ଓଡିଶା

odisha

ETV Bharat / state

ମ୍ୟାନୁଫାକ୍ଚରିଂ ଇନୋଭେସନ ଇଣ୍ଡେକ୍ସରେ ଓଡିଶାର ସ୍ଥାନ ତଳ ଆଡୁ ତିନି: ବିଜେପି - ଇଣ୍ଡେକ୍ସରେ ଓଡିଶାର ସ୍ଥିତି କେଉଁଠି

ମ୍ୟାନୁଫାକ୍ଚରିଂ ଇନୋଭେସନ ଇଣ୍ଡେକ୍ସ ରିପୋର୍ଟ ଜାରି । ଇଣ୍ଡେକ୍ସରେ ଓଡ଼ିଶାର ସ୍ଥିତି କେଉଁଠି ବୋଲି ପ୍ରଶ୍ନ କରିଛି ବିଜେପି । ଅଧିକ ପଢ଼ନ୍ତୁ

ମାନୁଫାକ୍ଚରିଂ ଇନୋଭେସନ ଇଣ୍ଡେକ୍ସ ରିପୋର୍ଟ ଇଣ୍ଡେକ୍ସରେ ଓଡିଶାର ସ୍ଥିତି କେଉଁଠି: ବିଜେପି
ମାନୁଫାକ୍ଚରିଂ ଇନୋଭେସନ ଇଣ୍ଡେକ୍ସ ରିପୋର୍ଟ ଇଣ୍ଡେକ୍ସରେ ଓଡିଶାର ସ୍ଥିତି କେଉଁଠି: ବିଜେପି

By

Published : May 8, 2023, 7:09 PM IST

ମାନୁଫାକ୍ଚରିଂ ଇନୋଭେସନ ଇଣ୍ଡେକ୍ସ ରିପୋର୍ଟ ଇଣ୍ଡେକ୍ସରେ ଓଡିଶାର ସ୍ଥିତି କେଉଁଠି: ବିଜେପି

ଭୁବନେଶ୍ବର: ମ୍ୟାନୁଫାକ୍ଚରିଂ ଇନୋଭେସନ ଇଣ୍ଡେକ୍ସକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ମ୍ୟାନୁଫାକ୍ଚରିଂ ଇନୋଭେସନ ଇଣ୍ଡେକ୍ସରେ ଓଡ଼ିଶାର ସ୍ଥିତି କେଉଁଠି ବୋଲି ପ୍ରଶ୍ନ କରିଛି ବିଜେପି । ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ କହିଛନ୍ତି, "ମୁଖ୍ୟମନ୍ତ୍ରୀ ପ୍ରଚାରରେ ବ୍ୟସ୍ତ କିନ୍ତୁ ଓଡିଶା ଶିଳ୍ପ ସମୃଦ୍ଧିର ଗତି ତଳକୁ ତଳକୁ ଖସି ଆସିଛି । ମ୍ୟାନୁଫାକ୍ଚରିଂ ଇନୋଭେସନ ଇଣ୍ଡେକ୍ସରେ ଓଡ଼ିଶାର ସ୍ଥାନ ତଳ ଆଡୁ ତୃତୀୟ । ୟୁନାଇଟେଡ଼ ନେସନ ଇଣ୍ଡଷ୍ଟ୍ରିଆଲ୍ ଡ଼େଭେଲପମେଣ୍ଟ ଅର୍ଗାନାଇଜେସନ ଏବଂ ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ମ୍ୟାନୁଫାକ୍ଚରିଂ ଇନୋଭେସନ ଇଣ୍ଡେକ୍ସ ରିପୋର୍ଟ ଜାରି କରିଛନ୍ତି । ଯେଉଁଥିରେ ଓଡିଶାର ସ୍ଥାନ ତଳ ଆଡୁ ତୃତୀୟ । ଓଡିଶା ତଳକୁ କେବଳ ବିହାର ଓ ଝାଡ଼ଖଣ୍ଡ । ଯାହାକି ଅତ୍ୟନ୍ତ ଦୁଃଖର ଵିଷୟ । ଓଡ଼ିଶାର ପ୍ରାକୃତିକ ସମ୍ପଦ ପରିପୂର୍ଣ୍ଣ ଯଦି ସେଠାରେ ଇନୋଭେସନ୍ ନରହିବ ତାହେଲେ ବିକାଶ ବି ହୋଇପାରିବ ନାହିଁ ।"

ଏହାସହ ସତ୍ୟବ୍ରତ ପଣ୍ଡା କହିଛନ୍ତି,"3ଟି ଦିଗ , 9ଟି ପିଲାର୍ ଏବଂ 80ଟି ଇଣ୍ଡିକେଟରକୁ ନେଇ ଏହି ଇଣ୍ଡେକ୍ସ ତିଆରି ହୋଇଛି । ବ୍ୟାପକ ତଥ୍ୟ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏ ରିପୋର୍ଟ ସର୍ବଭାରତୀୟ ସ୍ତରରେ ସବୁ ରାଜ୍ୟଙ୍କର ହାରାହାରି ସ୍କୋର୍‌ 28.12 ହୋଇଥିବା ବେଳେ ଓଡିଶାର ହାରାହାରି ସ୍କୋର ମାତ୍ର 23.05 । ଆହୁରି ଦୁର୍ଭାଗ୍ୟଜନକ କଥା, ବିଜନେସ୍ ପ୍ରୋସେସିଂ ଇନୋଭେସନ, ମାର୍କେଟିଂ ଆଣ୍ଡ୍‌ ସେଲସ୍ ଇନୋଭେସନ, ଆଡ୍‌ମିନିଷ୍ଟ୍ରେସନ୍ ଆଣ୍ଡ ମ୍ୟାନେଜମେଣ୍ଟ ଇନୋଭେସନରେ ଓଡିଶାର ସ୍ଥାନ ସବୁଠାରୁ ତଳେ ଅଛି । ଏବଂ ଓଡିଶାକୁ ଆସିଥିବା 45 ପ୍ରତିଶତ ଶିଳ୍ପ ଓଡିଶା ସରକାରଙ୍କ ଇନୋଭେସନ ସଂକ୍ରାନ୍ତ ସହାୟତାରେ ସନ୍ତୁଷ୍ଟ ନାହାନ୍ତି । ଯେଉଁଥିପାଇଁ ଓଡିଶାର ସ୍ଥାନ ତଳ ଆଡୁ ସର୍ବନିମ୍ନ ।"

ପ୍ରାକୃତିକ ସମ୍ପଦରେ ଭରା ଓଡ଼ିଶାରେ ଇନୋଭେସନ ନରହିଲେ ବିକାଶର ସମ୍ଭାବନା କେବେ ସଫଳ ହେବ ନାହିଁ । ଓଡ଼ିଶା ଅର୍ଥନୀତିର ନକାରାତ୍ମକ ଦିଗ ପ୍ରତି ରାଜ୍ୟ ସରକାର ସଚେତନ ଅଛନ୍ତି ତ ? ମୁଖ୍ୟମନ୍ତ୍ରୀ ଆତ୍ମପ୍ରଚାର ଏବଂ ଉପନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହୁଛନ୍ତି । ଇନୋଭେସନ ଅଭାବରୁ ଓଡ଼ିଶା ଆଗକୁ ବଢ଼ି ପାରୁନାହିଁ । ଶିଳ୍ପ ନୀତିରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କଲା ବିଜେପି । ଉପଯୁକ୍ତ ଶିଳ୍ପ ନୀତି ଅଭାବରୁ ଓଡ଼ିଶାରେ ବେକାରୀ ବଢୁଛି । ରାଜ୍ୟ ଅର୍ଥନୀତିର ଏହି ନକରାତ୍ମକ ଦିଗ ପ୍ରତି ରାଜ୍ୟ ସରକାର କେତେ ସଚେତନ ତାହା ଓଡ଼ିଶାବାସୀ ଜାଣି ନାହାନ୍ତି । ଅଣଓଡ଼ିଆ ପ୍ରଶାସନିକ ଅଧିକାରୀଙ୍କ ହାତରେ ରାଜ୍ୟର ନୀତି ନିର୍ଦ୍ଧାରଣ ଦାୟିତ୍ୱ ଛାଡିଦେଇ ନିଶ୍ଚିତ ରହିବା ଅଭ୍ୟାସ ଛାଡନ୍ତୁ ବୋଲି ବିଜେପି କଟାକ୍ଷ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details