ଓଡିଶା

odisha

ETV Bharat / state

Ollywood Controversy: ନରସିଂହଙ୍କ ଓଡ଼ିଶା ବିଭାଜନ ମନ୍ତବ୍ୟ, ସମର୍ଥନ କଲେ ବିଜେପି ବିଧାୟକ

ନରସିଂହଙ୍କ ଓଡ଼ିଶା ବିଭାଜନ ମନ୍ତବ୍ୟକୁ ସମର୍ଥନ କଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । କହିଲେ କୋଶଳ ରାଜ୍ୟ ହେଲେ ଭଲ । ଅଧିକ ପଢନ୍ତୁ

କୋଶଳ ରାଜ୍ୟ ଦାବିକୁ ବିଜେପି ନେତାଙ୍କ ସମର୍ଥନ
କୋଶଳ ରାଜ୍ୟ ଦାବିକୁ ବିଜେପି ନେତାଙ୍କ ସମର୍ଥନ

By ETV Bharat Odisha Team

Published : Nov 2, 2023, 5:52 PM IST

ନରସିଂହଙ୍କ ଓଡ଼ିଶା ବିଭାଜନ ମନ୍ତବ୍ୟ

ଭୁବନେଶ୍ବର:ଓଲିଉଡ୍ କଳିକୁ ନେଇ ତେଜିବାରେ ଲାଗିଛି ରାଜନୀତି । ଏହି ବିବାଦ ଭିତରେ ଓଡିଶାକୁ ଦି' ଭାଗ କରିବା ସମ୍ପର୍କିତ ବରିଷ୍ଠ କଂଗ୍ରେସ ନେତା ନରସିିଂହ ମିଶ୍ରଙ୍କ ବୟାନ ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ନରସିଂହଙ୍କୁ ସମର୍ଥନ କରିଛନ୍ତି ବିଜେପି ବିଧାୟକ । ରାଜ୍ୟ ସରକାର ସବୁବେଳେ ପଶ୍ଚିମ ଓଡ଼ିଶାକୁ ଅବହେଳା କରିଆସିଛନ୍ତି । ରାଜ୍ୟ ଦୁଇ ଭାଗ ନହେଲେ ପଶ୍ଚିମ ଓଡ଼ିଶାର ବିକାଶ ସମ୍ଭବ ହେବନି ବୋଲି ସ୍ଥାନୀୟବାସୀ ଜାଣି ସାରିଲେଣି । ତେଣୁ କୋଶଳ ରାଜ୍ୟ ହେବା ଭଲ ବୋଲି କହିଛନ୍ତି ଦେବଗଡ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ।

କଂଗ୍ରେସ ନେତାଙ୍କ ମନ୍ତବ୍ୟକୁ ସମର୍ଥନ କରି ସୁବାସ କହିଛନ୍ତି ଯେ, ନରସିଂହ ମିଶ୍ର ଜଣେ ବରିଷ୍ଠ ନେତା । ସେ ଯାହା କହିଛନ୍ତି, ଠିକ୍ କହିଛନ୍ତି । ପଶ୍ଚିମ ଓଡ଼ିଶା ସବୁବେଳେ କୋଶଳ ରାଜ୍ୟ ପାଇଁ ଦାବି କରିଆସୁଛି । ପଶ୍ଚିମ ଓଡ଼ିଶାବାସୀ ଜାଣି ସାରିଲେଣି, ଯଦି ଦୁଇଟି ରାଜ୍ୟ ନ ହୁଏ ତେବେ ବିକାଶ ହୋଇପାରିବ ନାହିଁ । ପୁଣିଥରେ ପଶ୍ଚିମ ଓଡ଼ିଶାରେ କୋଶଳ ରାଜ୍ୟ ପାଇଁ ମୁଣ୍ଡ ଟେକିଲାଣି । ମୋ ମତରେ କୋଶଳ ରାଜ୍ୟ ହେଲେ ଭଲ । କିନ୍ତୁ ଓଡ଼ିଶା ଗୋଟିଏ ରାଜ୍ୟ ହୋଇଚାଲିଛି, ଚାଲିବା ଦରକାର । ହେଲେ ପାତରଅନ୍ତର ହେବା ଉଚିତ୍ ନୁହେଁ । ପଶ୍ଚିମ ଓଡ଼ିଶାର ବିକାଶ ଲାଗି ସରକାରଙ୍କ କୌଣସି ଠୋସ କାର୍ଯ୍ୟକ୍ରମ ହୋଇନାହିଁ । ତେଣୁ ଲୋକ ଭାବୁଛନ୍ତି, ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାର ଅବହେଳା କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ: Manoj Mishra Ban Controversy: ନରସିଂହଙ୍କ ରାଜ୍ୟ ବିଭାଜନ ମନ୍ତବ୍ୟକୁ ନିନ୍ଦା କଲେ ମନମୋହନ


ସେପଟେ ଓଲିଉଡରେ ବ୍ୟାନ ବିବାଦରେ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଏଣ୍ଟ୍ରି ପରେ ଏନେଇ ମୁହଁ ଖୋଲୁଛନ୍ତି ଜଣେ ପରେ ଜଣେ କଳାକାର । ଏହି କ୍ରମରେ ପ୍ରତିକ୍ରିୟା ରଖି କଳାକାରଙ୍କ ବିବାଦରେ ରାଜନୀତି ନହେବା ଉଚିତ୍ କହିଛନ୍ତି ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ତଥା ଅଭିନେତା କୁନା ତ୍ରିପାଠୀ । ଓଲିଉଡର କଳାକାରମାନେ କହିଛନ୍ତି ଏହାକୁ ନେଇ ରାଜନୀତି କରାନଯାଉ ।

ସୂଚନାଯୋଗ୍ଯ ଯେ, ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ଫିଲ୍ମ ପ୍ରଯୋଜକ ସଂଘ ଦୁଇ ବର୍ଷ ବାସନ୍ଦ କରିବା ପରେ ଏହି ବିବାଦରେ ରାଜନେତାଙ୍କ ଏଣ୍ଟ୍ରି ହୋଇଛି । ମନୋଜଙ୍କ ସପକ୍ଷରେ ବାହାରିଥିଲେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ପଶ୍ଚିମ ଓଡ଼ିଶାର ଜଣେ କଳାକାରଙ୍କୁ ଏଭଳି ପାତରଅନ୍ତର ନୀତି ଅବଲମ୍ବନ କରି ହେୟ ଜ୍ଞାନ କରିବା ମହାଙ୍ଗା ପଡ଼ିବ । ତୁରନ୍ତ ମନୋଜଙ୍କ ଉପରୁ ବାସନ୍ଦ ନ ହଟିଲେ ଓଡ଼ିଶା ଦୁଇ ଭାଗ ହୋଇଯିବ ବୋଲି ଚେତାବନୀ ଦେଇଥିଲେ ନରସିଂହ ।

ନିକଟରେ ମନୋଜ ମିଶ୍ରଙ୍କ ମାଇଣ୍ଡ ଗେମ ସିନେମା ରିଲିଜ ହୋଇଥିଲା । ସେହିପରି ଦଶହରାରେ ଅରିନ୍ଦମଙ୍କ ରାମ ସିନେମା ମଧ୍ୟ ରିଲିଜ ହୋଇଥିଲା । ହେଲେ ମନୋଜ ମିଶ୍ର ସମ୍ବଲପୁରରେ ରାମ ଫିଲ୍ମକୁ ରିଲିଜ କରାଇ ଦେଉନଥିବା ଅଭିଯୋଗ କରି ପ୍ରଡ୍ୟୁସର ଆସୋସିଏସନର ଦ୍ୱାରସ୍ଥ ହୋଇଥିଲେ ଅଭିନେତା ଅରିନ୍ଦମ । ତା'ପରେ ଆରମ୍ଭ ହୋଇଥିଲା ଖଣ୍ଡ ଯୁଦ୍ଧ । ଯାହା ଏ ପର୍ଯ୍ୟନ୍ତ ତୁଟି ନାହିଁ । ସେପଟେ ରାଜ୍ୟକୁ ଭାଗ ଭାଗ କରିବା ନେଇ ଚାଲିଛି ଆରୋପ ପ୍ରତ୍ୟାରୋପ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details