ଓଡିଶା

odisha

ETV Bharat / state

ଫିକା ପଡିବ ନିଶା ମାଫିଆଙ୍କ ନୂଆବର୍ଷ ପ୍ଲାନ୍, ଧରାପଡ଼ିଲା ମାଛ ଗାଡିରେ ଡ୍ରଗ୍ସ ଚାଲାଣ

2 Drugs Peddlers Held With Brown sugar: ମାଛ ଗାଡି ଯୋଗେ ଆସୁଥିବା ପ୍ରାୟ ୬୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଛି ପୋଲିସ । ଚାଲାଣରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ

brownsugar seized
ବ୍ରାଉନସୁଗର ଜବତ

By ETV Bharat Odisha Team

Published : Dec 18, 2023, 5:34 PM IST

Updated : Dec 18, 2023, 5:41 PM IST

ବ୍ରାଉନସୁଗର ଜବତ

ଭୁବନେଶ୍ବର:ଭଣ୍ଡୁର ହେଲା ଡ୍ରଗ୍ସ ମାଫିଆଙ୍କ ନୂଆ ବର୍ଷ ପ୍ଲାନ୍ । କୋଲକାତାରୁ ଭାୟା ବାଲେଶ୍ବର ଦେଇ ଭୁବନେଶ୍ବର ଆସୁଥିବା ଧଳଜହର ଜବତ ହୋଇଛି । ମାଛ ଗାଡି ଯୋଗେ ପ୍ରାୟ ୬୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଆସିଥିବା ଜଣାପଡିଛି। ସିଆରପି ଛକରୁ ଦୁଇ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ। ୬୬୦ ଗ୍ରାମର ବ୍ରାଉନସୁଗର ସମେତ ଏକ ମାଛ ବୁହା ପିକ ଅପ୍ ବୋଲେରୋ ଜବତ କରିଛି କମିଶନରେଟ୍ ପୋଲିସ। ଆଗକୁ ନୂଆବର୍ଷ ଆସୁଥିବାବେଳେ ଜମିବ ମାହୋଲ । ଆଉ ଏହାରି ଭିତରେ ନିଉ ଇଅର ପାର୍ଟି ପାଇଁ ନିଶାର ବ୍ୟବହାର ମଧ୍ୟ କରାଯିବ । ଯାହାକୁ ନେଇ ନିଶା କାରବାର ବଢିବାରେ ଲାଗିଛି ।

ସୂଚନା ଅନୁସାରେ, ନିଶାର ଡିମାଣ୍ଡ ଦେଖି ସପ୍ଲାୟର ଅର୍ଡର ପାଇଁ ଏହା ଆଗୁଆ ପ୍ଲାନ ଥିଲା । ପେଡଲରଙ୍କ ସହ ପଠାଇବାର ରିସ୍କ ନ ନେଇ ନିଜେ ଡେଲିଭେରୀ ଦେବାର ଯୋଜନା କରିଥିଲେ ସପ୍ଲାୟର । ଏନେଇ ବ୍ରାଉନସୁଗର ପହଞ୍ଚାଇବା ପାଇଁ ସେ ଭୁବନେଶ୍ବର ଆସିଥିଲେ । ଯାହାର ଖବର ପାଇ ନଜର ରଖିଥିଲା ସ୍ପେଶାଲ କ୍ରାଇମ୍ ୟୁନିଟ। ସିଆରପି ପାଖରେ ଏକ ମାଛ ବୁହା ଗାଡିରେ ଆସୁଥିବାବେଳେ କାବୁ କରିଥିଲା ପୋଲିସ। ଏନେଇ ଦୁଇ କୁଖ୍ୟାତ ଡ୍ରଗ୍ସ ବ୍ୟବସାୟୀ ଶେଖ ସାଜିରୁଦ୍ଦିନ ଓ ଆଜମେର ଖାନଙ୍କୁ ଗିରଫ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ। ଏମାନେ ବାଲେଶ୍ବର ଓ ଜଳେଶ୍ବର ଅଞ୍ଚଳର ନିଶା ବେପାରୀ ଭାବେ ପରିଚିତ।

ପ୍ରାୟ ୬୦ ଲକ୍ଷ ଟଙ୍କାର ବ୍ରାଉନସୁଗର ସହ ସିଧା ଡେଲିଭରୀ ଦେଇ ଟଙ୍କା ନେଇ ଯିବାର ଯୋଜନା କରିଥିଲେ ଅଭିଯୁକ୍ତ । ସେମାନଙ୍କର ସବୁ ପ୍ଲାନ ଭଣ୍ଡୁର ହୋଇଛି । ଗିରଫ ପରେ ପୋଲିସକୁ ମିଳିଥିବା ସୁଚନା ମୁତାବକ, ବାଲେଶ୍ବର ବର୍ଡର ଦେଇ ମୁର୍ଶିଦାବାଦରୁ ବ୍ରାଉନସୁଗର ଆଣିବା କାଠିକର ପାଠ ହେଉଛି। ବ୍ରାଉନସୁଗର ବ୍ୟବହାରକାରୀଙ୍କୁ ଏବେ ମୋହରା କରାଯାଉଛି । ସେମାନଙ୍କ ସାହାଯ୍ୟରେ ବ୍ୟବହାରକାରୀଙ୍କ ପାଖରେ ପାଖାପାଖି ୧୦-୨୦ ଗ୍ରାମ ଭଳି ପଠାଯାଉଛି । ଏହାଦ୍ବାରା ଧରାପଡ଼ିବାର ଭୟ ରହୁନି। କିନ୍ତୁ ବଡ଼ ପରିମାଣର ବ୍ରାଉନସୁଗର ପହଞ୍ଚାଇବାକୁ ବଡ଼ ବଡ଼ ପ୍ଲାନ୍ କରିବାକୁ ଯୋଜନା କରୁଛନ୍ତି ମାଫିଆ। ଆଉ ବଡ଼ ପରିମାଣର ସପ୍ଲାଏ ବେଳେ‌ ପୋଲିସ ରାଡାରରେ ରହୁଛନ୍ତି ବେପାରୀ।

ଏହା ବି ପଢନ୍ତୁ...ଯୁବପିଢିଙ୍କୁ ନିଶାଠୁ ଦୂରେଇବାକୁ ପ୍ରୟାସ, ଅନଲାଇନରେ ଡ୍ରଗ୍ସ ଡେଲିଭେରି ଚିନ୍ତାଜନକ କହିଲେ ସିପି

ସେହି ଭୟରେ ଏଭଳି ମାଛ ଗାଡିରେ ବ୍ରାଉନସୁଗର ଆଣି ନୂଆବର୍ଷ ପାଇଁ ଅର୍ଡର କରିଥିବା ବ୍ୟବସାୟୀଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା କରିଥିଲେ ଅଭିଯୁକ୍ତ । "ନୂଆ ବର୍ଷ ମାହୋଲରେ ପାର୍ଟିର ମୁଡରେ ଏପରି କିଛି କାରବାର ବଢିଥାଏ । ତେଣୁ ତାଙ୍କୁ ନଜର ରଖିବା ପାଇଁ ହ୍ବାଇଟ ସ୍ପାଏଡର ଅଭିଯାନରେ ଚଢ଼ାଉ ଜୋରଦାର କରାଯାଉଛି" ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 18, 2023, 5:41 PM IST

ABOUT THE AUTHOR

...view details