ଓଡିଶା

odisha

ETV Bharat / state

ଅସଲି ବାଜିଗର, 10 ପ୍ରାଣୀଙ୍କ ପେଟ ପୋଷୁଛନ୍ତି ଦୃଷ୍ଟିହୀନ ନରସିଂହ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପଙ୍ଗାରସିଂହ ପଞ୍ଚାୟତ ଚିରାମାରୁ ଗ୍ରାମର ନରସିଂହ ରାଉତ। ପିଲାବେଳୁ ହରାଇଛନ୍ତି ଦୃଷ୍ଟିଶକ୍ତି । ନିଜ ପରିଶ୍ରମ ବଳରେ ଚଳାଉଛନ୍ତି ୧୦ ଜଣିଆ ପରିବାର । ହେଲେ ସରକାରୀ ଯୋଜନାରୁ ବଞ୍ଚିତ । ଅଧିକ ଖବର ପଢନ୍ତୁ...

By

Published : Nov 29, 2019, 8:08 PM IST

Updated : Nov 30, 2019, 1:30 AM IST

ଅସଲି ବାଜିଗର; ଦୃଷ୍ଟିହୀନ ସତ୍ତ୍ବେ ପରିବାର ଚଳାଉଛନ୍ତି ନରସିଂହ
ଅସଲି ବାଜିଗର; ଦୃଷ୍ଟିହୀନ ସତ୍ତ୍ବେ ପରିବାର ଚଳାଉଛନ୍ତି ନରସିଂହ

ଖୋର୍ଦ୍ଧା: ଇଶ୍ବରଙ୍କ ସୃଷ୍ଟି ବଡ଼ ବିଚିତ୍ର । ଜଣେ ସୁସ୍ଥସବଳ ବ୍ୟକ୍ତି କେତେବେଳେ ହାତରେ କପଡ଼ା ଗୁଡ଼ାଇ କୁଷ୍ଠରୋଗୀ ସାଜି ଭିକ୍ଷାବୃତ୍ତି କରୁଛି ତ ପୁଣି କେତେବେଳେ ଜଣେ ଶାରୀରିକ ଅକ୍ଷମ କାହାରି ଆଗରେ ହାତ ନପତାଇ ନିଜ ପରିଶ୍ରମ ବଳରେ ଚଳାଉଛି ନିଜର ବିରାଟ ପରିବାର । ଏପରି କ୍ଷେତ୍ରରେ ଜଣେ ଦିବ୍ୟାଙ୍ଗ ସାଜିଛନ୍ତି ଅନ୍ୟପାଇଁ ଉଦାହରଣ । ଚାଲନ୍ତୁ ଜାଣିବା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପଙ୍ଗାରସିଂହ ପଞ୍ଚାୟତ ଚିରାମାରୁ ଗ୍ରାମର ନରସିଂହ ରାଉତଙ୍କ ବିଷୟରେ ।

ଅସଲି ବାଜିଗର; 10 ପ୍ରାଣୀଙ୍କ ପେଟ ପୋଷୁଛନ୍ତି ଦିବ୍ୟାଙ୍ଗ ନରସିଂହ

ନାଁ ନରସିଂହ ରାଉତ । ପିଲାବେଳୁ ଦିବ୍ୟାଙ୍ଗ । ହେଲେ ସେ କାହାରି ଆଗରେ କେବେ ହାତ ପତାଇ ନାହାନ୍ତି ବରଂ ନିଜର ପରିଶ୍ରମ ବଳରେ ଚଳାଉଛନ୍ତି ୧୦ ଜଣିଆ ପରିବାର । ନରସିଂହ ଯେତେବେଳେ ଛୋଟ ହୋଇଥିଲେ ସେବେଠାରୁ ତାଙ୍କ ଦୃଷ୍ଟିଶକ୍ତି ହରାଇ ଥିଲେ । ପରେ ପରିବାର ଲୋକଙ୍କ ବହୁ ପ୍ରଚେଷ୍ଟା ପରେ ବି ଭଲ ହୋଇନଥିଲା । ଆଉ ତା ପରେ ବୋଝ ଉପରେ ନଳିତା ବିଡା ପରି ସାନ ଭାଇଙ୍କ ମୃତ୍ୟୁ ପରେ ପୁରା ପରିବାରର ଦାୟିତ୍ବ ମୁଣ୍ଡାଇଥିଲେ ସେ । ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରିବା ସହ ସବୁଥିରେ ପାରଙ୍ଗମ ନରସିଂହ ।

କୌଣସି ସମସ୍ୟାରେ ହାର ନମାନି ଆଗେଇ ଚାଲିଛନ୍ତି ସେ । ହେଲେ ସବୁଠାରୁ ବଡ କଥା ହେଲା କିଛି ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଯୋଗ୍ୟ ହିତାଧିକାରୀ ଭାବେ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି ନରସିଂହ । ଯାହା ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ନରସିଂହଙ୍କ ସମ୍ପର୍କରେ ଆମେ ବେଗୁନିଆ ବିଡ଼ିଓ ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ମଧ୍ୟ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନାକରି ଦେଇଛନ୍ତି ।

ନିଜ ଗୋଡରେ ନିଜେ ଛିଡା ହୋଇଥିବା ଦୃଷ୍ଟିବାଧିତ ନରସିଂହଙ୍କୁ କେବେ ଆବାସ ଯୋଜନାରେ ଘର ଖଣ୍ଡେ ମିଳୁଛି ତାହା ଦେଖିବାକୁ ବାକି ରହିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Nov 30, 2019, 1:30 AM IST

ABOUT THE AUTHOR

...view details