ଓଡିଶା

odisha

ETV Bharat / state

ବଜେଟ ଅଧିବେଶନରେ ବିଧାନସଭା ଘେରାଉ କରିବ ବିଜେପି: ସୁରଥ ବିଶ୍ବାଳ

ଓବିସି ସଂରକ୍ଷଣ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ଆସନ୍ତା ବଜେଟ ଅଧିବେଶନରେ ବିଜେପି ଓବିସି ମୋର୍ଚ୍ଚା ବିଧାନସଭା ଘେରାଉ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି । ଅଧିକ ପଢନ୍ତୁ

BJP OBC Morcha
BJP OBC Morcha

By

Published : Jan 19, 2023, 9:10 PM IST

ବଜେଟ ଅଧିବେଶନରେ ବିଧାନସଭା ଘେରାଉ କରିବ ବିଜେପି: ସୁରଥ ବିଶ୍ବାଳ

ଭୁବନେଶ୍ବର:ଓବିସି ସଂରକ୍ଷଣ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ବଜେଟ ଅଧିବେଶନରେ ବିଧାନସଭା ଘେରାଉ କରିବ ବୋଲି କହିଛି ବିଜେପି ଓବିସି ମୋର୍ଚ୍ଚା । ସାମ୍ବାଦିକ ସମିଳନୀରେ ଏ ନେଇ ଘୋଷଣା କରିଛନ୍ତି ବିଜେପି ମୁଖ୍ୟପାତ୍ର ମନୋଜ ମହାପାତ୍ର । ଓବିସି ସଂରକ୍ଷଣ ପ୍ରସଙ୍ଗରେ ଯଦି ରାଜ୍ୟ ସରକାର ତୁରନ୍ତ ଓବିସିଙ୍କର ଜନ ଗଣନା ନକରନ୍ତି ତେବେ ରାଜରାସ୍ତାକୁ ବିଜେପି ଓବିସି ମୋର୍ଚ୍ଚା ଓହ୍ଲାଇବ ବୋଲି ସେ କହିଛନ୍ତି ।

ଏ ନେଇ ସେ କହିଛନ୍ତି, "ଓବିସି ସଂରକ୍ଷଣ ପ୍ରସଙ୍ଗରେ ଯଦି ରାଜ୍ୟ ସରକାର ତୁରନ୍ତ ଓବିସିଙ୍କର ଜନ ଗଣନା ନକରନ୍ତି ତେବେ ରାଜରାସ୍ତାକୁ ଓହ୍ଲାଇବ ବିଜେପି ଓବିସି ମୋର୍ଚ୍ଚା । ଓବିସି ସର୍ଭେ କାହିଁକି ରାଜ୍ୟରେ ହେଉନାହିଁ । ଓବିସି କମିଶନଙ୍କ ପାଖରେ ୪ଥର ଅଭିଯୋଗ କରିଛି ବିଜେପି । କମିଶନ ନିଜର ଅକ୍ଷମତା ଜଣାଇଲେ । କାରଣ ସରକାର ତାଙ୍କୁ ସହଯୋଗ କରୁନାହାନ୍ତି । ଗତକାଲି ମୁଖ୍ୟ ଶାସନ ସଚିବଙ୍କୁ ଭେଟିଛି ବିଜେପି ଓବିସି ମୋର୍ଚ୍ଚା । ଯଦି ଓବିସି ସର୍ଭେ ନହେବ ତାହେଲେ ଯେଉଁ ୫୪ ପ୍ରତିଶତ ଲୋକ ଅଛନ୍ତି ତାଙ୍କୁ ଧରି ରାଜରାସ୍ତାକୁ ଓହ୍ଲାଇବ ବିଜେପି ଓବିସି ମୋର୍ଚ୍ଚା ।"

ଏହା ବି ପଢନ୍ତୁ- ଓଡ଼ିଶାରେ ପ୍ରବେଶ କରିବାକୁ BRSର ସଜବାଜ, ଅଧିକ ପ୍ରଭାବିତ ହେବ ବିଜେପି

ଶାସକ ଦଳର କିଛି ମୁଷ୍ଟିମେୟ ନେତା ଜାଣିଶୁଣି ଓବିସିଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି । "ସର୍ଭେ ନକରି ବଞ୍ଚିତ ରହିବେ କି ପଛୁଆ ବର୍ଗ ? ରାଜ୍ୟ ସରକାର କହୁଛନ୍ତି ଏହା କେନ୍ଦ୍ର କହିବ କେଉଁ ଜାତି କେତେ । ଯାହା ରାଜ୍ୟ ସରକାର ସ୍ଥିର କରିବା କଥା କେଉଁ ଜାତି ଓବିସି ଓ ଏସସିବିସିରେ ରହିବେ ।" ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏଭଳି ପ୍ରଶ୍ନବାଣ ମାରିଛନ୍ତି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ ।

ଓବିସି ସର୍ଭେ ଲାଗି ବିଜେପି ବାରମ୍ବାର ଦାବି କରି ଆସୁଛି । ମାତ୍ର ସରକାର ଏନେଇ କୌଣସି ଗୁରୁତ୍ବାରୋପ ଦେଉନଥିବା ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ଅଭିଯୋଗ କରିଛୁ । ପୂର୍ବରୁ ଯେଉଁ ସର୍ଭେ ହୋଇଥିଲା ସେହି ଅନୁସାରେ ଓବିସି ବର୍ଗ ସଂରକ୍ଷଣ ପାଉଥିଲେ । ମାତ୍ର ଏବେ ସର୍ଭେ ହୋଇନାହିଁ ବୋଲି ସେମାନଙ୍କୁ ସରକାର ସଂରକ୍ଷଣରୁ ବଞ୍ଚିତ ରଖିଛନ୍ତି । ଏବେ ସରକାର ପୁଣି ସର୍ଭେ ନକରି ଏହି ନିର୍ଦ୍ଦିଷ୍ଟ ବର୍ଗଙ୍କୁ ସାମ୍ବାଧାନିକ ଅଧିକାରରୁ ସରକାର ବଞ୍ଚିତ ରଖିବାକୁ ଚାହୁଁଛନ୍ତି ବୋଲି ମୋର୍ଚ୍ଚା ଅଭିଯୋଗ କରିଛି । ତୁରନ୍ତ ସର୍ଭେ କରାଯାଉ ନଚେଚ ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details