ଓଡିଶା

odisha

ETV Bharat / state

ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର - ପ୍ରତିକ୍ରିୟା

ଭାରତର ଭବିଷ୍ୟତକୁ ଆଗରେ ରଖି ଅର୍ଥମନ୍ତ୍ରୀ ବଜେଟ ଆଗତ କରିଛନ୍ତି । ଚଳିତ ବଜେଟ ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନର ନୂଆ ଭାରତର ନିର୍ମାଣରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 6, 2019, 4:21 PM IST

ଭୁବନେଶ୍ବର: ଶୁକ୍ରବାର କେନ୍ଦ୍ର ସରକାର ଆଗତ କରିଛନ୍ତି ଚଳିତ ଆର୍ଥିକ ବର୍ଷର ବଜେଟ୍ । ତେବେ ବଜେଟ ଦେଶ ଗଠନର ମୁଖଶାଳା ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । କିନ୍ତୁ ବିରୋଧୀ କଂଗ୍ରେସ ଏହାକୁ ବିରୋଧ କରୁଥିବା ବେଳେ ବିଜୁ ଜନତା ଦଳ ବଜେଟକୁ ସ୍ବାଗତ କରିଛି । ଏପଟେ ବଜେଟରେ ତୈଳ ଦର ବୃଦ୍ଧି ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଖିଛନ୍ତି ପ୍ରତିକ୍ରିୟା ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ସେ କହିଛନ୍ତି ଭାରତର ଭବିଷ୍ୟତକୁ ଆଖି ଆଗରେ ରଖି ଅର୍ଥମନ୍ତ୍ରୀ ଏହି ବଜେଟ ପାରିତ କରିଛନ୍ତି । ଚଳିତ ବଜେଟ୍ ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନର ନୂଆ ଭାରତର ନିର୍ମାଣରେ ସହାୟକ ହେବ ବୋଲି ସେ କହିଛନ୍ତି । ଓଡ଼ିଶା ଏହି ଆୟବ୍ଯୟ ଅଟକଳରେ ସର୍ବାଧିକ ସିଂହ ଭାଗ ପାଇବ, ରାଜ୍ଯର ରାସ୍ତା ଘାଟ, କୃଷକ, ମହିଳାମାନେ ବିଶେଷ ଭାବେ ଉପକୃତ ହେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ସେହିପରି ପେଟ୍ରୋଲ, ଡ଼ିଜେଲର ଦରଦାମ୍ ବଜେଟରେ ବୃଦ୍ଧି ନେଇ ସେ କହିଛନ୍ତି ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଓ ଡ଼ିଜେଲର ଦରଦାମ ହ୍ରାସ ଘଟିଛି । ତେଣୁ ଏହି ଦାମ ବଢିବାର କୌଣସି ଅସୁବିଧା ନାହିଁ । ବଜାରକୁ ଆଖି ଆଗରେ ରଖି ବେଳ ଥାଉ ସାବଧାନ ହେବା ଉଚିତ୍ । ଏହି ଅର୍ଥ ରାଜ୍ଯର ବିକାଶରେ ସହାୟକ ହେବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details