ଓଡିଶା

odisha

By

Published : Jul 26, 2022, 1:03 PM IST

ETV Bharat / state

ବୋଲଗଡ କଳାକାରଙ୍କୁ ଶୋଷଣ ଘଟଣା, ତଦନ୍ତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଜିଲାପାଳ

ବିଭିିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ କଳାକାର ସଂଘ । ବୋଲଗଡ କଳାକାର ସଂଘର ଉପସଭାପତିଙ୍କ ବିରୋଧରେ ଶୋଷଣ ଅଭିଯୋଗ କରି ଥାନାରେ ଏତଲା । ଅଧିକ ପଢ଼ନ୍ତୁ

bolagarh artist union alleged on union vise president
ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ବୋଲଗଡ଼ କଳାକାର ସଂଘ

ଖୋର୍ଦ୍ଧା:କଳାର ରାଜ୍ୟ ଉତ୍କଳ । କଳାକାର ବିକାଶ ପାଇଁ ଅନେକ ଯୋଜନା । କିନ୍ତୁ ଗରିବ ଅସହାୟ କଳାକାର ଆଜି ବି ହକ୍ ପାଇଁ ଶୋଷଣର ଶିକାର ହେଉଛି । ଦିନକୁ ଦିନ ଜଟିଳ ହେଉଛି ବୋଲଗଡ କଳାକାର ମାନଙ୍କସମସ୍ୟା । ଦୀର୍ଘ ବର୍ଷ ଧରି କଳାକାର ସଂଘ ପୁନର୍ଗଠନ ହୋଇନଥିବାରୁ କଳାକାରମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । ଏନେଇ କଳାକାରମାନେ ସଂଘର ଜିଲ୍ଲାପାଳ ଏସ୍ପିଙ୍କୁ ଭେଟି ଉପସଭାପତିଙ୍କ ବିରୁଦ୍ଧରେ ଅଭିଯୋଗ କରିବା ସହ ବୋଲଗଡ ଥାନାରେ ଏତଲା ଦେଇଛନ୍ତି ।

ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ବୋଲଗଡ଼ କଳାକାର ସଂଘ

ହଜି ଯାଇଥିବା ଲୋକକଳାକୁ ବଞ୍ଚାଇ ରଖିବା ସହ କଳାକାରମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ଜିଲ୍ଲା ଓ ବ୍ଳକ ସ୍ତରରେ କଳା ସଂସ୍କୃତି ସଂଘ ଗଠନ କରିଛନ୍ତି । ଏହି ସଂଘ ମାଧ୍ୟମରେ କଳାକାରଙ୍କୁ ଚିହ୍ନଟ କରି ସେମାନଙ୍କ ସମସ୍ୟାର ସମାଧାନ କରିବା ମୁଖ୍ୟ ଲକ୍ଷ୍ୟ ଥିଲା । କିନ୍ତୁ ବୋଲଗଡ କଳାକାର ସଂଘର ଉପସଭାପତି ସମସ୍ୟା ସମାଧାନ କରିବା ପରିବର୍ତ୍ତେ ବ୍ୟାପକ ଜାଲିଆତି କରି ଭତ୍ତା ଓ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ନାମରେ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ସରକାରୀ ଲୋଗ ସହ ପୂର୍ବତନ ବିଡିଓଙ୍କ ଜାଲ ଦସ୍ତଖତି କରି ଆଇକାର୍ଡ ଦେବା ସହ ଗରିବ ଅସହାୟ କଳାକାରଙ୍କଠାରୁ ୬୦୦ ରୁ ୧୦୦୦ ଟଙ୍କା ଠକି ନେଉଥିବା କଳାକାରମାନେ କହିଛନ୍ତି ।

ବିଭିନ୍ନ ସମୟରେ ଉପସଭାପତିଙ୍କ ବିରୋଧରେ ବିଡିଓ, ଜିଲ୍ଲାପାଳ, ଜିଲ୍ଳା ସଂସ୍କୃତି ବିଭାଗ ସହ ଥାନାରେ ବାରମ୍ବାର ଅଭିଯୋଗ ପରେ ନିରାଶ ହୋଇଛନ୍ତି । ତାହା ସତ୍ତ୍ବେ କଳାକାରମାନେ ପୁନର୍ବାର ଜିଲ୍ଲାପାଳ ଓ ଏସ୍ପିଙ୍କୁ ଭେଟି ଆଲୋଚନା କରିବା ସହ ବୋଲଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଘଟଣା ସମ୍ପର୍କରେ ଜିଲ୍ଲା ସଂସ୍କୃତି ବିଭାଗକୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିଲେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

For All Latest Updates

ABOUT THE AUTHOR

...view details