ଖୋର୍ଦ୍ଧା: ଜିଲ୍ଲାରେ ନିଶା ମାଫିଆଙ୍କ ଆତଙ୍କରାଜ । ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ବେଶ ସକ୍ରିୟ ଏହି ଧଳାଜହର ବେପାରୀ । ରାଜ୍ୟକୁ ନିଶାମୁକ୍ତ ଓ ଅପରାଧମୁକ୍ତ କରିବା ଉଦ୍ଦେଶ୍ୟରେ ପୋଲିସ ଏବଂ ଅବକାରୀ ବିଭାଗ ବାରମ୍ବାର ଚଢ଼ାଉ କରି ନିଶା ବେପାରୀଙ୍କୁ ଗିରଫ କରୁଛି । ମାତ୍ର ଏହାର ପ୍ରଭାବ ଏହି ନିଶା ବେପାରଙ୍କ ଉପରେ ପଡୁନଥିବା ଜଣାପଡୁଛି ।
ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
ରାଜ୍ୟକୁ ନିଶାମୁକ୍ତ ରଖିବାକୁ ପୋଲିସ ଏହି ନିଶାଖୋର ବେପାରୀଙ୍କ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରୁଥିଲେ ମଧ୍ୟ ଏହାର ପ୍ରଭାବ ଏହି ବେପାରୀଙ୍କ ଉପରେ ପଡୁନଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ବେପାରୀ ସହ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ ।
ବ୍ରାଉନସୁଗାର ବେପାରୀ ଗିରଫ
ମଙ୍ଗଳବାର ସକାଳେ ଖୋର୍ଦ୍ଧା ଅବକାରୀ ବିଭାଗ 21 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରିଥିଲା । ସନ୍ଧ୍ୟାରେ ପୁଣି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ସ୍ଥାନୀୟ ମଠ ସାହିରେ ଚଢ଼ାଉ କରି 16.4 ଗ୍ରାମ ବ୍ରାଉନସୁଗାର ଜବତ କରି ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲା ଛବିନ୍ଦ୍ର ପ୍ରଧାନ । ଛବିନ୍ଦ୍ର ଠାରୁ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 1 ଲକ୍ଷ 60ହଜାର ଟଙ୍କା ହେବ ବୋଲି ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ