ଓଡିଶା

odisha

By ETV Bharat Odisha Team

Published : Dec 6, 2023, 10:38 PM IST

ETV Bharat / state

‘ଗାଡକଣର ଅଳିଆ ପାହାଡକୁ ଲୁଚେଇବାକୁ ଟେକ୍ନୋଲୋଜିର ଗୋଲାପୀ ଗପ କହୁଛି ବିଏମସି’

ଗାଡକଣର ଅଳିଆ ପାହାଡ ରାଜଧାନୀବାସୀଙ୍କ ପାଇଁ ଅସହ୍ୟ ହେଲାଣି । ରାଜ୍ୟ ସରକାର ଏହି କୃତ୍ରିମ ଅଳିଆ ପାହାଡର ସ୍ଥାୟୀ ସମାଧାନ ହେବ । ସେ ଦିଗରେ ଧ୍ୟାନ ଦେଉନଥିବା ଅଭିଯୋଗ କରିଛି ବିଜେପି । ଅଧିକ ପଢନ୍ତୁ

ଗାଡକଣର ଅଳିଆ ପାହାଡକୁ ଲୁଚେଇବାକୁ ଟେକ୍ନୋଲୋଜିର ଗୋଲାପୀ ଗପ କହୁଛି ବିଏମ୍ସି :ବିଜେପି
ଗାଡକଣର ଅଳିଆ ପାହାଡକୁ ଲୁଚେଇବାକୁ ଟେକ୍ନୋଲୋଜିର ଗୋଲାପୀ ଗପ କହୁଛି ବିଏମ୍ସି :ବିଜେପି

ଗାଡକଣର ଅଳିଆ ପାହାଡକୁ ଲୁଚେଇବାକୁ ଟେକ୍ନୋଲୋଜିର ଗୋଲାପୀ ଗପ କହୁଛି ବିଏମ୍ସି :ବିଜେପି

ଭୁବନେଶ୍ୱର:ଗାଡକଣ ସ୍ଥିତ କୃତ୍ରିମ ଅଳିଆ ପାହାଡ ପରିଦର୍ଶନ କରି ସ୍ଥିତି ପରଖିଲା ବିଜେପି ଟିମ । ପାହାଡକୁ ଲୁଚେଇବାକୁ ଟେକ୍ନୋଲୋଜିର ଗୋଲାପୀ ଗପ କହୁଛି ବିଏମସି ବୋଲି କହିଛି ଦଳ । ଗାଡକଣ ସ୍ଥିତ କୃତ୍ରିମ ଅଳିଆ ପାହାଡ ଯୋଗୁ ଦିନକୁ ଦିନ ଉତ୍କଟ ଗନ୍ଧରେ ଫାଟିଲାଣି ରାଜଧାନୀ ଭୁବନେଶ୍ୱର । ଟିକିଏ ବର୍ଷା ହେଲେ ଅସହ୍ୟ ଗନ୍ଧ ବାହାରୁଥିବା ଗାଡକଣ ସ୍ଥିତ କୃତ୍ରିମ ଅଳିଆ ପାହାଡକୁ ନେଇ ଚିନ୍ତାରେ ରାଜଧାନୀବାସୀ । ସହର ଭିତରର ଏହି ଅଳିଆ ଗଦାରୁ ଖାଲି ଦୁର୍ଗନ୍ଧ ବାହାରୁଛି ତାହା ନୁହେଁ ଏହା ଦ୍ୱାରା ରୋଗ ମଧ୍ୟ ବ୍ୟାପିଲାଣି । ତେଣୁ ସହର ଭିତରେ ଦେଖାଯାଇଥିବା ଏହି ଅସ୍ଥାୟୀ ଅଳିଆ ଗଦାର ସମସ୍ୟା ଲୋକଙ୍କୁ ଘରୁ ବାହାରିବାକୁ ଦେଉନାହିଁ ।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଆଜି ଅଳିଆର ପାହାଡକୁ ପରିଦର୍ଶନ କରିଛି ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ।

ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ଓ ରାଜ୍ୟ ପ୍ରବକ୍ତା ଦିଲୀପ ମହାନ୍ତିଙ୍କ ତତ୍ତ୍ବାବଧାନରେ କର୍ମୀମାନେ ସ୍ଥାନ ପରିଦର୍ଶନ କରିଛନ୍ତି । ସେଠି ପରିଦର୍ଶନ କରି ସାରିବା ପରେ ଏଥିରୁ ଆସୁଥିବା ଉତ୍କଟ ଗନ୍ଧ ଓ ଗନ୍ଧମୟ ପରିବେଶରୁ ବାହାରୁଥିବା ପୋକ କେବଳ ସହରର ପରିବେଶ ନୁହେଁ । ଏଥିରୁ ବାହାରୁଥିବା ପୋକ ପାଇଁ ସହରର ପାଇପ ଲାଇନରେ ରୋଗ ବାଣ୍ଟୁଛି ବିଏମ୍ସି ବୋଲି ଅଭିଯୋଗ କରିଛି ବିଜେପି । ତେଣୁ ଲୋକଙ୍କୁ ରୋଗାକ୍ରାନ୍ତ କରିବାରେ ବିଏମସି ଓ ରାଜ୍ୟ ସରକାର ସିଧାସଳଖ ଭାବେ ଦାୟୀ ବୋଲି କହିଛି ବିଜେପି । କାରଣ ନା ବିଏମସି ନା ରାଜ୍ୟ ସରକାର ଅଳିଆର ଏହି ପାହାଡର କିଭଳି ସ୍ଥାୟୀ ସମାଧାନ ହେବ ସେ ଦିଗରେ କେହି ଧ୍ୟାନ ଦେଉନଥିବା ଅଭିଯୋଗ କରିଛି ଦଳ ।

ଏହା ମଧ୍ୟ ପଢନ୍ତୁ.....ଗାଡକଣସ୍ଥିତ ଡମ୍ପିଂୟାର୍ଡ଼ ଉଚ୍ଛେଦ ଦାବିରେ 8ମ ଦିନରେ ବିଜେପିର ସତ୍ୟାଗ୍ରହ

ଖାଲି ସେତିକି ନୁହେଁ କେଉଁ ଉପାୟରେ ଓ କେବେ ଏହାର ସମସ୍ୟାର ହେବ ବିଏମସି କି ରାଜ୍ୟ ସରକାର କାହା ପାଖରେ ଉତ୍ତର ନାହିଁ । ଯେତେବେଳେ ଏଠି ସହରର ଅଳିଆ ସମସ୍ୟା ପ୍ରତି କାହାର ଉତ୍ତର ଦାୟିତ୍ୱ ନାହିଁ ସେଠି ସମସ୍ୟା ଦୂର କେମିତି ହେବ ତାହା ବଡ ପ୍ରଶ୍ନବାଚୀ । ଉଭୟଙ୍କ ଏହି ଅପାରଗତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେପି । ଏହି କୁତ୍ରିମ ଅଳିଆ ପାହାଡକୁ ସହରରୁ ଉଚ୍ଛେଦ ପାଇଁ ବିଜେପି ଦାବି କରିଛି ।

କୁତ୍ରିମ ଅଳିଆ ଗଦାର ସ୍ଥାୟୀ ସମାଧାନ ଓ ଉଚ୍ଛେଦକୁ ନେଇ ବିଜେପି ୯ ଦିନ ଧରି ସତ୍ୟାଗ୍ରହରେ ସାଧାରଣ ଲୋକଙ୍କ ସ୍ୱର ହୋଇ ବସିଛି । ସମାଧାନ ନହେବ ଯାଏ ବସିବ । ଆଗାମୀ ଦିନରେ ବିଏମସି ଏହାର ସମାଧାନ ଦିଗରେ ପଦକ୍ଷେପ ନନେଲେ ପ୍ରତିବାଦର ସ୍ୱର ବଢିବା ସହ ବିଜେପିର ଆନ୍ଦୋଳନ ତୀବ୍ର ହେବ ଏହା ଏକ ବିରାଟ ଜନ ଆନ୍ଦୋଳନର ରୂପ ନେବ ବୋଲି କହିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details