ଓଡିଶା

odisha

ETV Bharat / state

ମହିଳାଙ୍କଠୁ ଚେନ ଓ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ, ସ୍କୁଟିରୁ ପଡି ମହିଳା ଗୁରୁତର

ଖୋର୍ଦ୍ଧାରେ ଜାତୀୟ ରାଜପଥ 16 ନିକଟ ଚାନ୍ଦପୁର ଥାନା ରୟାଲ ଢାବା ନିକଟରେ ସ୍କୁଟିକୁ ଅଟକାଇ ମହିଳାଙ୍କ ଠାରୁ ଲୁଟି ନେଲେ ସୁନା ଚେନ୍ ସହ ନଗଦ 6 ହଜାର ଟଙ୍କା । ପଢନ୍ତୁ ଅଧିକ.....

By

Published : Dec 19, 2020, 10:46 PM IST

ମହିଳାଙ୍କ ଠାରୁ ଚେନ ଓ ଟଙ୍କା ଝାମ୍ପିନେଲେ ଦୁବୃର୍ତ୍ତ, ସ୍କୁଟିରୁ ପଡି ମହିଳା ଗୁରୁତ୍ତର
ମହିଳାଙ୍କ ଠାରୁ ଚେନ ଓ ଟଙ୍କା ଝାମ୍ପିନେଲେ ଦୁବୃର୍ତ୍ତ, ସ୍କୁଟିରୁ ପଡି ମହିଳା ଗୁରୁତ୍ତର

ଖୋର୍ଦ୍ଧା: ଜାତୀୟ ରାଜପଥ 16ରେ ପୁଣି ମାତିଲେ ଲୁଟେରା । ଚାନ୍ଦପୁର ଥାନା ରୟାଲ ଢାବା ନିକଟରେ ସ୍କୁଟିକୁ ଅଟକାଇ ମହିଳାଙ୍କ ଠାରୁ ଲୁଟିନେଲେ ସୁନା ଚେନ୍ ସହ ନଗଦ 6 ହଜାର ଟଙ୍କା । ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିକାର ହୋଇଥିବା ମହିଳା ସ୍କୁଟିରୁ ପଡି ଗୁରୁତର ମଧ୍ୟ ହୋଇଛନ୍ତି । ଗୁରୁତର ଅଵସ୍ଥାରେ ମହିଳାଙ୍କୁ ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି ।

ମହିଳାଙ୍କଠୁ ଚେନ ଓ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ, ସ୍କୁଟିରୁ ପଡି ମହିଳା ଗୁରୁତର

ଡଙ୍ଗରପଡାର ପ୍ରତିପ୍ରତିକ୍ଷା ପାହାଡ ସିଂ ଓ ତାଙ୍କ ସ୍ବାମୀ ଓମ ପ୍ରକାଶ ପାହାଡ ସିଂ ଏକ ସ୍କୁଟିରେ ଟାଙ୍ଗୀ ତହସିଲକୁ ଯାଉଥିଲେ । ଠିକ ସେହିସମୟରେ ରୟାଲ ଢାବା ନିକଟରେ ୨ ଜଣ ମୁଖାପିନ୍ଧା ଲୁଟେରା ପଲସର ବାଇକରେ ଆସି ମହିଳାଙ୍କ ଠାରୁ ଭ୍ୟାନିଟ୍ ବ୍ୟାଗ ସହ ସୁନା ଚେନ୍ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି । ତେବେ ସେହି ସ୍ଥାନରେ ବାରମ୍ବାର ଲୁଟ୍ ହେଉଥିବାରୁ ଚାନ୍ଦପୁର ପୋଲିସର ପାରିବା ପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details