ଓଡିଶା

odisha

ETV Bharat / state

ଓଡ଼ିଶା ଜଙ୍ଗଲରେ ବୁଲୁଛନ୍ତି କଳା ବାଘ ପରିବାର, କ୍ୟାମେରାରେ କଏଦ ବିରଳ ଦୃଶ୍ୟ - Tiger caught on camera

Black Tiger family caught on camera : ଓଡ଼ିଶା ଜଙ୍ଗଲରେ ବୁଲୁଛନ୍ତି କଳା ବାଘର ପରିବାର । ଏହା ସିଉଡୋ ମେଲାନଷ୍ଟିକ ବାଘ ପରିବାର ବୋଲି ଜଣା ପଡ଼ିଛି । ଆଗକୁ ପଢ଼ନ୍ତୁ,

ମେଲାନଷ୍ଟିକ ବାଘ ପରିବାର
ମେଲାନଷ୍ଟିକ ବାଘ ପରିବାର

By ETV Bharat Odisha Team

Published : Jan 7, 2024, 11:08 PM IST

ମେଲାନଷ୍ଟିକ ବାଘ ପରିବାର

ଭୁବନେଶ୍ବର : କ୍ୟାମେରାରେ ଦୃଶ୍ୟମାନ ହେଲା ବିରଳ ଦୃଶ୍ୟ । ଓଡ଼ିଶା ଜଙ୍ଗଲରେ ବୁଲୁଛନ୍ତି କଳା ବାଘର ପରିବାର । ଏହା ସିଉଡୋ ମେଲାନଷ୍ଟିକ ବାଘ ପରିବାର ବୋଲି ଜଣାପଡ଼ିଛି । ଯାହା ରାତି ସମୟରେ ଜଙ୍ଗଲରେ ବୁଲୁଥିବା ବେଳେ କ୍ୟାମେରାରେ କଏଦ ହୋଇଛି ଏହି ଦୃଶ୍ୟ ।

ଓଡ଼ିଶା ଜଙ୍ଗଲରେ ବୁଲୁଛନ୍ତି କଳା ବାଘର ପରିବାର । ଏହା ସିଉଡୋ ମେଲାନଷ୍ଟିକ ବାଘ ବୋଲି ଜଣା ପଡ଼ିଛି । ଯାହା ରାତି ସମୟରେ ଜଙ୍ଗଲରେ ବୁଲୁଥିବା ନଜରକୁ ଆସିଛି । ଯାହାକୁ ନେଇ ଭିଡିଓ ସମେତ ସୋସିଆଲ ଏକ୍ସରେ ସୂଚନା ଦେଇଛନ୍ତି PCCF ସୁଶାନ୍ତ ନନ୍ଦ । ସୁଶାନ୍ତ କହିଛନ୍ତି,’’ ଏହା ସମ୍ପୂର୍ଣ ଭାବରେ ବିରଳ ଦୃଶ୍ୟ । ଯାହା ଓଡ଼ିଶାର ପ୍ରକୃତି ଭରା ଜଙ୍ଗଲରେ କେବଳ ସମ୍ଭବ ହୋଇପାରେ । ଯାହା ଦ୍ଵାରା ଜଙ୍ଗଲରେ ବୁଲୁଥିବା ଏହି ବାଘ ପରିବାରକୁ ଆମେ ଦେଖି ପାରୁଛେ ।’’ ତେବେ କ୍ୟାମେରା ଦୃଶ୍ୟରୁ ଜଣାପଡୁଛି ଚାରୋଟି ମେଲାନଷ୍ଟିକ ବାଘ ବୁଲୁଛନ୍ତି । ଗୋଟିଏ ସ୍ଥାନରେ କିଛି ସମୟ ରହିବା ପରେ କ୍ୟାମେରା ସମ୍ମୁଖରୁ ପଳାଇ ଯାଉଛନ୍ତି ଏହି ବାଘ ପରିବାର ।

ଏହା ମଧ୍ୟ ପଢ଼ନ୍ତୁ.....ବିଶ୍ଵସ୍ତରୀୟ ହେବ ନନ୍ଦନକାନନ; ଦୁବାଇରୁ ଆସିବ ଚିତା ବାଘ, ମିଳିବ ନାଇଟ୍ ସଫାରୀ ମଜା

ତେବେ କିଛି ଦିନ ତଳେ ଓଡ଼ିଶା ଜଙ୍ଗଲରେ ଦେଖିବାକୁ ମିଳିଥିଲା କଳା ରଙ୍ଗର କଲରା ପତରିଆ ବାଘ । ରାଜ୍ୟରେ ବାଘ ଗଣନା ଚାଲିଥିବା ବେଳେ ଏହି ବିରଳ କଳା ରଙ୍ଗର ବାଘ କ୍ୟାମେରା ଲେନ୍ସରେ ଠାବ ହୋଇଥିଲା । ସିକ୍ରେସନ୍ ପିଗମେଣ୍ଟ ଅଧିକା ହେବା କାରଣରୁ ତାର ଶରୀରରେ ଥିବା ଛିଟ ଦାଗ ଦେଖା ଯାଇନଥାଏ ବା ହଳଦିଆ ରଙ୍ଗ ଲୁଚିଯାଏ । ଫଳରେ ବାଘଟି କଳା ରଙ୍ଗର ଦେଖାଯାଏ । ଓଡ଼ିଶାରେ ୫୦ ବର୍ଷ ହେବ ଏହି ବାଘ ଦେଖିବାକୁ ମିଳୁଛି । ବ୍ରିଟିଶ ସମୟରେ ଗଞ୍ଜାମର କାଲିଆମ୍ବାରେ ମଧ୍ୟ ଏମିତି କଳା ବାଘ ଦେଖିବାକୁ ମିଳିଥିଲା । ତେବେ ସୋନପୁର, ବଲାଙ୍ଗୀର, ଅନୁଗୋଳ ଓ କନ୍ଧମାଳ ଜିଲ୍ଲାର ଘଞ୍ଚ ଜଙ୍ଗଲରେ ମଧ୍ୟ ଏହି କଳା ରଙ୍ଗର କଲରା ପତରିଆ ବାଘ ବୁଲୁଥିବା ବେଳେ କ୍ୟାମେରାରେ ଦୃଶ୍ୟ ଉତ୍ତୋଳନ ହୋଇଥିବା ଜଣାପଡ଼ିଛି । ତେବେ ପୂର୍ବରୁ ଦେଶର କର୍ଣ୍ଣାଟକ, କେରଳ, ଗୋଆ, ମହାରାଷ୍ଟ୍ର, ତାମିଲନାଡ଼ୁ ହିମାଚଳପ୍ରଦେଶ, ଆସାମ ଓ ଛତିଶଗଡ଼ ଆଦି 8ଟି ରାଜ୍ୟରେ କଳା ବାଘ ଦେଖିବାକୁ ମିଳୁଥିଲା । ଏହାପରେ ନବମ ରାଜ୍ୟ ଭାବେ ଓଡ଼ିଶା ଜଙ୍ଗଲରେ ପ୍ରଥମ କରି ବିରଳ କଳାବାଘ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details