ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଠିକା ପ୍ରଥା ଉଚ୍ଛେଦ ଘୋଷଣା ମିଛ କି ? 2୦ ହଜାର ସ୍କିମାଟିକ ଶିକ୍ଷକ ନିଯୁକ୍ତି ନେଇ ସରକାରଙ୍କୁ ବିଜେପିର ଟାର୍ଗେଟ । ଗତକାଲିର ନୋଟିଫିକେସନକୁ ପ୍ରତ୍ୟାହାର କରନ୍ତୁ ସରକାର । ଆଶାୟୀଙ୍କୁ ନିରାଶ କରିଛି ଏହି ନିଷ୍ପତ୍ତି । ଠିକା ଶିକ୍ଷକ ନିଯୁକ୍ତି ନେଇ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳଙ୍କ ପ୍ରେସମିଟ କରି ଏହି ଦାବି କରିଛନ୍ତି । ଜନ୍ମଦିନରେ ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟରେ ଠିକା ନିଯୁକ୍ତି ଉଠିଗଲା । ହେଲେ ଗତକାଲିର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ନଜରରେ ଅଛି ନା ନାହିଁ ? ଶିକ୍ଷକମାନଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ପ୍ରଶ୍ନ କରିଛି ବିଜେପି ।
ଏନେଇ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ପ୍ରେସମିଟରେ କହିଛନ୍ତି, "ଜନ୍ମଦିନରେ ମୁଖ୍ୟମନ୍ତ୍ରୀ କହିଲେ ରାଜ୍ୟରେ ଠିକା ନିଯୁକ୍ତି ଉଠିଗଲା । ହେଲେ ଗତକାଲିର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ନଜରରେ ଅଛି ନା ନାହିଁ ? ନା ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ମିଛ କହିଲେ । ଏହା ସହ ଏହି ନିଷ୍ପତ୍ତି ହାଇକୋର୍ଟ ନିର୍ଦ୍ଦେଶ ଏବଂ ସୁପ୍ରିକୋର୍ଟଙ୍କ ଗାଇଡଲାଇନର ଉଲ୍ଲଙ୍ଘନ ହୋଇଛି । ୨୦୧୯ରୁ ୨୦୨୩ ମଧ୍ୟରେ ୨୧,୨୦୯ ଜଣ ଶିକ୍ଷକ ରେଗୁଲାର ଶିକ୍ଷକ ଅବସର ନେଇଥିବା ବେଳେ ସେମାନଙ୍କ ସ୍ଥାନରେ କାହିଁକି ଠିକା ନିଯୁକ୍ତି କଲେ ସରକାର ? ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ୪୦ ହଜାର ଶିକ୍ଷକଙ୍କ ଭାଗ୍ୟ ଏବେ ଅନ୍ଧାରରେ। 5Tରେ ୩୪୧୦ କୋଟି ଟଙ୍କା ଖର୍ଚ୍ଚ କରି ଖାଲି ରଙ୍ଗ ମାରି ସ୍କୁଲ ରୂପାନ୍ତରଣ କଲେ । ହେଲେ ଶିକ୍ଷକ କାହିଁକି ନିଯୁକ୍ତ ହେଲେ ନାହିଁ ?"
ଏହା ବି ପଢନ୍ତୁ- ଧାରଣା ସ୍ଥଳରେ ଅଚେତ ହେଲେ ଶିକ୍ଷକ, ଆନ୍ଦୋଳନ ଯୋଗୁଁ ପାଠପଢ଼ାରେ ବାଧାପ୍ରାପ୍ତ