ଓଡିଶା

odisha

ETV Bharat / state

ଫାଲେରିଆ ମୁକ୍ତ ହେବ ରାଜଧାନୀ, ବିଏମସି ପକ୍ଷରୁ ଆରମ୍ଭ ହେଲା ଅଭିଯାନ

ବିଏମସି ପକ୍ଷରୁ ଶୁକ୍ରବାର ଠାରୁ ଭୁବନେଶ୍ବରରେ ଆରମ୍ଭ ହେଲା ଫାଲେରିଆ ନିରାକରଣ ଅଭିଯାନ । ଅଧିକ ପଢନ୍ତୁ

bmc launches malaria prevention campaign
bmc launches malaria prevention campaign

By

Published : Feb 11, 2023, 10:50 AM IST

bmc launches malaria prevention campaign

ଭୁବନେଶ୍ବର:ବିଏମସି ପକ୍ଷରୁ ଆରମ୍ଭ ହେଲା ଫାଲେରିଆ ନିରାକରଣ ଅଭିଯାନ । ଗତକାଲି (ଶୁକ୍ରବାର) ଠାରୁ ବିଏମସି କାର୍ଯ୍ୟାଳୟ ଠାରୁ ଏହି ଅଭିଯାନର ଆରମ୍ଭ ହୋଇଥିବା ବେଳେ ଆସନ୍ତା ଫେବୃଆରୀ ୧୯ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ । ଫାଲେରିଆ ନିରାକରଣ ସଚେତନତା ପାଇଁ ବିଏମସି ପକ୍ଷରୁ ମାଇକ ମାଧ୍ୟମରେ ପ୍ରଚାର କରାଯାଇ ଲୋକଙ୍କୁ ସଚେତନତା କରାଯିବା ନେଇ ବ୍ୟବସ୍ଥା କରାଯାଇଛି । ଏହି ସହ ସଚେତନ ଗାଡ଼ି ସହର ପ୍ରତେକ ୱାର୍ଡରେ ବୁଲିବାକୁ ବ୍ୟବସ୍ଥା କରଯାଇଛି । ବାନ୍ତି ଓ ଜ୍ବରରୁ ମୁକ୍ତି ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ହାତକୁ ନେଇଛି ବିଏମସି ।

ଏଥିରେ ଆଶାକର୍ମୀ ଓ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ ମାନେ ଘରକୁ ଘର ବୁଲି ପରିବାର ସଦସ୍ୟଙ୍କ ବୟସ ଅନୁପାତରେ ବଟିକା ପ୍ରଦାନ କରୁଛନ୍ତି । ସରକାରଙ୍କ ତରଫରୁ ବଟିକା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି । କେବଳ ଗର୍ଭବତୀ ମହିଳା, ୨ ବର୍ଷରୁ କମ ବୟସର ଶିଶୁ ଓ ଦୀର୍ଘଦିନ ଧରି ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ଏହି ବଟିକା ଖାଇବାକୁ ବାରଣ କରାଯାଇଛି । ସରକାରଙ୍କ ପକ୍ଷରୁ ଫଲେରିଆ ନିରାକରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ବେଳେ ୯ଟି ଜିଲ୍ଲା ସମ୍ପୂର୍ଣ୍ଣ ଫାଲେରିଆ ମୁକ୍ତ ହୋଇଛି ।

ଏହି ପରିପ୍ରେକ୍ଷୀରେ ଆହୁରି ୧୦ଟି ଜିଲ୍ଲାରେ ଫଲେରିଆ ମୁକ୍ତ କରିବା ପାଇଁ ଅଭିମାନ ଆରମ୍ଭ ହୋଇଥବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଏହି ରୋଗ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ମଧ୍ୟ ଫାଲେରିଆ ନିରାକରଣ ଅଭିଯାନ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଏହାକୁ ନେଇ ବିଏମସି ପକ୍ଷରୁ ସବୁ ୱାର୍ଡରେ ବଟିକା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ । ଖାଲି ସେତିକି ନୁହେଁ ଫାଲେରିଆ ଔଷଧ ସହରର ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଉପଲବ୍ଧ ହେବ । ସବୁଠାରୁ ବଡ କଥା ଲୋକମାନଙ୍କୁ ଏହି ରୋଗ ଓ ତାର ନିରାକରଣ ବିଷୟରେ ଜଣାଇବା ପାଇଁ ସଚେତନ କରିବ ବିଏମସି । ଏନେଇ ଲିଫଲେଟ ବାଣ୍ଟିବା ସହ କର୍ପୋରେଟର ମାନଙ୍କୁ ସଚେତନତା କରିବା ପାଇଁ କହିଛନ୍ତି ଭୁବନେଶ୍ୱର ମେୟର ।

ଏନେଇ ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି ଯେ,'' ସରକାରଙ୍କ ଫାଲେରିଆ ନିରାକରଣ ଅଭିଯାନରେ ଓଡିଶାର ୯ଟି ଜିଲ୍ଲା ସମ୍ପୂର୍ଣ୍ଣ ଫାଲେରିଆ ମୁକ୍ତ ହୋଇଛି । ଆଉ ୧୦ ଜିଲ୍ଲାକୁ ଫାଲେରିଆ ମୁକ୍ତ କରିବାକୁ ମାସ ମେଡିସିନ ଖାଇବା ପାଇଂ ଡ୍ରାଇଭ ଆରମ୍ଭ ହୋଇଛି । ଭୁବନେଶ୍ବରରେ ଏହି ଅଭିଯାନ ଆରମ୍ଭ ହୋଇଛି । ''

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details