ଓଡିଶା

odisha

By ETV Bharat Odisha Team

Published : Nov 14, 2023, 8:39 PM IST

ETV Bharat / state

ମହିଳା ନିର୍ଯାତନା ଓ ପୋଷଣକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ରାଜ୍ୟରେ ଶିଶୁ ଏବଂ ମହିଳା କୁପୋଷଣ ଶିକାର ହେଉଛନ୍ତି । ଏଦିଗରେ ସରକାର କଣ ପଦକ୍ଷେପ ନେଉଛନ୍ତି ରାଜ୍ୟବାସୀ ଜାଣିଛନ୍ତି । ୨୩ ବର୍ଷ ଭିତରେ ରାଜ୍ୟରେ ମହିଳା ତଥା କନ୍ୟାମାନଙ୍କୁ କେତେ ସୁରକ୍ଷା ମିଳିଛି ବା ସମ୍ମାନ ମିଳିଛି ତାହା ରାଜ୍ୟବାସୀ ଜାଣିଛନ୍ତି ବୋଲି କହିଛି ବିଜେପି । କିନ୍ତୁ । ଅଧିକ ପଢନ୍ତୁ

ମହିଳା ନିର୍ଯାତନା ଓ ପୋଷଣକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି
ମହିଳା ନିର୍ଯାତନା ଓ ପୋଷଣକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ବର: ଶିଶୁ ଦିବସରେ ମହିଳା ନିର୍ଯାତନା ଓ ପୋଷଣକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ନାରୀ ଅବହେଳିତ, ଲାଞ୍ଚ୍ଥିତ, ନିଷ୍ପେସିତ । ନାବାଳିକା ଅସୁରକ୍ଷିତ। ବିଭିନ୍ନ କଲେଜ ଏବଂ ସ୍କୁଲରେ ଗୁରୁଙ୍କ ଲୋଲୁପ ଦୃଷ୍ଟିରେ ଶିକାର ହେଉଛନ୍ତି ଛାତ୍ରୀମାନେ । ଶିକ୍ଷାନୁଷ୍ଠାନ ଭୟ ବାତାବରଣ ରହିଛି । ଆଜି ଏଭଳି ଅଭିଯୋଗ ଆଣି ପ୍ରେସମିଟ କରିଛି ବିଜେପି ।

ଦଳୀୟ ମୁଖପାତ୍ର ଉର୍ମିଳା ମହାପାତ୍ର ପ୍ରେସମିଟ୍‌ କରି ଅଭିଯୋଗ କରିଛନ୍ତି,‘‘କେନ୍ଦ୍ରାପଡ଼ା କଲେଜ ହେଉ କି ନବରଙ୍ଗପୁର ସ୍କୁଲ । କେନ୍ଦୁଝର ଏବଂ କେନ୍ଦ୍ରାପଡ଼ାରେ ଆଜି ବି କିଛି ଘଟଣା ଘଟିଛି । ପୂର୍ବରୁ ଅନେକ ଘଟିଛି । ଯଦି ମହିଳା ସଶକ୍ତ କାହିଁକି ଆମର ଦୃଷ୍ଟିଭଙ୍ଗୀ ବଦଳି ନାହିଁ । ମହିଳା ବିରୋଧୀ ଅପରାଧରେ ଦଣ୍ଡବିଧାନ କମିଛି । ନ୍ୟାୟ ନପାଇ ମହିଳାଙ୍କ ଆତ୍ମହତ୍ୟା ବଢ଼ିଛି । ଓଡ଼ିଶାରେ ମହିଳାମାନେ ସୁରକ୍ଷିତ ନୁହନ୍ତି । ରାଜ୍ୟରେ ମହିଳା ଅତ୍ୟାଚାର ବଢ଼ି ବଢ଼ି ଚାଲିଛି । ଏଥିପାଇଁ ରାଜ୍ୟରେ ଥିବା ବିଜେଡି ସରକାର ଦାୟୀ । ଆମ ଓଡ଼ିଶା ନବୀନ ଓଡ଼ିଶାର ସ୍ଲୋଗାନ୍‌ ଦେଉଥିବା ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ । ବିଦ୍ୟାଳୟ ତଥା କଲେଜରେ ଛାତ୍ରୀମାନେ ସୁରକ୍ଷିତ ନୁହନ୍ତି । ସେମାନେ ତାଙ୍କ ଗୁରୁଙ୍କ ଦ୍ଵାରା ହିଁ ବ୍ୟଭିଚାର ଶିକାର ହେଉଛନ୍ତି । ମାତ୍ର ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ମଧ୍ୟ ବିଫଳ ରାଜ୍ୟ ସରକାର। କେବଳ ନାମକୁ ମାତ୍ର ମହିଳାଙ୍କ ନା ନେଇ ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର ।’’

ଅଧିକ ପଢନ୍ତୁ- BMC ଅଫିସ ସମ୍ମୁଖରେ ଅଳିଆ ଢାଳି ବିଜେରି ପ୍ରତିବାଦ, ଜବାବ ଦେଲେ ମେୟର

ସେହିପରି ବିଜେପି ମୁଖପାତ୍ର କହିଛନ୍ତି, "ଶିଶୁ ଏବଂ ମହିଳା କୁପୋଷଣ ଶିକାର ହେଉଛନ୍ତି । ଏଦିଗରେ ସରକାର କଣ ପଦକ୍ଷେପ ନେଉଛନ୍ତି ରାଜ୍ୟବାସୀ ଜାଣିଛନ୍ତି। ୨୩ ବର୍ଷ ଭିତରେ ରାଜ୍ୟରେ ମହିଳା ତଥା କନ୍ୟା ମାନଙ୍କୁ କେତେ ସୁରକ୍ଷା ମିଳିଛି ବା ସମ୍ମାନ ମିଳିଛି ତାହା ରାଜ୍ୟବାସୀ ଜାଣିଛନ୍ତି । କିନ୍ତୁ ଅନ୍ୟ ପକ୍ଷରେ ନ୍ୟାୟ ଦେବା ଆଳରେ ତଦନ୍ତ କମିଶନ ପରେ କମିଶନ ବସାଯାଇଛି ସେଥିପାଇଁ ସରକାରଙ୍କ ପାଣ୍ଠିରୁ ଅନେକ ଅର୍ଥ ବ୍ୟୟ ହୋଇଛି। ମାତ୍ର ଆଜି ପର୍ଯ୍ୟନ୍ତ ଗୋଟିଏ ବି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ନଜିର ନାହିଁ । ବେବିନା, ଇତିଶ୍ରୀ ଠାରୁ ଆରମ୍ଭ କରି ମାଧବୀଲତା କୁନ୍ଦୁଲୀ ପୀଡିତା, ସସ୍ମିତା, ମମିତା ଭଳି ମହିଳାମାନେ ବିଭତ୍ସ ଭାବରେ ଶିକାର ହୋଇ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ସତ କିନ୍ତୁ ରାଜ୍ୟ ସରକାରଙ୍କ ଠାରୁ ନ୍ୟାୟ ପାଇପାରିନାହାଁନ୍ତି । ଆଜି ସେମାନେ ଇତିହାସ ପାଲଟି ଯାଇଛନ୍ତି ।"

ସେହିଭଳି ଆଜିର ଶିଶୁ କାଲିର ଭବିଷ୍ୟତର ନାଗରିକ । ଶିଶୁ ସୁସ୍ଥ ସବଳ ସୁସ୍ଥ ମାନସିକତା ନେଇ ଜନ୍ମଲାଭ କରୁ ଏକଥା ସମସ୍ତେ ଚାହାଁନ୍ତି । ଖାଲି ସେତିକି ନୁହେଁ କନ୍ୟା ସନ୍ତାନଙ୍କୁ ବଞ୍ଚାଇବା ତାକୁ ଶିକ୍ଷିତ କରିବା ଆର୍ଥିକ ଦୃଷ୍ଟିରୁ ତାର ଭବିଷ୍ୟତ ସୁରକ୍ଷିତ ରଖିବା ନୂଆ ଭାରତରେ ମହିଳା ସଶକ୍ତିକରଣର ମୂଳ ସିଦ୍ଧାନ୍ତ । କେନ୍ଦ୍ର ସରକାର ସେଥିପାଇଁ ଅନେକ ଯୋଜନା କରିଛନ୍ତି ବୋଲି ବିଜେପି ମୁଖପାତ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details