ଓଡିଶା

odisha

ETV Bharat / state

ନବ ଦାସ ହତ୍ୟାକାଣ୍ଡ: ସୁଶାନ୍ତ ସିଂହଙ୍କ ବାସଭବନକୁ ଟମାଟୋ ମାଡ କଲା ଛାତ୍ର କଂଗ୍ରେସ

ନବଦାସ ହତ୍ୟାକାଣ୍ଡ ମାମଲାରେ ବିଧାୟକ ସୁଶାନ୍ତ ସିଂହଙ୍କୁ ପରିସରଭୁକ୍ତ କରିବା ଦାବିରେ ବିଧାନସଭା ଘେରିଛି ଛାତ୍ର କଂଗ୍ରେସ । ଅଧିକ ପଢ଼ନ୍ତୁ

ବିଧାୟକ ସୁଶାନ୍ତ ସିଂହଙ୍କ ବାସଭବନ ଘେରାଉ
chhatra congress protest

By

Published : Mar 20, 2023, 3:54 PM IST

ସୁଶାନ୍ତ ସିଂହଙ୍କ ବାସଭବନକୁ ଟମାଟୋ ମାଡ କଲା ଛାତ୍ର କଂଗ୍ରେସ

ଭୁବନେଶ୍ବର:ପୂର୍ବତନ ମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲାକୁ ନେଇ ଉଠୁଛି ପଡୁଛି ରାଜ୍ୟ । ଦିନ ଯେତିକି ଗଡୁଛି ରାଜ୍ୟ ରାଜନୀତି ମଧ୍ୟ ସେତିକି ସରଗରମ ହେବାରେ ଲାଗିଛି । ତଦନ୍ତ ନେଇ ଗୃହରେ ବିରୋଧୀ ଦଳ ବାରମ୍ବାର ଶାସକ ଦଳ ଉପରେ ଶାଣିତ ସ୍ବରରେ ଆକ୍ରମଣ କରୁଛନ୍ତି । ତେବେ ଏହି ଘଟଣାରେ ବିଧାୟକ ସୁଶାନ୍ତ ସିଂହଙ୍କୁ ପରିସରଭୁକ୍ତ କରିବା ପାଇଁ ଛାତ୍ର କଂଗ୍ରେସ ଦାବି କରିଛି ।

ଏହି ଦାବି ନେଇ ବିଧାୟକ ସୁଶାନ୍ତ ସିଂହଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନ ଘେରିଛି ଛାତ୍ର କଂଗ୍ରେସ । ନବଦାସଙ୍କ ହତ୍ୟା ମାମଲାରେ ସୁଶାନ୍ତଙ୍କୁ ପରିସରଭୁକ୍ତ କରି ତାଙ୍କ ମୋବାଇଲ ଜବତ କରି ତଦନ୍ତ କରିବାକୁ କଂଗ୍ରେସ ଦାବି କରିଛି । ସୁଶାନ୍ତଙ୍କ ବାସ ଭବନ ଘେରାଉ କରିବା ସହ ଘର ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ । ଏଥିସହ ଦଳ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଘେରାଉ ବେଳେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ପୋଲିସ କିଛି ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ।

ଏହା ମଧ୍ୟ ପଢ଼ନ୍ତୁ:Budget Session: ଶୋକ ପ୍ରସ୍ତାବ ଆଗତ ପରେ ପ୍ରଶ୍ନପତ୍ର ଲିକ ନେଇ ଗୃହରେ ହଟ୍ଟଗୋଳ, ଅପରାହ୍ନ 4ଟା ଯାଏଁ ମୁଲତବୀ

ସୁଶାନ୍ତ ସିଂହଙ୍କ ମୋବାଇଲ ଜବତ କରି ତଦନ୍ତ କରିବାକୁ ଛାତ୍ର କଂଗ୍ରେସ ସଭାପତି ୟାଶୀର ନବାଜ ଦାବି କରିଛନ୍ତି । ସେ କହିଛନ୍ତି, "ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ଆଡକୁ ଗତି କରୁଛି। ଦିନ ଦ୍ବିପହରେ ଜଣେ ମନ୍ତ୍ରୀଙ୍କୁ ପୋଲିସ କର୍ମଚାରୀ ହତ୍ୟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ଯାହା ଓଡିଶା ଇତିହାସରେ ପ୍ରଥମ । ସୁଶାନ୍ତ ଏବଂ ନବଙ୍କ ମଧ୍ୟରେ ଶତ୍ରୁତା ଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ।"

ତେବେ ପଶ୍ଚିମ ଓଡ଼ିଶାରେ ଶାସକ ବିଜେଡି ବିଧାୟକ ସୁଶାନ୍ତ ସିଂ ସବୁଠାରୁ ପ୍ରଭାବଶାଳୀ ନେତା ଭାବେ ନିଜକୁ ପ୍ରତିପାଦିତ କରି ପାରିଥିଲେ । କିନ୍ତୁ ନବଦାସ ବିଜେଡିରେ ଯୋଗ ଦେବା ପରେ ତାଙ୍କ ପତିଆରା ବୃଦ୍ଧି ପାଉଥିଲା । ନବଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିରୋଧୀ ଶାସକ ଦଳକୁ ଟାର୍ଗେଟ କରିଛନ୍ତି । ତଦନ୍ତ ଠିକ ହେଉନାହିଁ ବୋଲି ବିରୋଧୀ ସରକାରଙ୍କୁ ଶାଣିତ ସ୍ବରରେ ଆକ୍ରମଣ କରୁଛନ୍ତି । ତେବେ ଏନେଇ ବିଧାୟକ ସୁଶାନ୍ତ ସିଂହ କୌଣସି ଉତ୍ତର ରଖିନାହାନ୍ତି ।

ଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details