ଓଡିଶା

odisha

ETV Bharat / state

ବୟନିକା ପ୍ରତିଷ୍ଠା ଦିବସ ପାଳିତ, ଚଳିତ ବର୍ଷ ୨୦୦ କୋଟି ବ୍ୟବସାୟ ଲକ୍ଷ୍ୟ - ବୟନିକାର ଚଳିତ ବର୍ଷ ୨୦୦ କୋଟି ବ୍ୟବସାୟ ଲକ୍ଷ୍ୟ

ବୟନିକାର ୬୭ତମ ପ୍ରତିଷ୍ଠା ଦିବସ ପାଳିତ । ଚଳିତ ବର୍ଷ ୨୦୦ କୋଟି ବ୍ୟବସାୟ ଲକ୍ଷ୍ୟ ରଖାଯାଇଥିବା କହିଲେ କୃଷିମନ୍ତ୍ରୀ । ଅଧିକ ପଢନ୍ତୁ

ବୟନିକା ପ୍ରତିଷ୍ଠା ଦିବସ ପାଳିତ
ବୟନିକା ପ୍ରତିଷ୍ଠା ଦିବସ ପାଳିତ

By

Published : May 6, 2023, 9:37 AM IST

ଭୁବନେଶ୍ବର:୬୬ ବର୍ଷ ଧରି ନିରବଚ୍ଛିନ୍ନ କାର୍ଯ୍ୟ କରିବା ପରେ ୬୭ ବର୍ଷରେ ପାଦ ଥାପିଛି ବୟନିକା । ଶୁକ୍ରବାର ଭୁବନେଶ୍ବରରେ ବୟନିକାର ୬୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଏହି ଅବସରରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ ବୟନିକା ସଭାପତି ପ୍ରକାଶ ମେହର ପ୍ରମୁଖ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଗତବର୍ଷ ବୟନିକା ୧୬୧ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଚଳିତ ବର୍ଷ ୨୦୦ କୋଟି ବ୍ୟବସାୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ କହିଛନ୍ତି ।

କୃଷିମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ବୁଣାକାରମାନଙ୍କୁ ଅଧିକ ରୋଜଗାର ଦେବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ବେଞ୍ଚମାର୍କ ଆଧାରରେ ସ୍ବତନ୍ତ୍ର ବଜାର ସୃଷ୍ଟି କରାଯାଉଛି । ଗୁଣାତ୍ମକ ଓ ପରିମାଣକୁ ଦୃଷ୍ଟିରେ ରଖି କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି । ବୟନିକା ଉତ୍ପାଦ ବିକ୍ରି ପାଇଁ ଇ-ମାର୍କେଟିଂ ବ୍ୟବସ୍ଥା କରାଯାଇଛି ଏବଂ ଆଗକୁ ଏହାକୁ ତ୍ବରାନ୍ବିତ କରାଯିବ । ସେହିପରି ମେୟର ସୁଲୋଚନା ଦାସ କହିଛନ୍ତି, ବୟନିକା ସମସ୍ତଙ୍କ ଆବଶ୍ୟକତାକୁ ପୂରଣ କରୁଛି । ବୁଣାକାରଙ୍କ ଉତ୍ପାଦକୁ ବଜାର ଦେବା ସହିତ କିଭଳି ଭାବେ ଦେଶ ବିଦେଶରେ ପହଞ୍ଚାଯାଇ ପାରିବ ସେଥିପାଇଁ ବୟନିକାର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବୁଣାକାରଙ୍କୁ ସଶକ୍ତ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଋଣ ସହିତ ବଜାର କିଭଳି ବୃଦ୍ଧି ହେବ ସେଥିପାଇଁ ଗୁରୁତ୍ବ ଦିଆଯାଉଛି ।

ବୟନିକା ସଭାପତି ପ୍ରକାଶ ମେହେର କହିଛନ୍ତି ଯେ, ପ୍ରତି ସୋସାଇଟିକୁ ସହଯୋଗ କରାଯିବ । ଆମ ଉତ୍ପାଦ କିଭଳି ଅନଲାଇନରେ ବ୍ୟବସାୟ କରିହେବ ଓ ବୁଣାକାର ସ୍ଥିତି ସୁଦୃଢ ହେବ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି । ଏହାଛଡ଼ା ସ୍ବତନ୍ତ୍ର ଭାବେ ୨୦ ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଶାଖା ବିକ୍ରୟ କେନ୍ଦ୍ରଗୁଡ଼ିକରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ତହସିଲଦାରମାନେ ଉଦଘାଟନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ସୋଢା ବୋତଲ ଦେଖି ଚମତ୍କାର କଳାକୃତି, ଘର ପାଲଟିଛି ସୂକ୍ଷ୍ମ ଶିଳ୍ପୀଙ୍କ ସଂଗ୍ରହାଳୟ

ବୟନିକା ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଶୋଭନ କ୍ରିଷ୍ଣା ସାହୁ, ପରିଚାଳନା ନିର୍ଦ୍ଦେଶକ ପ୍ରଣତୀ ଛୋଟରାୟ ଉପସ୍ଥିତ ଥିଲେ । ଏହାସହିତ ବିଭାଗୀୟ ସଚିବ ଅରବିନ୍ଦ ପାଢୀ ଯୋଗଦେଇ ମାର୍କଟ ବିଲ୍ଡିଂ କେନ୍ଦ୍ରକୁ ଉଦଘାଟନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details