ଓଡିଶା

odisha

ETV Bharat / state

Diwali 2023: ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ସହ ଦୀପାବଳି ପାଳିଲେ ବିଏମସି ଟିମ୍ ଓ ବିଧାୟକ

ବିଏମସି ପକ୍ଷରୁ ନିଆରା ଢଙ୍ଗରେ ପାଳନ ହେଲା ଦୀପାବଳି । ବାଣ ନୁହେଁ କୁନି କୁନି ଦୃଷ୍ଟିବାଧିତ ପିଲାଙ୍କ ମୁହଁରେ ହସ ଫୁଟାଇ ଦୀପାବଳି ପାଳିଲା ବିଏମସି । ଅଧିକ ପଢନ୍ତୁ

ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ଦୀପାବଳି ପାଳିଲେ ବିଏମସି ଟିମ୍ ଓ ବିଧାୟକ
ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ଦୀପାବଳି ପାଳିଲେ ବିଏମସି ଟିମ୍ ଓ ବିଧାୟକ

By ETV Bharat Odisha Team

Published : Nov 11, 2023, 10:50 PM IST

ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ଦୀପାବଳି ପାଳିଲେ ବିଏମସି ଟିମ୍ ଓ ବିଧାୟକ

ଭୁବନେଶ୍ବର:ରାତିପାହିଲେ ସାରା ଦେଶ ପାଳିବ ଆଲୋକର ପର୍ବ ଦୀପାବଳି । ବିଏମସି ପକ୍ଷରୁ ଏହି ଆଲୋକର ପର୍ବ ଦୀପାବଳୀକୁ ନିଆରା ଢଙ୍ଗରେ ପାଳନ କରାଯାଇଛି । ବାଣ ନୁହେଁ କୁନି କୁନି ଦୃଷ୍ଟିବାଧିତ ପିଲାଙ୍କ ମୁହଁରେ ହସ ଫୁଟାଇ ଦୀପାବଳି ପାଳଛି ବିଏମସି । ରାଜଧାନୀରେ ଥିବା ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଥିବା ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ସହ ଦୀପାବଳି ପାଳିଛନ୍ତି ବିଏମସି ମେୟର, କମିଶନର, ଡେପୁଟି ମେୟର ସହ ମଧ୍ୟମ ବିଧ୍ୟାୟକ ଓ କର୍ପୋରେଟର ।

ଏହାମଧ୍ୟ ପଢନ୍ତୁ..Diwali 2023: ଦୀପାବଳି ପାଇଁ ଉତ୍ସବମୁଖର କଳାହାଣ୍ଡି

ଦୃଷ୍ଟିବାଧିତ ପିଲାମାନଙ୍କୁ ମିଠା ଓ ଚକୋଲେଟ ଖୁଆଇବା ସହ ସେମାନଙ୍କ ସହ ବାଣ ଫୁଟାଇ ଦୀପାବଳି ପାଳିଛି ଵିମଏସି । ଆଉ ଦୀପାବଳୀର ଏହି ପର୍ବକୁ ପାଳି ଖୁସି ହୋଇଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ ମାନେ ମିଠା ଓ ଚକୋଲେଟ ଖାଇବା ସହ ବିଏମ୍ସିର ଅଧିକାରୀ ମେୟର କର୍ପୋରେଟର ଓ ବିଧାୟଙ୍କଙ୍କ ସହ ବାଣ ଫୁଟାଇ ବେଶ ବେଶ ଧୁମ ଧାମରେ ଦୀପାବଳି ପାଳନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..Diwali 2023: ଦୀପାବଳିରେ ଏଡାଇ ପାରିବେ ଅଘଟଣ, ଅଗ୍ନିଶମ ବାହିନୀ କରୁଛି ସଚେତନ

ଏହି ଅବସରରେ ମେୟର ସୁଲୋଚନା ଦାସ ସମସ୍ତଙ୍କୁ ଦୀପାବଳି ଉତ୍ସବର ଶୁଭେଚ୍ଛା ଜଣାଇବା ସହ ସବୁଜ ବାଣ ଫୁଟାଇବା ପାଇଁ ଆହ୍ବାନ ଦେଇଛନ୍ତି । ଆଉମଧ୍ୟ ସ୍ଵଚ୍ଛ, ସୁନ୍ଦର ଓ ସୁରକ୍ଷିତ ଦୀପାବଳୀର ଆହ୍ୱାନ ଦେଇଛନ୍ତି ଭୁବନେଶ୍ୱର ମେୟର । ସେହିଭଳି ବିଏମସି କମିଶନର ମଧ୍ୟ ପରିବେଶ ପ୍ରଦୂଷଣ କରୁଥିବା ବାଣ ନଫୁଟାଇ ଦୀପ ଜାଳି ରଙ୍ଗୋଲି ଆଙ୍କି ଦୀପାବଳି ଉତ୍ସବ ପାଳନ କରିବାକୁ ଅନୁରୋଧ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..Diwali 2023: ବାଣ ଦୋକାନରେ କ୍ରିକେଟ ବାଣ କ୍ରେଜ୍, ମୟୂର ବେଙ୍ଗ ବତକ ବାଣର ବେଶୀ ଡିମାଣ୍ଡ

ଅନ୍ୟପଟେ ମେୟର, କମିଶନର ଓ ବିଧାୟକଙ୍କ ସହ ଦୀପାବଳି ପାଳନ କରି ବେଶ ଖୁସି ହୋଇଥିଲେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନେ । ଦୀପାବଳିର ଆଲୋକକୁ ସିନା ଏହି ପିଲାମାନେ ଦେଖିପାରୁନାହାନ୍ତି ହେଲେ ମନର ଆଇନାରେ ଦୀପାବଳୀର ପର୍ବକୁ ଅନୁଭବ କରି ବାଣ ଫୁଟାଇ ଏହି ସୁନ୍ଦର ପର୍ବକୁ ପାଳିଛନ୍ତି । ମନରେ ଅସୁମାରୀ ସ୍ବପ୍ନ ନେଇ ଉତ୍ସବର ଖୁସିକୁ ଆସ୍ଵାଦନା କରି ପିଲାମାନେ ସ୍ଵଚ୍ଛ ସୁନ୍ଦର ଦୀପାବଳି ମନେଇଛନ୍ତି । ସେ ସିନା ଦୃଷ୍ଟିବାଧିତ କିନ୍ତୁ ମନର ସ୍ୱଛତାକୁ ନେଇ ସେ ସମସ୍ତଙ୍କ ଖୁସି ସହ ସାମିଲ ହୋଇ ନିଜ ନିଜର ନିଜର ହାତଧରି ବେଶ ଶୃଙ୍ଖଳିତ ଢଙ୍ଗରେ ଦୀପାବଳି ମନାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details