ଓଡିଶା

odisha

ETV Bharat / state

ରାଜଧାନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା, ରାସ୍ତାକୁ ଓହ୍ଲାଇଲା ବିଜେପି - ଭୁବନେଶ୍ବରରେ ବିଜେପିର ଆନ୍ଦୋଳନ

ବିଜେପି ଅଭିଯୋଗ କରିଛି ଓଡିଶାରେ ମାଆମାନେ ଅସୁରକ୍ଷିତ । ତାର ଉଦାହରଣ ଏହି ଗଣ ଦୁଷ୍କର୍ମ । ଦୈନନ୍ଦିନ ମହିଳା ଶୋଷଣର ଶିକାର ହେଉଛନ୍ତି ମହିଳା । ସାରା ରାଜ୍ୟରେ ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ। ଏହାକୁ ବିଜେପି ନିନ୍ଦା କରୁଛି । ରାଜ୍ୟ ସରକାର ହାତ ଟେକି ଦେଇଛନ୍ତି । ଅଧିକ ପଢନ୍ତୁ

ରାଜଧାନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା, ରାସ୍ତାକୁ ଓହ୍ଲାଇଲା ବିଜେପି
ରାଜଧାନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା, ରାସ୍ତାକୁ ଓହ୍ଲାଇଲା ବିଜେପି

By

Published : Jan 18, 2023, 9:23 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଦୁଇ ନାବାଳିକା ଗଣଦୁଷ୍କର୍ମ ଘଟଣା । ରାଜରାସ୍ତାକୁ ଓହ୍ଲାଇଲା ଭୁବନେଶ୍ବର ଜିଲ୍ଲା ବିଜେପି । ହକି ବିଶ୍ବକପ ପାଇଁ କଡା ସୁରକ୍ଷା ବ୍ୟବସ୍ଥାରେ ଥିବା ଭୁବନେଶ୍ବରରେ ଦୁଇ ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆଜି ରାଜଧାନୀ ରାଜରାସ୍ତାରେ ଗର୍ଜିଛି ବିଜେପି ।

ଆଜି ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପଦର୍ଶନ କରାଯାଇଛି । ରାଜ୍ୟରେ ମହିଳା ଅସୁରକ୍ଷିତ ହୋଇ ପଡ଼ିଛନ୍ତି । କମିଶନରେଟ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛି ବିଜେପି । ପଟିଆରେ ଦୁଇ ନାବାଳିକାଙ୍କ ଗୋଡ ହାତ ବାନ୍ଧି ଯେଉଁଭଳି ଭାବେ ଗଣଦୁଷ୍କର୍ମ କରାଗଲା ତାହା ଅତ୍ୟନ୍ତ ଦୁଃଖଦ ଏବଂ ନିନ୍ଦନୀୟ ବୋଲି ଦଳ କହିଛି । ଏହି ଘଟଣାକୁ ଡିସିପି ଛୋଟିଆ ଘଟଣା କହି ଏଡାଇ ଦେବା ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେପି ।

ବିଜେପି ଅଭିଯୋଗ କରିଛି ଓଡ଼ିଶାରେ ମାଆ ମାନେ ଅସୁରକ୍ଷିତ । ତାହାର ଉଦାହରଣ ଏହି ଗଣ ଦୁଷ୍କର୍ମ । ଦୈନନ୍ଦିନ ମହିଳା ଶୋଷଣର ଶିକାର ହେଉଛନ୍ତି । ସାରା ରାଜ୍ୟରେ ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ। ଏହାକୁ ବିଜେପି ନିନ୍ଦା କରୁଛି । ରାଜ୍ୟ ସରକାର ହାତ ଟେକି ଦେଇଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନଚେତ ବିଜେପି ଆନ୍ଦୋଳନକୁ ତୀବ୍ର କରିବ ବୋଲି କହିଛନ୍ତି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ। ରାଜ୍ୟ ରାଜଧାନୀରେ ଯେତେବେଳେ ହକି ବିଶ୍ୱକପ ହେଉଛି, ସେତେବେଳେ ଆଉ କଣ କେହି ରହିବେ ନାହିଁ କି । ପୋଲିସ ପ୍ରଶାସନ ଏଭଳି ଏକ ନିନ୍ଦନୀୟ ଘଟଣାରେ କହୁଛି ଏହାଏକ ଛୋଟ ଘଟଣା ।

ଦଳ ଦାବି କରିଛି ଯେଉଁମାନେ ଦୋଷୀ ତାଙ୍କୁ ତୁରନ୍ତ ଗିରଫ କରାଯାଉ । ରାଜ୍ୟର ରାଜଧାନୀରେ ଯଦି ଏଭଳି ଅବସ୍ଥା ତାହେଲେ ସାରା ରାଜ୍ୟରେ କଣ ସ୍ଥିତି ଥିବ ତାହା ଅନୁମେୟ ହେଉଛି । ରାଜ୍ୟ ସରକାର ହାତ ଟେକି ଦେଇଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯାଉ ନଚେତ ଆନ୍ଦୋଳନକୁ ଅଧିକ ତୀବ୍ର କରିବ ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details