ଓଡିଶା

odisha

ETV Bharat / state

ରାଜଧାନୀରେ ବ୍ରାଉନ ସୁଗାର ବେପାର କଲେ ମିଳୁଛି ଦରମା

ବ୍ରାଉନ ସୁଗାର ବେପାରୀଙ୍କ କବଜାରେ କବଳିତ ରାଜଧାନୀ ଭୁବନେଶ୍ବର । ପୁଣି ବେପାର କଲେ ମିଳୁଛି ମାସିକ ଦରମା । ପଳାଶୁଣୀରୁ ଜବତ ହେଲା 39 ଗ୍ରାମ ବ୍ରାଉନ ସୁଗାର ସହ 4 ଲକ୍ଷ ନଗଦ ଟଙ୍କା ।

By

Published : Jun 25, 2019, 10:13 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଧଳା ଜହର କବଳରୁ ମୁକୁଳି ପାରୁନାହିଁ ରାଜଧାନୀ ଭୁବନେଶ୍ବର । ସହରର ଯେତିକି ବିସ୍ତାର ଘଟୁଛି ବ୍ରାଉନ ସୁଗାର ବେପାରୀଙ୍କ ମାତ୍ରା ସେତିକି ବଢିବାରେ ଲାଗିଛି ।

କେବଳ ଏତିକି ନୁହେଁ ବ୍ୟବସାୟର ତରିକା ବି ବଦଳିବାରେ ଲାଗିଛି । ମଙ୍ଗଳବାର କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗ ଜଣେ ବେପାରୀକୁ ଗିରଫ କରିବା ସହିତ ତା ନିକଟରୁ ପ୍ରାୟ 4 ଲକ୍ଷ ଟଙ୍କା ମୂଲ୍ୟର 39 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଗିରଫ ବେପାରୀ ଜଣଙ୍କ ହେଉଛି ପଳାଶୁଣି ଅଞ୍ଚଳର ଜଗନ୍ନାଥ ମହାପାତ୍ର ।

ତେବେ ସବୁଠୁ ରୋଚକ କଥା ହେଉଛି ଯେ ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ବ୍ରାଉନସୁଗାର ବେପାର ପାଇଁ କରିଥିଲା ଚାକିରୀ । ଦରମା ପାଉଥିଲା 10 ହଜାର ଟଙ୍କା । ଆଉ ଅଧିକ ବିକ୍ରି କଲେ ମିଳୁଥିଲା ଅଧିକ ପିସି । ବେପାର ପାଇଁ ଆବଶ୍ୟକତା ନାହିଁ ଯୋଗ୍ୟତା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details