ଓଡିଶା

odisha

ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ, ଜଣେ ଗିରଫ

ଖୋର୍ଦ୍ଧା ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ବଢୁଛି ଧଳା ଜହର ଜାଲ । ଆଜି ଜଣେ ବ୍ରାଉନସୁଗାର ବେପାରୀକୁ ଧରିଲା ପୋଲିସ । ନଗଦ ଟଙ୍କା ଜବତ । ପଢନ୍ତୁ ଅଧିକ.....

By

Published : Nov 11, 2020, 10:37 PM IST

Published : Nov 11, 2020, 10:37 PM IST

ETV Bharat / state

ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ, ଜଣେ ଗିରଫ

ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ , ଜଣେ ଗିରଫ
ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ , ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ଧଳାଜହର କାରବାର । ଏଥିରେ ରୋକ ଲଗାଇବା ପାଇଁ ଉଭୟ ପୋଲିସ ଓ ଅବକାରୀ ବିଭାଗ ରୀତିମତ ପ୍ରଚେଷ୍ଟା ଜାରି ରଖିଛନ୍ତି । ସେହିଭଳି ଆଜି ଜଟଣୀ ଥାନା ପୋଲିସ କୁଦିଆରୀ ବଜାର ଉପରେ ଚଢ଼ାଉ କରି ଜଣେ ବ୍ରାଉନସୁଗାର ବ୍ୟବସାୟୀକୁ ଗିରଫ କରିଛି । ଅଭିଯୁକ୍ତର ନାଁ ଅବଦ୍ଦୁଲ ମହମ୍ମଦ ବୋଲି ଜଣା ପଡିଛି ।

ସେ ସ୍ଥାନୀୟ ଅଞ୍ଚଳରେ ବ୍ରାଉନସୁଗାର ବିକୁଥିବା ନେଇ ସୂଚନା ମିଳିବା ପରେ ତାକୁ ଧରିବା ପାଇ ପୋଲିସ ଚଢାଉ କରିଥିଲା । ତା ନିକଟରୁ ନଗଦ 41 ହଜାର 600 ଟଙ୍କା ଜବତ କରିଛି । ଗିରଫ ପର୍ ତାକୁ କୋର୍ଟ ଚାଲାଣ କରାଯିବା ନେଇ ପୋଲିସ ସୂଚନା ଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details