ଭୁବନେଶ୍ୱର: ନିର୍ବାଚନ ସମୟରେ ରାଜ୍ଯବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆମେ ପାଳନ କରିଛୁ । ଆଜି ବିଧାନସଭାରେ 2019-20 ବଜେଟ ଉପସ୍ଥାପନ ପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଏକ ଲୋକାଭିମୁଖୀ ବଜେଟ । କାଳିଆ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତିଶ୍ରୁତି ମୁତାବକ ଚଳିତ ବଜେଟରେ ବ୍ୟୟ ବରାଦ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ବଜେଟ ପରେ ଶାସକ-ବିରୋଧୀ କଥା କଟାକଟି
ଚଳିତ ବଜେଟକୁ ଲୋକାଭିମୁଖୀ ବଜେଟ ବୋଲି କହିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ବେକାରୀଙ୍କ ପାଇଁ କର୍ମନିଯୁକ୍ତି ବ୍ୟବସ୍ଥା ନଥିବା ଦର୍ଶାଇ ନୈରାଶ୍ୟଜନକ କହିଲେ ବିରୋଧିଦଳ ନେତା ।
ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର
ସେପଟେ ବିରୋଧିଦଳ ନେତା ପ୍ରଦୀପ୍ତ ନାୟକ ବଜେଟକୁ ନୈରାଶ୍ୟଜନକ ବୋଲି କହିଛନ୍ତି । ସରକାର ଉପସ୍ଥାପନା କରିଥିବା ବଜେଟରେ ବେକାର ଯୁବକ, ଯୁବତୀଙ୍କ ପାଇଁ କର୍ମସଂସ୍ଥାନର କୌଣସି ବ୍ଯବସ୍ଥା ନାହିଁ । ସେହିପରି ନିଯୁକ୍ତି ପାଇଁ ମଧ୍ୟ କିଛି ବ୍ୟୟ ଅଟକଳ ନଥିବାରୁ ଆମେ ଚଳିତ ବଜେଟକୁ ବିରୋଧ କରୁଛୁ ବୋଲି କହିଛନ୍ତି ପ୍ରଦୀପ୍ତ ।
ଭୁବନେଶ୍ୱରରୁ ଅଜିତ୍ ଦାଶ, ଇଟିଭି ଭାରତ
Last Updated : Jun 28, 2019, 8:37 PM IST