ଓଡିଶା

odisha

ETV Bharat / state

କ୍ରୁଟ ପକ୍ଷରୁ ବିକ୍ୟୁଏସ ଓ ବସ ପୋଲ ଡିଜାଇନ ପ୍ରତିଯୋଗିତା - କ୍ରୁଟର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର

ଡିଜାଇନ ଗୁଡ଼ିକରେ ମୂଲ୍ୟଯୁକ୍ତ ସେବା ପ୍ରଦାନ ସହିତ ଏହି ଢାଞ୍ଚା ଗୁଡିକ ମାଧ୍ୟମରେ ଅଣ ଭଡ଼ା ରାଜସ୍ୱ ସୃଷ୍ଟି କରିବାର ଅଭିନବ ଉପାୟ ନେଇ ପରାମର୍ଶ ରହିଥିବା ଆବଶ୍ୟକ । ଗୁଗୁଲ ଫର୍ମ ଜରିଆରେ ୨୦୨୩ ଏପ୍ରିଲ ୧ରୁ ଏପ୍ରିଲ ୧୪ ମଧ୍ୟରେ ବ୍ୟକ୍ତିଗତ ଭାବେ କିମ୍ବା ଏକ ଦଳ ଭାବେ ଅଂଶଗ୍ରହଣକାରୀମାନେ ସେମାନଙ୍କ ପ୍ରସ୍ତାବ ଦାଖଲ କରିପାରିବେ । ଅଧିକ ପଢନ୍ତୁ

କ୍ରୁଟ ପକ୍ଷରୁ ବିକ୍ୟୁଏସ ଓ ବସ ପୋଲ ଡିଜାଇନ ପ୍ରତିଯୋଗିତା
କ୍ରୁଟ ପକ୍ଷରୁ ବିକ୍ୟୁଏସ ଓ ବସ ପୋଲ ଡିଜାଇନ ପ୍ରତିଯୋଗିତା

By

Published : Apr 3, 2023, 9:12 PM IST

ଭୁବନେଶ୍ବର: ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ପେସିଆଲ ପରପସ ଭେଇକିଲ(ଏସପିଭି) କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ) ପକ୍ଷରୁ ବସ ରହଣିସ୍ଥଳ(ବିକ୍ୟୁଏସ) ଓ ବସ୍‌ ପୋଲ ଡିଜାଇନ ପାଇଁ ଏକ ଆକର୍ଷଣୀୟ ପ୍ରତିଯୋଗିତା ଘୋଷଣା କରାଯାଇଛି । ୧୮-୪୦ ବର୍ଷ ବୟସର ଭାରତୀୟ ନାଗରିକମାନଙ୍କ ପାଇଁ ଏହି ପ୍ରତିଯୋଗିତା ଉନ୍ମୋକ୍ତ ରହିବ । ସ୍ଥାନୀୟ ପାଣିପାଣ ସ୍ଥିତି ସହ ଖାପ ଖାଉଥିବା, ସ୍ମାର୍ଟ ଜ୍ଞାନକୌଶଳ ସମନ୍ୱିତ ଏବଂ ନିରନ୍ତର ତଥା ସାର୍ବଜନୀନ ଭାବେ ଉପଲବ୍ଧ ହୋଇପାରୁଥିବା ଛୋଟ ବା କମ୍ପାକ୍ଟ ଡିଜାଇନ ପ୍ରସ୍ତାବ ପଠାଇବା ଲାଗି ଏଥିରେ ଆହ୍ୱାନ କରାଯାଇଛି ।

ଡିଜାଇନ ଗୁଡ଼ିକରେ ମୂଲ୍ୟଯୁକ୍ତ ସେବା ପ୍ରଦାନ ସହିତ ଏହି ଢାଞ୍ଚା ଗୁଡିକ ମାଧ୍ୟମରେ ଅଣ ଭଡ଼ା ରାଜସ୍ୱ ସୃଷ୍ଟି କରିବାର ଅଭିନବ ଉପାୟ ନେଇ ପରାମର୍ଶ ରହିଥିବା ଆବଶ୍ୟକ । ଗୁଗୁଲ ଫର୍ମ ଜରିଆରେ ୨୦୨୩ ଏପ୍ରିଲ ୧ରୁ ଏପ୍ରିଲ ୧୪ ମଧ୍ୟରେ ବ୍ୟକ୍ତିଗତ ଭାବେ କିମ୍ବା ଏକ ଦଳ ଭାବେ ଅଂଶଗ୍ରହଣକାରୀମାନେ ସେମାନଙ୍କ ପ୍ରସ୍ତାବ ଦାଖଲ କରିପାରିବେ । ସେମାନଙ୍କ ମଧ୍ୟରୁ ବଛାଯାଇଥିବାଅଂଶଗ୍ରହଣକାରୀମାନଙ୍କୁ ୨୦୨୩ ଏପ୍ରିଲ ୧୭ରେ ଅବଗତ କରାଯିବ । ୨୦୨୩ ଏପ୍ରିଲ ୨୫ରେ ସେମାନେ ଏକ ଅନଲାଇନ୍ ପାୱାର ପଏଣ୍ଟ ପ୍ରେଜେଂଟେସନ ଜରିଆରେ ସେମାନଙ୍କ ପ୍ରସ୍ତାବ ଉପସ୍ଥାପନ କରିବେ । ୨୦୨୩ ଏପ୍ରିଲ ୨୯ରେ ଚୂଡ଼ାନ୍ତ ବିଜେତା ଘୋଷଣା କରାଯିବ ।

ଏହାବି ପଢନ୍ତୁୃ- BJD Social Media Training Camp: ଯୁବ ଚଳେଇବେ ଇନଷ୍ଟା, ବରିଷ୍ଠ କରିବେ ଚେଷ୍ଟା

ପ୍ରଥମ ତିନି ବିଜେତା ନଗଦ ପୁରସ୍କାର ରାଶି ଓ ପ୍ରଶଂସାପତ୍ର ବା ସାର୍ଟିଫିକେଟ ଲାଭ କରିବେ । ଯେଉଁଥିରେ ବିଜେତା ୧୦,୦୦୦ ଟଙ୍କା, ପ୍ରଥମ ଉପ ବିଜେତା ୭୦୦୦ ଟଙ୍କା ଏବଂ ଦ୍ୱିତୀୟ ଉପ ବିଜେତା ୫୦୦୦ ଟଙ୍କା ପାଇବେ । ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯିବ । ୨୦୨୩ ମେ’ ୪ ତାରିଖରେ କ୍ରୁଟର ପ୍ରତିଷ୍ଠା ଦିବସରେ ଶ୍ରେଷ୍ଠ ତିନି ବିଜେତାଙ୍କୁ ପୁରସ୍କୃତ କରାଯିବ । କ୍ରୁଟର ଏମଡି ବିଜୟ ଅମୃତ କୁଲାଙ୍ଗେ ଏହି ଅବସରରେ ମୋ ବସ ପରିଚାଳିତ ହେଉଥିବା ଅଞ୍ଚଳରେ ବସ ପୋଲ ଓ ଅଧିକ ସଂଖ୍ୟକ ବସ ରହଣିସ୍ଥଳ ନିର୍ମାଣ କରିବାର ଆବଶ୍ୟକତାକୁ ଦୋହରାଇଛନ୍ତି । ଜନସଂପୃକ୍ତି ଜରିଆରେ ଏହାର ସେବାରେ ଉନ୍ନତି ଆଣିବା ଲାଗି କ୍ରୁଟ୍‌ର ରହିଥିବା ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

କ୍ରୁଟର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି ଯେ, ନିଜ ଚିନ୍ତାଧାରା ବା ଆଇଡିଆ ପ୍ରଦାନ ଜରିଆରେ କ୍ରୁଟର ଭିତିଭୂମି ସମ୍ପ୍ରସାରଣ ପ୍ରକ୍ରିୟାରେ ଭାଗ ନେବା ଲାଗି ଜନସାଧାରଣଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତାକୁ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରଖାଯାଇଛି । ନାଗରିକମାନଙ୍କୁ ବିଶେଷ କରି ଯୁବବର୍ଗଙ୍କୁ ମୋ ବସ ପରିଚାଳିତ ହେଉଥିବା ସହରଗୁଡ଼ିକରେ ସାର୍ବଜନୀନ ପରିବହନ ଭିତ୍ତିଭୂମିର ବିକାଶ ଦିଗରେ ଯୋଗଦାନର ସୁଯୋଗ ପ୍ରଦାନ କରିବା ଲାଗି ଏହି ପ୍ରତିଯୋଗିତାକୁ ପ୍ରସ୍ତୁତ କରାଯାଇଛି । କ୍ରୁଟର ଅଫିସିଆଲ ସୋସିଆଲ ମିଡିଆ ହାଣ୍ଡେଲ୍ ଓ ୱେବସାଇଟରେ ଅଧିକ ବିବରଣୀ ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details