ଓଡିଶା

odisha

ETV Bharat / state

ଓଲିଉଡରେ କାଷ୍ଟିଂକାଉଚ ! : 'ଯଦି ଅଭିଯୋଗ ଅଛି ପ୍ରମାଣ ଦିଅନ୍ତୁ' କହିଲେ ସିନେ ସମୀକ୍ଷକ

ଓଲିଉଡରେ କାଷ୍ଟିଂକାଉଚକୁ ନେଇ ଯୋଡି ହୋଇଛି ଅଭିଯୋଗର ଫର୍ଦ୍ଦ । ଏହାରି ଭିତରେ ଘଟଣାରେ କେତେ ସତ୍ୟତା ଅଛି ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଅଧିକ ପଢନ୍ତୁ

By

Published : Jun 14, 2023, 7:39 PM IST

ଓଲିଉଡରେ କାଷ୍ଟିଂକାଉଚ ଅଭିଯୋଗ
ଓଲିଉଡରେ କାଷ୍ଟିଂକାଉଚ ଅଭିଯୋଗ

ଓଲିଉଡରେ କାଷ୍ଟିଂକାଉଚ ଅଭିଯୋଗ

ଭୁବନେଶ୍ବର:ଓଲିଉଡରେ ଦେଖିବାକୁ ମିଳିଛି କାଷ୍ଟିଂକାଉଚର କଳାବାଦଲ । ପ୍ରଥମେ ଅଭିନେତ୍ରୀ ପ୍ରକୃତି ମିଶ୍ର ପରେ ଜସ୍ମିନ, ପୁପୁଲ ଆଉ ଏବେ ରୁପଶ୍ରୀ ଆଣିଛନ୍ତି କାଷ୍ଟିଂ କାଉଚର ଅଭିଯୋଗ। ଗତ ସପ୍ତାହେ ଧରି ବିଭିନ୍ନ ଗଣମାଧ୍ୟମ ଆଗରେ ଏହି ଅଭିନେତ୍ରୀମାନେ ଅଭିଯୋଗମାନ କରିଆସୁଛନ୍ତି । ତେବେ ପ୍ରକୃତି ମିଶ୍ର ଟୁଟୁ ନାୟକଙ୍କ ନାଁ ନେଇଥିବାବେଳେ ନାଁ ନନେଇ ଅନ୍ୟ ଅଭିନେତ୍ରୀମାନେ କାଷ୍ଟିଂ କାଉଚର ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ କାଉଣ୍ଟର-ଏନକାଉଣ୍ଟର ଚାଲିଛି । ତେବେ ଓଲିଉଡରେ କାଷ୍ଟିଂ କାଉଚ ପଛର ଅସଲ ସତ କଣ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଏହାକୁ ନେଇ, ସିନେ ସମୀକ୍ଷକ ଦିଲ୍ଲୀପ ହାଲି ପ୍ରଶ୍ନ କରିଛନ୍ତି, "ଯଦି ଜଣେ ଅଭିନେତ୍ରୀଙ୍କ ସହିତ ସତରେ କାଷ୍ଟିଂ କାଉଚ ହୋଇଛି ସେ ସିଧାସଳଖ ଆଇନର ଆଶ୍ରୟ ନେଉନାହାନ୍ତି କାହିଁକି ? ଶସ୍ତା ଲୋକପ୍ରିୟତା ପାଇବା ପାଇଁ ଗଣମାଧ୍ୟମକୁ କାହିଁକି ଆସୁଛନ୍ତି ? ଗଣମାଧ୍ୟମରେ ଏପରି ପ୍ରଚାର ଦ୍ବାରା ପରବର୍ତ୍ତୀ ପୀଢି ଉପରେ ଏହାର କୁପ୍ରଭାବ ପଡୁଛି ।" ଏହାସହ ସେ ଅଭିନେତ୍ରୀ ମହାଶ୍ବତାଙ୍କ ଉଦାହରଣ ଦେଇ କହିଛନ୍ତି," ଗୃପ୍‌ରେ ନାଚ କରୁଥିଲେ ମହାଶ୍ବେତା। ପ୍ରଶାନ୍ତ ନନ୍ଦ ତାଙ୍କ ଟ୍ୟାଲେଣ୍ଟ ଚିହ୍ନିପାରି ତାଙ୍କୁ ସିନେମାରେ ସୁଯୋଗ ଦେଲେ ଏବଂ ପରବର୍ତ୍ତୀ ସମୟରେ ମହାଶ୍ବେତା ଜଣେ ସଫଳ ନାୟିକା ହୋଇପାରିଲେ । ତେଣୁ କାଷ୍ଟିଂ କାଉଚ ସେମିତି କିଛି ହେଉନାହିଁ ବୋଲି କହିଛନ୍ତି ଦିଲ୍ଲୀପ ହାଲି । ଏବେବି ଟାଲେଣ୍ଟ ମାନଙ୍କୁ ଚିହ୍ନଟ କରି ସୁଯୋଗ ଦିଆଯାଉଛି।"

ଅପରପକ୍ଷେ, କାଷ୍ଟିଂ କାଉଚକୁ ନେଇ ଯେଉଁ 4ଟି ଅଭିଯୋଗ ଆସିଛି କୌଣସି ଗୋଟିଏ କେସରେ ବି ପ୍ରମାଣ ନାହିଁ ବୋଲି କହିଛନ୍ତି ମିଡିଆ ପ୍ଲାନର ପ୍ରଣୟ ଜେଠୀ । ଏହାସହ ସେ କହିଛନ୍ତି, "ଯେଉଁ ଅଭିନେତ୍ରୀମାନେ ନିର୍ଦ୍ଦେଶକ କିମ୍ବା ପ୍ରଯୋଜକଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି ସେମାନେ ପ୍ରଥମେ ପ୍ରମାଣ ଯୋଗାଡ କରନ୍ତୁ । ଗଣମାଧ୍ୟମକୁ ଆସି ଇନ ଜେନେରାଲ କହିଦେଲେ ହେବ ନାହିଁ । କିଏ କାଷ୍ଟିଂ କାଉଚ କରିଛି, କେମିତି କରିଛି, ପୁରା ନେଟଓ୍ବାର୍କ କେମିତି ଚାଲିଛି ଏସବୁର ତଥ୍ୟ ଓ ପ୍ରମାଣ ରଖନ୍ତୁ" । ତେବେ ଦମନ ଓ ପ୍ରତୀକ୍ଷା ପରି ଓଡିଆ ସିନେମା ରିଲିଜ ହେବା ପରେ ଓଡ଼ିଆ ଦର୍ଶକ ଓଡିଆ ସିନେମା ପ୍ରତି ଆକୃଷ୍ଟ ହୋଇଥିବା ବେଳେ ଆହୁରି ଅନେକ ସିନେମା ଏବେ ମୁକ୍ତିଲାଭ ଅପେକ୍ଷାରେ ଥିବାବେଳେ କାଷ୍ଟିଂ କାଉଚ୍‌ର ମିଛ ଅଭିଯୋଗ ଦର୍ଶକଙ୍କୁ ଆନ୍ଦୋଳିତ କରୁଥିବା କଥା କହିଛନ୍ତି ପ୍ରଣୟ ଜେଠୀ ।

ତେବେ ଅଭିନେତ୍ରୀ ପ୍ରକୃତି ମିଶ୍ର ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଥିବାବେଳେ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗକୁ ଖଣ୍ଡନ କରିଥିଲେ ଟୁଟୁ ନାୟକ । ଯଦି ଅଭିଯୋଗ ଆଣିଛନ୍ତି ପ୍ରମାଣ ସହ ଅଭିଯୋଗ ଆଣନ୍ତୁ ବୋଲି କହିଥିଲେ ଟୁଟୁ ନାୟକ । କହିଥିଲେ, "ଯେଉଁ ଅଭିନେତ୍ରୀମାନେ ଏପରି ଅଭିଯୋଗ ଆଣୁଛନ୍ତି ସିନେ ଇଣ୍ଟଷ୍ଟ୍ରିରେ ସେମାନେ ଛୋଟମୋଟ ରୋଲ କରନ୍ତି । ସେମାନଙ୍କ ପାଖରେ କାମ ନାହିଁ । କିମ୍ବା ଆଖି ଦୃଶିଆ ରୋଲ ସେମାନେ ପାଇପାରିନାହାନ୍ତି । ନିଜକୁ ଅଧିକ ହାଇଲାଇଟ କରିବା ପାଇଁ ଏହି ଅଭିନେତ୍ରୀମାନେ ଗଣମାଧ୍ୟମକୁ ସାହାରା କରିଛନ୍ତି"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details