ଓଡିଶା

odisha

ETV Bharat / state

ଗଣମାଧ୍ୟମ ସଂସ୍ଥାକୁ ଆଇନର ଫାସ, ସୌମ୍ୟ ପଟ୍ଟନାୟକଙ୍କ ନାଁରେ ମାମଲା ରୁଜୁ - ସୌମ୍ୟ ପଟ୍ଟନାୟକଙ୍କ ନାଁରେ ମାମଲା ରୁଜୁ

ଦୈନିକ ଖବରକାଗଜ 'ସମ୍ବାଦ' ଉପରେ ଇଓଡବ୍ଲ୍ୟୁର ଚଢଉ ଘଟଣା । ଆଜି ସମ୍ପାଦକ ସୌମ୍ୟଙ୍କ ବିରୋଧରେ ମାମଲା ରୁଜୁ। ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Sep 19, 2023, 3:36 PM IST

ଭୁବନେଶ୍ବର:ଦୈନିକ ଖବରକାଗଜ 'ସମ୍ବାଦ' ବିରୋଧରେ ଋଣ ଜାଲିଆତି ଅଭିଯୋଗ । ସଂସ୍ଥାର ସମ୍ପାଦକ ତଥା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ମାମଲା ରୁଜୁ କଲା ଅର୍ଥନୈତିକ ଅପରାଧ ଶାଖା (EOW)। ସଂସ୍ଥା ବିରୋଧରେ ଇଓଡବ୍ଲ୍ୟୁ ଆଇନଗତ ଚଢାଉ କରି ତଦନ୍ତ ଚଳାଇଥିବା ବେଳେ ଏ ନେଇ ଇଓଡବ୍ଲ୍ୟୁ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

ଖବରକାଗଜ ସଂସ୍ଥାର ଜଣେ ପୂର୍ବତନ କର୍ମଚାରୀଙ୍କ ଋଣ ଠକେଇ ଅଭିଯୋଗକୁ ଭିତ୍ତି କରି ଏହି ଚଢାଉ ହୋଇଛି। ପୂର୍ବତନ‌ କର୍ମଚାରୀଙ୍କ ଅଭିଯୋଗ ଆଧାରରେ କେସ ନମ୍ବର‌ 24/2023 ଆଧାରରେ ତଦନ୍ତ କରୁଛି ଇଓଡବ୍ଲ୍ୟୁ । ଏନେଇ ଆଇପିସିର ଦଫା 506/467/468/471/420/120-B IPCରେ ତଦନ୍ତ କରାଯାଉଛି । ଇଓଡବଲ୍ୟୁ ରେଡ କରିବା ସହ ସଂସ୍ଥାର ଅନ୍ୟ କର୍ମଚାରୀଙ୍କ ସହ‌ ସୌମ୍ୟ‌ ପଟ୍ଟନାୟକଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀ ମୁକ ବଧିର ପାଲଟି ଯାଇଛନ୍ତି, ରାଜ୍ୟର ଗଣତନ୍ତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି: ବିଜେପି

ତେବେ ଇଓଡବ୍ଲ୍ୟୁ ପକ୍ଷରୁ ଦର୍ଶାଯାଇଛି ଯେ ଗତ ୧୬ତାରିଖରେ ଏହି ଖବରକାଗଜ ସଂସ୍ଥାରେ ‌କାମ କରୁଥିବା ପୂର୍ବତନ କର୍ମଚାରୀ ଅସୀମ ମହାପାତ୍ର ଏହି ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା ଅନୁସାରେ ସେ ଚାକିରି କରୁଥିବା ସମୟରେ ତାଙ୍କୁ ଚାକିରି ଭୟ ଦେଖାଇ ଏକ ଦସ୍ତଖତ ନିଆଯାଇଥିଲା । ଏହାପରେ ତାଙ୍କ ନାଁରେ ସଂସ୍ଥା ପକ୍ଷରୁ ଋଣ ନିଆଯାଇଥିଲା । ଏହି ଅଭିଯୋଗ ଆସିବା ପରେ ଇଓଡବ୍ଲ୍ୟୁର ଏକ ଟିମ ସୌମ୍ୟ ପଟ୍ଟନାୟକଙ୍କ ଦ୍ବାରା ପରିଚାଳିତ ଖବର କାଗଜ ସଂସ୍ଥା ଉପରେ ଚଢଉ କରିଛି । ସଂସ୍ଥାରେ ଚଢଉ ସମୟରେ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ସେପଟେ ଏନେଇ ୧୫ରୁ ୨୦ଲୋକ ଅଭିଯୋଗ ପାଇଁ ସାମ୍ନାକୁ ଆସିଥିବା ଇଓଡବ୍ଲୁ ପ୍ରେସ ରିଲିଜ ଜରିଆରେ ଦର୍ଶାଯାଇଛି।

ସୂଚନା ଥାଉ କି ଏକାକୀ ସୌମ୍ୟ ପଟ୍ଟନାୟକ ନୁହଁନ୍ତି 2 ଦିନ‌ ତଳେ ସୌମ୍ୟଙ୍କ ସମୁଦି ମଧ୍ୟ ଇଓଡବ୍ଲୁର ସ୍କାନରରେ ରହିଛନ୍ତି । ଏନେଇ ତାଙ୍କୁ ମଧ୍ୟ ଇଓଡବ୍ଲୁ କାର୍ଯ୍ୟାଳୟକୁ ଡକାଇ ପଚରାଉଚରା କରିଛି ଇଓଡବ୍ଲ୍ୟୁ ଟିମ । ତାଙ୍କ ବିରୋଧରେ ଆସିଥିବା ଇଓଡବ୍ଲ୍ୟୁର ଅଭିଯୋଗ‌ ଆଧାରରେ ସେ ହାଜର‌ ହୋଇ ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତରେ ସହଯୋଗ କରିଛନ୍ତି । ସୌମ୍ୟ ପଟ୍ଟାୟକଙ୍କ ଖବରକାଗଜ ସଂସ୍ଥା ଉପରେ ରେଡ ପରେ ରାଜ୍ୟରେ ସାମ୍ପ୍ରତିକ ରାଜନୈତିକ ବାତାବରଣ ।

ଏହା ବି ପଢନ୍ତୁ- ରାଜ୍ୟ ସରକାରଙ୍କ ମରଣ କାଳେ ବିପରୀତ ବୁଦ୍ଧି: ବିଜେପି

କିଛି ବିଜେଡି ନେତାଙ୍କ ସହ ସୌମ୍ୟ ପଟ୍ଟନାୟକଙ୍କ ବାକ ଯୁଦ୍ଧ ପରେ ଏବେ ସୋମ୍ୟଙ୍କ ଉପରେ ଏପରି ଆଇନଗତ ଆକ୍ସନ ଘଟଣାକୁ ନୂଆ ମୋଡ଼ ଦେଇଛି । ସୌମ୍ୟ ପଟ୍ଟନାୟକଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ରାଜନୈତିକ ଆକ୍ରୋଶ ଯୋଗୁଁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଏଭଳି ଆକ୍ସନକୁ ଉଭୟ‌ କଂଗ୍ରେସ ଓ ବିଜେପି ଦୃଢ ନିନ୍ଦା କରିବା ସହିତ ଏହା ଗଣମାଧ୍ୟମ ସଂସ୍ଥା ଉପରେ ପ୍ରହାର‌ ବୋଲି ଚର୍ଚ୍ଚା ହେଉଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details