ଓଡିଶା

odisha

ETV Bharat / state

Dhamnagar bypoll: ଆଜି ସରୁଛି ପ୍ରଚାର, ବିଜେପିର ଅଭିଯୋଗ ବିଜେଡି ବାଣ୍ଟିବ ଟଙ୍କା - ଧାମନଗର ଉପ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର

ଧାମନଗର ଉପ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଆଗାମୀ ଦୁଇ ଦିନରେ ଶାସକ ଦଳ ବିପୁଳ ଟଙ୍କା ବାଣ୍ଟିବ ବୋଲି ବିଜେପି ଅଭିଯୋଗ କରିଛି । ଅଧିକ ପଢ଼ନ୍ତୁ

bjp press meet on dhamnagar by poll
ଆଜି ସରୁଛି ପ୍ରଚାର, ନିର୍ବାଚନରେ ଅନିୟମିତତା ନେଇ ବିଜେଡି ଉପରେ ବିଜେପିର ଟାର୍ଗେଟ

By

Published : Nov 1, 2022, 2:24 PM IST

ଭୁବନେଶ୍ବର: ଆଜି ସରୁଛି ଧାମନଗର ଉପ ନିର୍ବାଚନର ପ୍ରଚାର । ହାତରେ ଆଉ କିଛି ଘଣ୍ଟାର ସମୟ । ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଅନ୍ତିମ ଚେଷ୍ଟା ଜାରି ରଖିଛନ୍ତି ରାଜନୈତିକ ଦଳ । ଆଗାମୀ ଦୁଇ ଦିନରେ ବିଜେଡି ବ୍ୟାପକ ଟଙ୍କା ବାଣ୍ଟିବ ବୋଲି ବିଜେପି ଅଭିଯୋଗ କରିଛି । ଗାଁ ଗାଁରେ ସରକାରୀ ଅଧିକାରୀ, ଏସଏଚଜି ମହିଳା ଓ ଗୋଟିଏ ପଞ୍ଚାୟତରେ ସରକାର ସହ ଲିଙ୍କ ଥିବା 30 ଜଣଙ୍କୁ ଲଗାଇ ବିଜେଡ଼ି ଟଙ୍କା ବଣ୍ଟିବ ବୋଲି ବିଜେପି ଅଭିଯୋଗ କରିଛି ।

ନିର୍ବାଚନରେ ଅନିୟମିତତା ନେଇ ବିଜେଡି ଉପରେ ବିଜେପିର ଟାର୍ଗେଟ

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ବିଜେଡିକୁ ଟାର୍ଗେଟ କରି କହିଛନ୍ତି, "ଆଗାମୀ ଦୁଇ ଦିନରେ ମଦ, ମାଂସରେ ଗାଁ ବୁଡ଼ିବ। ଭୋଟ କିଣିବା ପାଇଁ ଚାରିଆଡ଼େ ଟଙ୍କା ବଣ୍ଟାଯିବ । ବିଜେପି ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ପାଇଁ ଦାୟିତ୍ବ ନିର୍ବାହ କରିଛି । ଅନୈତିକ ପ୍ରତିଶୃତି ଦେଉଛି ଶାସକ ଦଳ । ଉପନିର୍ବାଚନରେ କଳ, ବଳ, କୌଶଳ ବ୍ୟବହାର କରି ଅଗଣତାନ୍ତ୍ରିକ ମାଧ୍ୟମରେ ଭୋଟ ହାତେଇବାକୁ ଚେଷ୍ଟା କରୁଛି ବିଜେଡ଼ି ।" ଧାମନଗର ଉପନିର୍ବାଚନରେ ହେଉଥିବା ବିଭିନ୍ନ ଅନିୟମିତତା ନେଇ ଶାସକ ଦଳକୁ ଟାର୍ଗେଟ କରିଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ:Dhamnagar ByPoll: ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ମାରାଥନ ପ୍ରଚାର

ଲେଖାଶ୍ରୀ ଆହୁରି ମଧ୍ୟ କହିଛନ୍ତି, "ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ ପାଇଁ ବିଜେପି ଅନୁରୋଧ କରିଥିଲା । ଅବାଧ, ନିରପେକ୍ଷ ଓ ନିର୍ଭୟରେ ଯାଇ ଭୋଟ ଦେବାକୁ ଜନସାଧାରଣଙ୍କୁ ସେ ଅନୁରୋଧ କରିଛନ୍ତି । ଯେଉଁ ଦଳ ଲୋକଙ୍କ ପାଇଁ କାମ କରିବ ତାକୁ ହିଁ ଭୋଟ ଦେବା ଉଚିତ । ବିଜୁ ଜନତା ଦଳର ଛଳନାରୁ ଓଡ଼ିଶାବାସୀ ସତର୍କ ରୁହନ୍ତୁ ବୋଲି ସେ କହିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details