ଓଡିଶା

odisha

ସିଭି ରମଣ ବିଲ୍ ପ୍ରତ୍ୟାହାର ଦାବିରେ ବିପିୟୁଟି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ବିଧାନସଭାରେ ସରକାର ସିଭି ରମଣ ଇଞ୍ଜିନିୟରିଂ କଲେଜକୁ ବିଶ୍ଵ ବିଦ୍ୟାଳୟର ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ନିନ୍ଦା କରି ବିପିୟୁଟି ଛାତ୍ରଛାତ୍ରୀ ରାଜ୍ୟ ଅତିଥି ଭବନରେ ବିକ୍ଷୋଭ କରିବା ସହ ନାରାବାଜି କରିଛନ୍ତି ।

By

Published : Nov 30, 2019, 5:41 AM IST

Published : Nov 30, 2019, 5:41 AM IST

Updated : Nov 30, 2019, 7:49 AM IST

bput
ବିପିୟୁଟି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ବର: ବିଧାନସଭାରେ ସରକାର ସିଭି ରମଣ ଇଞ୍ଜିନିୟରିଂ କଲେଜକୁ ବିଶ୍ଵ ବିଦ୍ୟାଳୟର ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏପଟେ ବିପିୟୁଟି ଛାତ୍ରଛାତ୍ରୀ ଏହାକୁ ନିନ୍ଦା କରିଛନ୍ତି । ଆଜି କିଛି ଛାତ୍ରଛାତ୍ରୀ ରାତ୍ରି ସମୟରେ ରାଜ୍ୟ ଅତିଥି ଭବନରେ ସରକାରଙ୍କ ବିକ୍ଷୋଭ କରି ନାରାବାଜି କରିଥିଲେ ।

ସିଭି ରମଣ ବିଲ୍ ପ୍ରତ୍ୟାହାର ଦାବିରେ ବିପିୟୁଟି ଛାତ୍ରଛାତ୍ରୀଙ୍କ ବିକ୍ଷୋ

ଛାତ୍ରଛାତ୍ରୀଙ୍କ କହିବା ମୁତାବକ ସରକାରଙ୍କ ରହିଥିବା ଫି ଷ୍ଟ୍ରକଚରକୁ ନ ମାନି ସିଭି ରମଣ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଢେର ଗୁଣାରେ ଫି ନେଉଛନ୍ତି । ସରକାର ଏବିଷୟରେ ପୂର୍ବରୁ କଲେଜକୁ କାରଣ ଦର୍ଶାଅ ନୋଟିସ ଦେବା ସହ ପିଲାଙ୍କୁ ତାଙ୍କ ପଇସା ଫେରାଇବା ପାଇଁ ମଧ୍ୟ କହିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା କଲେଜ ଅନେକ ଛାତ୍ରଛାତ୍ରୀଙ୍କ ପଇସା ଫେରସ୍ତ କରାଯାଇ ନାହିଁ । ଆଉ ଏହିଭଳି କଲେଜକୁ ପୁଣି ସରକାର ଏକ ବିଶ୍ଵ ବିଦ୍ୟାଳୟର ମାନ୍ୟତା ଦେବାକୁ ନିଜର ଅଣ୍ଟା ଭିଡୁଛନ୍ତି ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିବା ସହ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇବାର ଧମକ ଦେଇଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Nov 30, 2019, 7:49 AM IST

ABOUT THE AUTHOR

...view details