ଓଡିଶା

odisha

ETV Bharat / state

IT Raid on DN Group: BJPର ସାଙ୍ଘାତିକ ଅଭିଯୋଗ, ବ୍ୟବସାୟୀଙ୍କ ସହ ରହିଛି 3ୟ ମହଲାର ଲିଙ୍କ୍ - undefined

ଡିଏନ୍‌ କମ୍ପାନୀ ଉପରେ ଆଇଟି ରେଡ୍ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । କୁଆଡେ ଗଲା ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ବୋଲି ସେ ପ୍ରଶ୍ନ କରିଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 6, 2023, 7:18 PM IST

ଭୁବନେଶ୍ବର: ଡିଏନ୍‌ କମ୍ପାନୀ ଉପରେ ଆଇଟି ରେଡ୍ ପ୍ରସଙ୍ଗକୁ ନେଇ ବିଜେପିର ସାଙ୍ଘାତିକ ଅଭିଯୋଗ । ବ୍ୟବସାୟୀଙ୍କ ସହ ତୃତୀୟ ମହଲାର ସମ୍ପର୍କ ରହିଛି ବୋଲି ଗୁରୁତର ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ। ଅନିଲ ପ୍ରେସମିଟ କରି ଅଭିଯୋଗ କହିଛନ୍ତି ଯେ ବିଜେଡି ନେତା ଓ ଅଣ ଓଡ଼ିଆ ଅଫିସରଙ୍କ କଳା ଟଙ୍କାକୁ ଧଳା କରୁଥିଲା ଡିଏନ୍ ଗ୍ରୁପ । କୁଆଡେ ଗଲା ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ରାଜ୍ୟରେ ଦୁର୍ନୀତିକୁ ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଏନେଇ ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ କହିଛନ୍ତି, "ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘର 3 କୋଟି ନଗଦ ଘଟଣାର ଭିଜିଲାନ୍ସ ତଦନ୍ତର ଦିଗ କଣ ? ରିମାଣ୍ଡରେ କଣ ଆସିଲା ତାହା ସ୍ପଷ୍ଟ କରୁନି ଭିଜିଲାନ୍ସ । ରିମାଣ୍ଡରେ କଣ କହିଲେ ପ୍ରଶାନ୍ତ ? କେଉଁଠୁ ଆସିଥିଲା ଟଙ୍କା ? କଣ ପାଇଁ ଆସିଥିଲା ? ଏ ତଥ୍ୟ ଭିଜିଲାନ୍ସ ପାଇଲା ନା ନାହିଁ ।" ଏହାସହିତ 5ଟି ସଚିବ ପାଣ୍ଡିଆନଙ୍କ ସହ ଫଟୋକୁ କ୍ୟାପେଟନଙ୍କ ସହ ଭାଇସ କ୍ୟାପେଟନ ବୋଲି କହିଲା ବିଜେପି । କାହା ନିର୍ଦ୍ଦେଶରେ ପ୍ରଶାନ୍ତଙ୍କୁ ମିଳିଥିଲା ପୁନଃନିଯୁକ୍ତି ? ତେଣୁ 5ଟି ସଚିବ ପାଣ୍ଡିଆନକୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି ବିଜେପି ।

ଏହା ବି ପଢନ୍ତୁ- ଡିଏନ୍‌ ଗ୍ରୁପ୍‌ ମାଲିକଙ୍କ ଘରେ IT ରେଡ୍, ଏକକାଳୀନ ୨୭ଟି ସ୍ଥାନରେ ଚାଲିଛି ଚଢ଼ାଉ

ଏହା ସହ ସରକାରଙ୍କ ଜିରୋ ଟଲେରାନ୍ସକୁ ଟାର୍ଗେଟ କରିଛି ବିଜେପି । ଦୁର୍ନୀତି ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଜିରୋ ବୋଲି କହିଛି ଦଳ । ରେମୁଣା ବିଧାୟକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପ୍ରଶ୍ନ କରିଛି । ସେହିପରି ଦେଶରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓଡ଼ିଶା ପ୍ରଥମ ଅର୍ଥାତ ଦୁର୍ନୀତି ବଢୁଛି । 2017ରେ ମୁଖ୍ୟମନ୍ତ୍ରୀ କହିଥିଲେ, ଶୂନ୍ୟ ସହନଶୀଳତା ନୀତି, ହେଲେ ଏବେ ଯାହା ଲାଗୁଛି 2027ରୁ ଅଧିକ ପରିମାଣରେ ବୃଦ୍ଧି ପାଇଛି ।

ସେ ଆହୁରି କହିଛନ୍ତି, "ଓଡ଼ିଶାର ଯେତେ କଳା ଧନ ଅଛି, ସବୁ ଅଣଓଡ଼ିଆ ବ୍ୟୁରୋକାର୍ଡମାନଙ୍କର ଏବଂ ବିଜେଡିର ନେତା ମନ୍ତ୍ରୀ ମାନଙ୍କର । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଯଦି ଜଣେ ଜିଲ୍ଲା ସ୍ତରୀୟ ଅଧିକାରୀ ପାଖରୁ 3 କୋଟି ଟଙ୍କା ଜବତ ହେଉଛି ତାହେଲେ ଓଡ଼ିଶାର ଆଇପିଏସ ଅଫିସର, ଆଇଏଏସ ଅଫିସର, ଶାସକ ଦଳର ବିଧାୟକ ଓ ମନ୍ତ୍ରୀମାନଙ୍କ ଘରୁ କେତେ ମିଳିବ ? ଗତକାଲି ଯେଉଁ ରେଡ ହୋଇଥିଲା ସେ ଲୋକ ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ । ରାଜ୍ୟରେ ସବୁ ଦୁର୍ନୀତିଗ୍ରସ୍ତ ଲୋକମାନଙ୍କ ସହିତ ରାଜ୍ୟ ସରକାର ଜଡ଼ିତ । ଅଣଓଡିଆ ଅଫିସରମାନେ ଗରିବ ଲୋକଙ୍କ ଟଙ୍କା ଲୁଟି ଚାଲିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details