ଓଡିଶା

odisha

ETV Bharat / state

ରାଜଧାନୀରେ ଛେନାପୋଡ଼ ଦିବସ, ଜିଆଇ ଟ୍ୟାଗ୍‌ ଦାବି

ଭୁବନେଶ୍ବରରେ ଧୁମଧାମରେ ପାଳନ ହେଲା ବିଶ୍ବ ଛେନାପୋଡ଼ ଦିବସ । ନୟାଗଡ଼ ବିକାଶ ମଞ୍ଚ ଏବଂ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡର ମିଳିତ ପ୍ରୟାସରେ ଦ୍ବିତୀୟ ଥର ପାଇଁ ବିଶ୍ବ ଛେନାପୋଡ଼ ଦିବସ ପାଳନ ହୋଇଛି । ଅଧିକ ପଢ଼ନ୍ତୁ

ରାଜଧାନୀରେ ଛେନାପୋଡ଼ ଦିବସ
ରାଜଧାନୀରେ ଛେନାପୋଡ଼ ଦିବସ

By

Published : Apr 11, 2023, 9:12 PM IST

ରାଜଧାନୀରେ ଛେନାପୋଡ଼ ଦିବସ

ଭୁବନେଶ୍ବର: ରାଜଧାନୀରେ ଧୁମଧାମରେ ପାଳିତ ହୋଇଯାଇଛି ଛେନାପୋଡ଼ ଦିବସ । ଆଉ ଏହି ଦିବସରେ ଛେନାପୋଡ଼ର ମହକରେ ମହକିଲା ରାଜଧାନୀ । ନୟାଗଡ଼ ବିକାଶ ମଞ୍ଚ ଏବଂ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡର ମିଳିତ ପ୍ରୟାସରେ ଦ୍ବିତୀୟ ଥର ପାଇଁ ବିଶ୍ବ ଛେନାପୋଡ଼ ଦିବସ ପାଳନ ହୋଇଛି । ଓଡ଼ିଶାର ପ୍ରସିଦ୍ଧ ମିଠା ଛେନାପୋଡ଼କୁ ଅଧିକ ଲୋକପ୍ରିୟ ଓ ପ୍ରୋତ୍ସାହନ ଦେବା ପାଇଁ ଏହି ଦିବସ ପାଳନ କରୁଛି ମଞ୍ଚ । ଏହା ସହିତ ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ବା ଭୌଗଳିକ ସ୍ବୀକୃତି କିଭଳି ଦିଆଯିବ, ସେନେଇ ଆଲୋଚନାରେ ଦାବି କରିଥିଲେ ମଞ୍ଚରେ ଉପସ୍ଥିତ ନୟାଗଡ଼ର ବିଧାୟକ ଓ ବିଶିଷ୍ଟ ବ୍ୟକ୍ତି ଗଣ ।

ଏନେଇ ଆଗକୁ ଆମର ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ଉପସ୍ଥିତ ଅତିଥି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଅରୁଣ ସାହୁ କହିଛନ୍ତି, "ଛେନାପୋଡ଼କୁ ନେଇ କେବେ ବିବାଦ ଦେଖାଯାଇନି । ଏହା ନୟାଗଡ଼ର ଏକ ପରିବାରରୁ ଆରମ୍ଭ ହୋଇଥିବା ବେଳେ ପରେ ଏହା ସମଗ୍ର ଜିଲ୍ଲାର ପ୍ରିୟ ମିଠା ଭାବେ ନିଜର ପରିଚୟ ପାଇଥିଲା । ଆଉ ଏବେ ଏହି ମିଠା ଖାଦ୍ୟକୁ ଖାଲି ନୟାଗଡ ନୁହେଁ, ପୁରା ଓଡିଶା ତାର ପ୍ରିୟ ମିଠା ଖାଦ୍ୟ ଭାବେ ଗ୍ରହଣ କରିଛି । ଏବେ ଏହା ଯାଇ ବିଦେଶରେ ମଧ୍ୟ ପହଞ୍ଚିଲାଣି । ବିଦେଶରେ ମଧ୍ୟ ଏହାର ବେଶ ଚାହିଦା ରହିଛି । ତେଣୁ ଏହି ବୀପ୍ଳବକୁ ଆମ ସମସ୍ତଙ୍କୁ ଅର୍ଥାତ ପ୍ରତି ଓଡ଼ିଆଙ୍କୁ ମିଶି ଆଗକୁ ନେବାର ଅଛି ।" ମିଠା ଖାଦ୍ୟ ଛେନାପୋଡ଼କୁ ବିଶ୍ବରେ ପରିଚିତ କରାଇବାର ଅଛି ବୋଲି ନୟାଗଡ଼ ବିଧାୟକ ମତ ରଖିଛନ୍ତି । ଅନ୍ୟପଟେ ଏହି ସମାରୋହରେ ଛେନାପୋଡ଼ର ବିଶେଷତ୍ବକୁ ନେଇ ପ୍ରସ୍ତୁତ ସଙ୍ଗୀତର ଲୋକାର୍ପଣ ହୋଇଛି । ଏହି ଗିତରେ ନୟାଗଡ ଜିଲ୍ଲାର ଐତିହ୍ୟ, ପରମ୍ପରା, ସଂସ୍କୃତି ଓ ପର୍ବପର୍ବାଣି ସହ ମହାପୁରୁଷଙ୍କ ବିଷୟରେ ବି ବର୍ଣ୍ଣନା କରାଯାଇଛି । ଏହାସହ ଅବହେଳିତ ହୋଇପଡ଼ୁଥିବା ଜ୍ୟୋତିର୍ବିଦ ପାଠାଣିସାମନ୍ତଙ୍କ ଜନ୍ମସ୍ଥଳୀରେ ଏକ ସ୍ମାରକୀ ନିର୍ମାଣ ଦାବି କରାଯିବ ବୋଲି କୁହାଯାଇଛି । ସେହିପରି ପାଲା, ଦାସକାଠିଆ, ବାଘନାଚ, ଠକରା, ଖଞ୍ଜଣି, ପାରମ୍ପରିକ ସଙ୍ଗୀତରେ ଅତିଥି ମାନଙ୍କୁ ସ୍ବାଗତ କରାଯାଇଥିବା ବେଳେ ମଞ୍ଚରେ ମଧ୍ୟ ପରିବେଷଣ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଛେନାପୋଡ ଦିବସ: ଭାରି ସୁଆଦିଆ ଆମ ଛେନାପୋଡ, ଯିଏ ସ୍ୱାଦ ପାଇଛି ସେ ପୁଣି ଖୋଜିଛି

କାର୍ଯ୍ୟକ୍ରମରେ 'ଛେନାପୋଡ଼ ସଂଗୀତ' ସହ ଖାଦ୍ୟ ଓ ନୃତ୍ୟଗୀତର ଆସର ମଧ୍ୟ ବେଶ ଜମିଲା । ନୟାଗଡ ଛେନାପୋଡ଼କୁ ଜିଆଇ ମାନ୍ୟତା ସହ ପଠାଣି ସାମନ୍ତ, ଯଦୁମଣି, ଦାସିଆ ଅଜାଙ୍କ ଜନ୍ମସ୍ଥାନର ବିକାଶ ଦାବି କରିଛି ମଞ୍ଚ । ଏହି ଅବସରରେ ନୟାଗଡ଼ରୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇ ଆସିଥିବା ଛେନାପୋଡ଼, ମୁଗପୋଡ଼, ମୁଗମଣ୍ଡା ଓ ମୁଗପକୁଡ଼ି ଆଦି ଖାଦ୍ୟର ପ୍ରଦର୍ଶନ କରାଯାଇଥିଲା । ଉତ୍ସବରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାର ବିଶିଷ୍ଟ ଛେନାପୋଡ଼ ବ୍ୟବସାୟୀ କାର୍ତିକେଶ୍ବର ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ସେପଟେ ଏହି କାର୍ଯ୍ୟକ୍ରମରେ ଯୋଗ ନୟାଗଡ ବିଧାୟକ ଅରୁଣ ସାହୁ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ବେହେରା, ସାହିତ୍ୟିକ ଦାସ ବେନହୁର, ବରିଷ୍ଠ କଣ୍ଠଶିଳ୍ପୀ ତାନସେନ ସିଂ, ସମାଜସେବୀ ପଦ୍ମଶ୍ରୀ ସାବରମତୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details