ଓଡିଶା

odisha

ETV Bharat / state

ସାଇବର ଠକେଇର ଶିକାର ହେଲେ ବ୍ୟବସାୟୀ, ଲାଗିଲା ୧୬ ଲକ୍ଷ ଟଙ୍କାର ଚୁନା - cyber fraud

ଖୋର୍ଦ୍ଧା ବୋଲଗଡ ଥାନା ବାଙ୍କୋଇ ଗ୍ରାମର ବ୍ରଜବନ୍ଧୁ ସାହୁ ଏକ ବିଦେଶୀ ୱେବସାଇଟରେ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ସାଇବର ଠକେଇର ଶିକାର ହେଲେ ବ୍ୟବସାୟୀ
ସାଇବର ଠକେଇର ଶିକାର ହେଲେ ବ୍ୟବସାୟୀ

By

Published : Dec 21, 2020, 8:34 PM IST

ଖୋର୍ଦ୍ଧା: ଡିଜିଟାଲ ଯୁଗରେ ବୃଦ୍ଧି ପାଇବାରେ ଲାଗିଛି ସାଇବର ଠକେଇ ମାମଲା । ଏହି ଠକଙ୍କୁ ଧରିବାରେ ପୋଲିସର ବିଫଳତା ପଦାରେ ପଡିଛି । ଖୋର୍ଦ୍ଧା ବୋଲଗଡ ଥାନା ବାଙ୍କୋଇ ଗ୍ରାମର ବ୍ରଜବନ୍ଧୁ ସାହୁ ଏକ ବିଦେଶୀ ୱେବସାଇଟରେ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ସାଇବର ଠକେଇର ଶିକାର ହେଲେ ବ୍ୟବସାୟୀ

ଗତବର୍ଷ ୨୦୧୯ ଅଗଷ୍ଟ ମାସରେ ବ୍ରଜବନ୍ଧୁ ଟ୍ରେଡ ୟୁନାଇଟେଡ ଲିମିଟେଡ଼ ନାମକ ଏକ ବିଦେଶୀ ୱେବସାଇଟ କାଠ ଯୋଗାଇ ଦେବାର ସୂଚନା ଦେଇଥିଲା।

ବ୍ରଜବନ୍ଧୁ ସେହି ସଂସ୍ଥା ସହିତ ନିଜ କାଠ ଗୋଲାର ବ୍ୟାଙ୍କ ଖାତା ନମ୍ବର ସହିତ ସମସ୍ତ କାଗଜପତ୍ର ଦେଇ ୧୬ ଲକ୍ଷ ୩୨ ହଜାର ଉକ୍ତ ସଂସ୍ଥାକୁ ପଠାଇଥିଲେ। ଏହି ଟଙ୍କା ସେ ବ୍ୟାଙ୍କରୁ ଋଣ ଆଣି ପଠାଇଥିଲେ ।

ଚୁକ୍ତି ଅନୁସାରେ ସେହି ଅଗଷ୍ଟ 30ରେ କାଠ ଜାହାଜ ପାରାଦୀପ ବନ୍ଦରରେ ଲାଗିବ ବୋଲି ସୂଚନା ଦିଆଯାଇଥିଲା । ମାତ୍ର କୌଣସି କାଠ ଆସି ନଥିଲା। ତାପରେ ୟୁନାଇଟେଡ ଲିମିଟେଡ଼ ତାଙ୍କ ଠାରୁ ଟଙ୍କା ଠକି ନେଇଥିବା ବ୍ରଜବନ୍ଧୁ ଜାଣିବାକୁ ପାଇଥିଲେ।

ପରେ ଏନେଇ ବୋଲଗଡ ଥାନା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସାଇବର ଥାନା ଓ ଖୋର୍ଦ୍ଧା ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଆଜି ପୁନଃର୍ବାର ବ୍ରଜବନ୍ଧୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଏକ ଅଭିଯୋଗ ପତ୍ର ଦେଇଛନ୍ତି ।

ଆସନ୍ତା ୧୫ଦିନ ମଧ୍ୟରେ ଯଦି ବ୍ରଜବନ୍ଧୁଙ୍କୁ ନ୍ୟାୟ ନମିଳେ ସେ ନିଜେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବା ପାଇଁ ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details