ଓଡିଶା

odisha

ETV Bharat / state

ରାଜଧାନୀରେ ହୋଟେଲ ଉପରକୁ ବୋମା ମାଡ, 3 ଆହତ - ରାଜ୍ୟରେ ବିଗୁଡୁଛି ଆଇନ ଶୃଙ୍ଖଳା ବ୍ୟବସ୍ଥା

ଖାଇବା ପରେ ବଚସା ହେବାରୁ ହୋଟେଲ ଉପରକୁ ବୋମା ମାଡ କଲେ ବସ ମାଲିକ। ରାଜଧାନୀର ବରମୁଣ୍ଡାରେ ବୋମା ମାଡ ହୋଇଥିବା ସୂଚନା, 3 ଆହତ। ଅଧିକ ପଢନ୍ତୁ

bombs hurled in bhubaneswar
bombs hurled in bhubaneswar

By

Published : Feb 6, 2023, 11:53 AM IST

Updated : Feb 6, 2023, 12:55 PM IST

bombs hurled in bhubaneswar

ଭୁବନେଶ୍ବର:ରାଜ୍ୟରେ ବିଗୁଡୁଛି ଆଇନ ଶୃଙ୍ଖଳା ବ୍ୟବସ୍ଥା । କେତେବେଳେ ଗୁଳି ମାଡ ତ ପୁଣି କେତେବେଳେ ବୋମା ମାଡ । ବିଚ୍‌ ରାସ୍ତାରେ ଜନ ଗହଳି ପୂର୍ଣ୍ଣ ରାସ୍ତାରେ ଏପରି କାଣ୍ଡ ଭିଆଉଛନ୍ତି ଅପରାଧି । ପୂର୍ବ ଶତ୍ରୁତା, ବଚସାକୁ ନେଇ ଘଟୁଛି ଏପରି ଘଟଣା । ଗତକାଲି(ରବିବାର) ବିଳମ୍ବିତ ରାତିରେ ରାଜଧାନୀରେ ବୋମାମାଡ ହୋଇଥିବା ଖବର ସାମ୍ନାକୁ ଆସିଛି । ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡ୍‌ କଡରେ ଏକ ହୋଟେଲ ଉପରେ ଜଣେ ବସ୍‌ ମାଲିକ ବୋମା ମାଡ କରି ଫେରାର ହୋଇଯାଇଥିବା ଜଣାପଡିଛି । ହେଟେଲରେ ଖାଇବାକୁ ନେଇ ବୋମା ମାଡ ହୋଇଥିବା ବେଳେ ଏଥିରେ ତିନି ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ବଚସାକୁ ନେଇ ଜଗନ୍ନାଥ ହୋଟେଲ ଉପରକୁ ବସ୍‌ ମାଲିକ ବୋମା ମାଡ କରିଥିଲେ । ବୋମାମାଡ କରି ବସ ମାଲିକ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ୫ଟି ବୋମାମାଡ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ସିସିଟିଭି ଆଧାରରେ ଜଣେ ବସ୍‌ ମାଲିକଙ୍କୁ ଠାବ କରିଛି ପୋଲିସ । ଯେକି ହୋଟେଲର କର୍ମଚାରୀଙ୍କ ସହ ଗଣ୍ଡଗୋଳ କରିଥିଲା ଓ ଏହାପରେ ବୋମାମାଡ କରିଥିଲେ ।

ତେବେ ଜଣେ ବସ ମାଲିକ କେଉଁଠୁ ବୋମା ଆଣିଲେ ଓ ରାଜଧାନୀକୁ କିପରି ଆସୁଛି ବୋମା ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେଉଁମାନେ ଏହି ବୋମା ବିକ୍ରି କରୁଛନ୍ତି ସେନେଇ ତଦନ୍ତ କରୁଛି ପୋଲିସ । ତେବେ ଗତ କିଛି ଦିନ ତଳେ ଜଣେ ପୋଲିସ କର୍ମଚାରୀ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲେ। ତେବେ ସେ କାହିଁକି ମନ୍ତ୍ରୀଙ୍କ ଉପରକୁ ଗୁଳି ଚାଳନା କଲେ ତାଉପରୁ ଏପର୍ଯ୍ୟନ୍ତ ପରଦା ହଟି ପାରି ନାହିଁ । ଏହାରି ମଧ୍ୟରେ ଭୁବନେଶ୍ବରରେ ବୋମା ମାଡ ଖବର ସାମ୍ନାକୁ ଆସିଛି । ବରମୁଣ୍ଡା ନୂଆ ବସଷ୍ଟାଣ୍ଡ ନିକଟରେ ବୋମାମାଡ଼ ହୋଇଥିବା ଘଟଣାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି ।

ରାଜଧାନୀରେ ବୋମାମାଡ ଘଟଣା ନୂଆ ନୁହେଁ । ଏହା ପୁର୍ବରୁ କିଛି ଦିନ ପୂର୍ବେ ମଞ୍ଚେଶ୍ବର ଓ ସହିଦନଗରରେ ମଧ୍ୟ ବୋମାମାଡ ହୋଇଥିଲା । ଗତ ମେ ମାସ ୨୦ତାରିଖରେ ସହିଦନଗର ଥାନା ଅଞ୍ଚଳରେ ଜଗନ୍ନାଥ ନଗର ଲେନ ୬ରେ ଏକ ବିଲ୍ଡିଂ ଉପରକୁ ବୋମାମାଡ ହୋଇଥିଲା। ଏହିଘଟଣାରେ ଅଭିଯୋଗ ପରେ ପୁରା ଘଟଣା ପୋଲିସ ସାମ୍ନାକୁ ଆଣିଥିଲା। ଠିକ ସେହିପରି ଅଗଷ୍ଟ ୨୧ରେ ଏୟାର ଫିଲ୍ଡ ଥାନା ପଞ୍ଚୁପଲି ଅଞ୍ଚଳରେ ବୋମାମାଡ ହୋଇଥିଲା। ଅଭିଯୁକ୍ତକୁ ପିପିଲିରୁ ଗିରଫ ପରେ ତା ନିକଟରୁ ନଗଦ 1ଲକ୍ଷ 60 ହଜାର ଟଙ୍କା ସମେତ ସୁନା ଚେନ, ମାରଣାସ୍ତ୍ର ଓ ବୋମା ତିଆରି ସାମଗ୍ରୀ ଜବତ କରାଯାଇଥିଲା । ଗତବର୍ଷ ଜାନୁଆରୀ 17 ବାଲିଅନ୍ତା ଥାନା ସରକଣାରେ ବୋମାମାଡ ହୋଇଥିଲା । ଜାଗାବାଡିକୁ ନେଇ ଗଣ୍ଡଗୋଳ ପାଇଁ ଘର ଛପର ଉଡ଼ାଇ ଦେଇଥିଲେ ଦୁର୍ବୃତ୍ତ । ତେବେ ବୋମା କେଉଁଠି ତିଆରି ହେଉଛି, ବୋମା କାରଖାନା ଅଛି ନା କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ଏହାକୁ ତିଆରି କରୁଛନ୍ତି ? ଏହା ପଛରେ ଆଉ ବାଣ ବ୍ୟବସାୟୀଙ୍କ ହାତ ରହିନାହିଁ ତ ? ଏବେ ଏମିତି ପ୍ରଶ୍ନବାଚୀ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 6, 2023, 12:55 PM IST

ABOUT THE AUTHOR

...view details