରେ ପରିଚିତ କରାଇବାକୁ ଜୀବନର ବ୍ରତ କରିଛନ୍ତି ଭୁବନେଶ୍ବରର ମହିଳା ଉଦ୍ୟୋଗୀ ଚିଦାତ୍ମିକା ଖଟୁଆ । ଅଧିକ ପଢ଼ନ୍ତୁ...

Chidatmika Khatua,  example for all, lady entrepreneur, introduce tribal culture to the world, tribes of india, ମହିଳା ଉଦ୍ୟୋଗୀ, ଚିଦାତ୍ମିକା ଖଟୁଆ, ଅନ୍ତର୍ଜାତୀୟ ମହିଳା ଦିବସ, ସ୍ବୟଂସିଦ୍ଧା, ମୁଁ ନାରୀ, women's Day, ଆଦିବାସୀ
‘ଆଦିରାଣୀ’ର ଶ୍ରଷ୍ଠା ଚିଦାତ୍ମିକା

ଭୁବନେଶ୍ବର: ଓଡିଶାର କଳା ସଂସ୍କୃତି ଓ ପରମ୍ପରାକୁ ବିଶ୍ବଦରବାରରେ ମିଳିଛି ସ୍ବତନ୍ତ୍ର ପରିଚୟ । କଳା, ସଂସ୍କୃତି ପରମ୍ପରା ସହ ରାଜ୍ୟରେ ଥିବା 62ଟି ଜନଜାତି ଏହାର ଶୋଭାକୁ ଆହୁରି ବିମଣ୍ଡିତ କରନ୍ତି । ସେମାନେ ଯେତିକି ସରଳ ତାଙ୍କର କଥାବାର୍ତ୍ତା, ବେଶ ପୋଷାକ ସେତିକି ନିଆରା । ଆଉ ଏହି ନିଆରା ଆଦିବାସୀଙ୍କୁ ସାରା ବିଶ୍ବରେ ପରିଚିତ କରାଇବାକୁ ଜୀବନର ଲକ୍ଷ୍ୟ ଭାବେ ବାଛି ନେଇଛନ୍ତି ଭୁବନେଶ୍ବରର ଚିଦାତ୍ମିକା ଖଟୁଆ ।

‘ଆଦିରାଣୀ’ର ଶ୍ରଷ୍ଠା ଚିଦାତ୍ମିକା

ଭୁବନେଶ୍ବର ବରଗଡ ବ୍ରିଟି କଲୋନୀରେ ଜନ୍ମିତ ଚିଦାତ୍ମିକା ଆର୍ଯ୍ୟଭଟ୍ଟ ଶିକ୍ଷାନୁଷ୍ଠାନର ଫାଉଣ୍ଡର ତଥା ମହିଳା ଉଦ୍ୟୋଗୀ ଭାବେ ବେଶ ପରିଚିତ । ଆଦିବାସୀ ଅଞ୍ଚଳର ଯୁବତୀ ଓ ମହିଳାଙ୍କୁ ସମାଜରେ ସ୍ବତନ୍ତ୍ର ପରିଚୟ ଦେବାକୁ ଦୃଢ ନିଶ୍ଚର କରିଛନ୍ତି ସେ। ପିଲାଦିନରୁ ନିଜ ପିତା ମାତାଙ୍କୁ ସମାଜ ସେବା ତଥା ସମାଜ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦେଖିଥିଲେ ଚିଦାତ୍ମିକା । ସେହିଠାରୁ ପ୍ରେରଣା ପାଇ ସମାଜ ପାଇଁ ଲୋକଙ୍କ ପାଇଁ କିଛି କରିବା ପାଇଁ ସ୍ବପ୍ନ ଦେଖିଥିଲେ ସେ । ସରକାରୀ ଚାକିରି ପାଇବା ପରେ ଭାରତର ବିଭିନ୍ନ ସ୍ଥାନ ବୁଲିଥିଲେ ଚିଦାତ୍ମିକା । ସେହି ସମୟରେ ସେ ଅନେକ ଆଦିବାସୀ ଜାତି ଓ ଜନଜାତିଙ୍କ ସଂସ୍ପର୍ଶରେ ଆସିଥିଲେ । ଖୁବ ନିକରୁ ସେମାନଙ୍କ ଲୋକ କଳା, ସଂସ୍କୃତି, ଲୋକ ସଂଗୀତକୁ ଅନୁଭବ କରିଥିଲେ । ସେଇ ଅନୁଭବ ଓ ଅନୁଭୂତି ତାଙ୍କୁ ଦେଇଥିଲା ଆଦିବାସୀଙ୍କ ପାଇଁ ଭିନ୍ନ କିଛି କରିବା ପାଇଁ ପ୍ରେରଣା । ଯାହାପରେ ସେ 2018 ମସିହାରେ ଆରମ୍ଭ କରିଥିଲେ TRIBAL QUEEN ‘ଆଦିରାଣୀ’ କାର୍ଯ୍ୟକ୍ରମ । ଆଦିବାସୀ ମହିଳା ସମାଜର ଅନ୍ୟ ମହିଳାଙ୍କ ପରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିବେ ବୋଲି ଚିଦାତ୍ମିକାଙ୍କର ଦୃଢ ବିଶ୍ବାସ ଥିଲା । ଆଉ ସେହି ବିଶ୍ବାସକୁ ସତ କରି ଦେଖାଇଲେତ ଭାରତର ପ୍ରଥମ ଟ୍ରାଇବାଲ କୁଇନ ବା ଆଦିରାଣୀ ପଲ୍ଲବୀ ଦୁରୁଆ ।

ଆଦିବାସୀଙ୍କ ଉନ୍ନତି, ତାଙ୍କ ଭବିଷ୍ୟତ ଗଢିବା ପାଇଁ ଅନବରତ ପ୍ରୟାସ କରୁଛନ୍ତି । ଏହାସହ ଆର୍ଯ୍ୟଭଟ୍ଟ ନାମକ ଶିକ୍ଷାନୁଷ୍ଠାନର ଫାଉଣ୍ଡର ମଧ୍ୟ ଅଛନ୍ତି ଚିଦାତ୍ମିକା । ଗାଁ ଗହଳିର ମହିଳାଙ୍କ ଶିକ୍ଷାର ବିକାଶ ଦିଗରେ ମଧ୍ୟ ଅନେକ କାର୍ଯ୍ୟ କରୁଛନ୍ତି ସେ । କେବଳ ସେତିକି ନୁହେଁ ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବା ସହ ଅପପୁଷ୍ଟି ଦୂରୀକରଣ ପାଇଁ ମୋବାଇଲ ଫୁଡ ବ୍ୟାଙ୍କ ଅଭିଯାନରେ ମଧ୍ୟ କାର୍ଯ୍ୟରତ ଚିଦାତ୍ମିକା ଖଟୁଆ ।

ଆଦିବାସୀ ତଥା ତାଙ୍କ କଳା, ସଂସ୍କୃତି, ଲୋକ ନୃତ୍ୟ, ଲୋକଗୀତକୁ ସାରା ବିଶ୍ବରେ ପରିଚିତ କରାଇବାକୁ ଚିଦାତ୍ମିକା କରିଛନ୍ତି ନିଜ ଜୀବନର ବ୍ରତ । ଏହାସହ ‘ଆଦିରାଣୀ’ ଉତ୍ସବକୁ ଅନ୍ତର୍ଜାତୀୟ ମାନ୍ୟତା ଦେବାକୁ ଲାଗିପଡିଛନ୍ତି ସେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details