ଓଡିଶା

odisha

ETV Bharat / state

ବସ ଧକ୍କାରେ 2ବାଇକ ଆରୋହୀ ମୃତ

ଯାତ୍ରୀବାହୀ ବସ ଓ ବାଇକ ଧକ୍କା । ଫଳରେ 2 ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ନୟାଗଡ ଦଶପଲ୍ଲା ଏସାର ପେଟ୍ରୋଲ ପମ୍ଫ ନିକଟରେ ମଙ୍ଗଳବାର ମଧ୍ୟ ରାତ୍ରରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ।

By

Published : Mar 13, 2019, 10:52 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ନୟାଗଡ: ଯାତ୍ରୀବାହୀ ବସ ଓ ବାଇକ ଧକ୍କା । ନୟାଗଡ ଦଶପଲ୍ଲା ଏସାର ପେଟ୍ରୋଲ ପମ୍ଫ ନିକଟରେ ମଙ୍ଗଳବାର ମଧ୍ୟ ରାତ୍ରରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଫଳରେ 2 ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି ।

ମୃତକମାନେ ବୌଦ୍ଧ ଜିଲ୍ଲା ତଳଗାଁ ଅଞ୍ଚଳର ବୋଲି ସୂଚନା ମିଳିଛି । ଏକ ଘରୋଇ ଯାତ୍ରୀବାହୀ ବସ ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଯାଉଥିବା ଏକ ପଲସର ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁଇ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଖବର ପାଇ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରିଛି ।


ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details