ଓଡିଶା

odisha

ETV Bharat / state

Cash for Query Row: ବିଜେପି ଅଭିଯୋଗକୁ ଦୁର୍ଭାଗ୍ୟଜନକ କହିଲେ ପିନାକୀ, ସୁରଙ୍କ CBI ତଦନ୍ତ ଦାବି

‘ଟଙ୍କା ବଦଳରେ ସଂସଦରେ ପ୍ରଶ୍ନ’ ପଚାରିବା ପ୍ରସଙ୍ଗ । ବିଜେପି ଅଭିଯୋଗକୁ ବିଜେଡି ସାଂସଦ ଦୁର୍ଭାଗ୍ୟଜନକ କହିଥିବା ବେଳେ ସିବିଆଇ ତଦନ୍ତ ଦାବି କଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ

Cash for Query Row
Cash for Query Row

By ETV Bharat Odisha Team

Published : Oct 22, 2023, 6:42 PM IST

ସୁରଙ୍କ CBI ତଦନ୍ତ ଦାବି

ଭୁବନେଶ୍ବର: ‘ଟଙ୍କା ବଦଳରେ ସଂସଦରେ ପ୍ରଶ୍ନ’ ପଚାରିବା ପ୍ରସଙ୍ଗରେ ଓଡ଼ିଶା ସାଂସଦଙ୍କ ଲିଙ୍କ ଘଟଣା । ପ୍ରେସ ବିଜ୍ଞପ୍ତି ଜାରି କରି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ତାଙ୍କ ବିରୋଧରେ ଆସୁଥିବା ଅଭିଯୋଗ ସବୁ ଭିତ୍ତିହୀନ । ବିଜେପିର ଏଭଳି ଅଭିଯୋଗ ଦୁର୍ଭାଗ୍ୟଜନକ ବୋଲି ସେ ଆଜି ପ୍ରେସ ବିଜ୍ଞପ୍ତିରେ କହିଛନ୍ତି । ଏହାପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବଦନାମ କରିବାକୁ ପ୍ରଶ୍ନ ପାଇଁ ଅର୍ଥ କାରବାର ଏହା ଷଡଯନ୍ତ୍ର କି ନୁହେଁ, ସିବିଆଇ ତଦନ୍ତ ହେଉ ବୋଲି ସୁର ଦାବି କରିଛନ୍ତି ।

ପ୍ରେସ ବିଜ୍ଞପ୍ତି ଜାରି କରି ଅଭିଯୋଗକୁ ଖଣ୍ଡନ କଲେ ବିଜେଡି ସାଂସଦ ପିନାକୀ ମିଶ୍ର

ବିଜେପିର ସମାଲୋଚନା ନେଇ ଆଜି ବିଜେଡି ସାଂସଦ ପିନାକୀ ମିଶ୍ର ପ୍ରତିକ୍ରିୟା ପ୍ରେସ ରିଲିଜ ଯୋଗେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ବିନା ପ୍ରମାଣରେ ବିଜେପିର ଅଭିଯୋଗ ଦୁର୍ଭାଗ୍ୟଜନକ । ଶସ୍ତା ପ୍ରଚାରରେ ନିଜକୁ ସାମିଲ କରି ଟିଭିରେ ମୁହଁ ଦେଖାଇବା ଉଦ୍ୟମ କରିବା ପରିବର୍ତ୍ତେ ରାଜନୈତିକ ଲଢେଇ କର । ଶସ୍ତା ପ୍ରଚାରରୁ ନିବୃତ୍ତ ରହୁ ବିଜେପି । ୨୫ ବର୍ଷରୁ ଅଧିକ ସମୟ ଧରି ସାଂସଦ ଭାବେ ଜନସେବାରେ ମୁଁ ନିଜକୁ ନିୟୋଜିତ କରିଛି, ଆଉ ଏଥିରେ ଆଜି ଯାଏଁ ଦାଗ ଟିକେ ବି ଲାଗିନାହିଁ । ରାଜ୍ୟ ବିଜେପିକୁ ଆହ୍ବାନ ଦେଉଛି, ଶସ୍ତା ରାଜନୀତି ଛାଡି ରାଜନୀତି କରନ୍ତୁ । ଆବଶ୍ୟକ ସ୍ଥଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି ।"

ଏହା ବି ପଢନ୍ତୁ- Cash for Query Row: ପିନାକୀ ଯଦି ସତ୍ୟବାଦୀ ତାକୁ ସେ ପ୍ରମାଣିତ କରନ୍ତୁ: ମନମୋହନ

ସେପଟେ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ପ୍ରେସ ବିଜ୍ଞପ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, "ଗଣତନ୍ତ୍ରକୁ ଜାଣିଶୁଣି ଶସ୍ତା କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବଦନାମ କରିବାକୁ ପ୍ରଶ୍ନ ପାଇଁ ଅର୍ଥ କାରବାର ଏହା ଷଡଯନ୍ତ୍ର କି ନୁହେଁ, ସିବିଆଇ ତଦନ୍ତ ହେଉ । ପ୍ରଶ୍ନ ପଚାରିବାକୁ ଅର୍ଥ କାରବାର କଥା ଉଠୁଛି, ଏହାର ସତ୍ୟାସତ୍ୟ ପଦାକୁ ଆସିବାର ଆବଶ୍ୟକତା ରହିଛି । ବିଜେଡି ସାଂସଦ ଏବଂ ଟିଏମସି ସାଂସଦଙ୍କ ଭିତରେ ଟଙ୍କା କାରବାର ହୋଇଛି କି ନାହିଁ ସିବିଆଇ ତଦନ୍ତ ପରେ ସ୍ପଷ୍ଟ ହେବ । ଯେଉଁମାନେ ଏଥିରେ ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।"

ଏହା ବି ପଢନ୍ତୁ- Cash for Query Row: ‘ସାଂସଦ ପିନାକୀ ମିଶ୍ର ଜନ ବିରୋଧୀ କି ନୁହେଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ’

ସୂଚନା ଥାଉ କି ତୃଣମୂଳ କଂଗ୍ରେସର ଲୋକସଭା ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ‘ଟଙ୍କା ବଦଳରେ ସଂସଦରେ ପ୍ରଶ୍ନ’ କରିବା ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ । ଏହି ଘଟଣାରେ ଓଡ଼ିଶା ସାଂସଦ ପିନାକୀ ମିଶ୍ରଙ୍କ ଲିଙ୍କ ଥିବା ଅଭିଯୋଗ ହୋଇଛି । ସାଂସଦ ମହୁଆ ମୋଇତ୍ରାଙ୍କୁ ସହାୟତା ଯୋଗାଇ ଦେବାରେ କଂଗ୍ରେସର ୨ ଜଣ ସାଂସଦଙ୍କ ସମେତ ଓଡିଶାର ଜଣେ ସାଂସଦଙ୍କ ଭୂମିକାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଅଭିଯୋଗ ହେବା ପରେ ରାଜ୍ୟ ବିଜେପି ବିଜେଡି ସାଂସଦ ପିନାକୀ ମିଶ୍ରଙ୍କୁ ଟାର୍ଗେଟ କରିଛି । ଯଦି ସେ ସତ୍ୟବାଦୀ ତାହାଲେ ପ୍ରମାଣ ଦିଅନ୍ତୁ ବୋଲି ଦାବି କରିଛି ରାଜ୍ୟ ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details