ଓଡିଶା

odisha

ETV Bharat / state

ବୋମାମାଡ଼ କରି ଜାଳିଦେଲେ ଜେସିବି

ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ବୋମାମାଡ଼ କରି ଏକ ଜେସିବିକୁ ପୋଡି ଦେଇଥିବା ଜଣାପଡିଛି ।

By

Published : Jun 19, 2019, 10:19 AM IST

ଫଟୋ ସୌଜନ୍ଯ:ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: କିଛି ଦୁର୍ବୃତ୍ତ ବୋମାମାଡ କରି ଏକ ଜେସିବି ପୋଡି ଦେଇଥିବା ଜଣାପଡିଛି । ଏଭଳି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ଖୋର୍ଦ୍ଧା ତାପଙ୍ଗ ଛକଠାରେ ଥିବା ଏନକେଏସ କ୍ରସର ନିକଟରେ ।

ଭିଡିଓ ସୌଜନ୍ଯ:ପ୍ରତିନିଧି, ଖୋର୍ଦ୍ଧା


ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବୋମାମାଡ଼ କରି ଏକ ଜେସିବିକୁ ପୋଡି ଦେଇଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ଏବେ ମଧ୍ୟ ଦୁଇଟି ଅଫୁଟା ବୋମା ପଡିଥିବା ଦେଖିବାକୁ ମିଳିଛି ।

ଏପଟେ ଖବର ପାଇ ଖୋର୍ଦ୍ଧା ସଦର ଥାନା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କିଏ ଏଭଳି ଘଟଣା ଘଟାଇଛି ତାହା ଜଣାପଡିନଥିବା ବେଳେ ପୂର୍ବ ଶତ୍ରୁତା କାରଣରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details