ଓଡିଶା

odisha

ETV Bharat / state

ଅର୍ଚ୍ଚନା ନାଗ ଏବଂ ଧର୍ମେନ୍ଦ୍ର ସାହୁ ମାମଲା: ଆଗାମୀ 7 ଧରି ପ୍ରତିବାଦ କରିବ ବିଜେପି - ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ

ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଏବଂ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ବିଜେଡି ସରକାର ଉପରେ ବର୍ଷିଲେ ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢ଼ନ୍ତୁ

bjp press meet on archna nag and dharmendra sahu case
ଅର୍ଚ୍ଚନା ନାଗ ଏବଂ ଧର୍ମେନ୍ଦ୍ର ସାହୁ ମାମଲା: ଆଗାମୀ 7 ଧରି ପ୍ରତିବାଦ କରିବ ବିଜେପି

By

Published : Oct 26, 2022, 10:39 PM IST

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଏବଂ ଧର୍ମେନ୍ଦ୍ର ସାହୁ ମାମଲାରେ ବିଜେଡି ସରକାର ଉପରେ ବର୍ଷିଲେ ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର । ଏହି ମାମଲାର ତଦନ୍ତ ନେଇ ଆଗାମୀ 7 ଦିନ ଧରି ସମସ୍ତ 58ଟି ସବଡିଭିଜନରେ ବିଜେପି ପ୍ରତିବାଦ କରିବ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ଲେଖାଶ୍ରୀ ।

ଅର୍ଚ୍ଚନା ନାଗ ଏବଂ ଧର୍ମେନ୍ଦ୍ର ସାହୁ ମାମଲା

ଏନେଇ ଲେଖାଶ୍ରୀ କହିଛନ୍ତି, "ସମୀର ଦାସଙ୍କ ଯୌନ କେଳେଙ୍କାରୀ କିମ୍ବା ଅର୍ଚ୍ଚନା ଘଟଣାରେ ବିଜୁ ଜନତା ଦଳର ନେତାମାନଙ୍କ ଯୌନ କେଳେଙ୍କାରୀ ମାଧ୍ୟମରେ ରାଜ୍ୟରେ ଅପରାଧ ଓ ଅପରାଧୀ ସୃଷ୍ଟି କରାଯାଇଛି । ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପୂର୍ବରୁ ଅଡ଼ିଓରେ ସମୀର ଦାସ, ବିନ୍ଦାସ ଚିନୁ ଓ ମୁନା ମହାପାତ୍ରଙ୍କ ନାଁ ନେଇଥିଲେ । ଯେଉଁଥିରେ ସ୍ପଷ୍ଟ ଭାବେ ଧର୍ମେନ୍ଦ୍ର କହିଥିଲେ ମୃଦୁ ପାନୀୟରେ ଡ୍ରଗ୍ସ ଦେଇ ତାଙ୍କ ସ୍ତ୍ରୀଙ୍କୁ ସମୀର ଦାସ ଯୌନ ଶୋଷଣ କରିଥିଲେ । ଆଉ ଏହାର ଭିଡିଓ ଦେଖାଇ ବ୍ଲାକମେଲ କରି ବିନ୍ଦାସ ଚିନୁ ଧର୍ମେନ୍ଦ୍ର ସାହୁଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ ଫୋନ ପେ ମାଧ୍ୟମରେ । ସେହିପରି ସମୀର ଦାସ ବି ଧର୍ମେନ୍ଦ୍ରଙ୍କ ଠାରୁ ଚେକ ମାଧ୍ୟମରେ ଲକ୍ଷାଧିକ ଟଙ୍କା ନେଇଛନ୍ତି । କିନ୍ତୁ ପୋଲିସ ସବୁ ପ୍ରମାଣ ଥିବା ସତ୍ତ୍ବେ କାହିଁକି ଏମାନଙ୍କୁ ତଦନ୍ତ ପରିସର ଭୁକ୍ତ କରୁ ନାହିଁ । ଏହା ସ୍ପଷ୍ଟ କରୁଛି ଓଡ଼ିଶା ପୋଲିସ ଏହି ଘଟଣାରେ ସମୀର ଦାସଙ୍କୁ ଘଣ୍ଟ ଘୋଡାଇ ସୁରକ୍ଷା ଦେଉଛି ।"

ସେ ଆହୁରି ମଧ୍ୟ କହିଛନ୍ତି, ଏମାନଙ୍କ ସବୁ ତଥ୍ୟ ପ୍ରମାଣ ନଷ୍ଟ କରି ଦିଆଯାଇଥିବା ସନ୍ଦେହ ହେଉଛି । ଅର୍ଚ୍ଚନା ନାଗ କେଉଁ ମାନଙ୍କ ବଳରେ ଏତେ ବଳିୟାନ ହେଲେ । କେମିତି ତାଙ୍କର ସତ୍ୟ ବିହାର ଘରେ ମନି ଲାଣ୍ଡରିଂ ହେଉଥିଲା । ଏପରିକି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ତାଙ୍କୁ ଏକ୍ସଟ କରି ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ନେଇଥିଲେ ଏବଂ ତାଙ୍କୁ 200 ଟିକେଟ ବି ଦିଆଯାଇଥିଲା । ମାତ୍ର ପୋଲିସ ଏ ପର୍ଯ୍ୟନ୍ତ ଏହି ଘଟଣା ନେଇ କୌଣସି ସ୍ପଷ୍ଟିକରଣ ରଖୁନାହିଁ । ବିଜେପି ବାରମ୍ବାର ଦାବି କରୁଥିଲେ ବି ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର କାହିଁକି ସୁପାରିଶ କରୁ ନାହାନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି । ଉଭୟ ଘଟଣାରେ ପୋଲିସର ଭୂମିକା ସନ୍ଦେହ ସୃଷ୍ଟି କରିଛି । ତେଣୁ ଆଗାମୀ 7 ଦିନ ଧରି ସମସ୍ତ 58 ଟି ସବ ଡିଭିଜନରେ ବିଜେପି ପ୍ରତିବାଦ କରିବ ବୋଲି ଲେଖାଶ୍ରୀ କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details