ଓଡିଶା

odisha

By

Published : Apr 18, 2023, 4:53 PM IST

ETV Bharat / state

PM Awas Yojana: 'ଜଣେ ବି ଅଯୋଗ୍ୟ ହିତାଧିକାରୀ ଘର ପାଇଲେ ପରିସ୍ଥିତି ଭୟାବହ ହେବ'

ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ମନୋନୟନକୁ ନେଇ ପ୍ରତିକ୍ରିୟା ରଖିଲା ବିଜେପି । ଜଣେ ବି ଅଯୋଗ୍ୟ ହିତାଧିକାରୀ ଘର ପାଇଲେ ପରିସ୍ଥିତି ଭୟାବହ ହେବ ବୋଲି ଦଳ ଚେତାବନୀ ଦେଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

PM Awas Yojana

ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ମନୋନୟନକୁ ନେଇ ପୁଣି ଆସିଲା ଅଭିଯୋଗ । ଆବାସ ତାଲିକାରେ ୫୦ ହଜାର ୭୨୩ ଅଯୋଗ୍ୟ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ । ରାଜ୍ୟରେ ଯେପରି ସମସ୍ତ ଯୋଗ୍ୟ ହିତାଧିକାରୀ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇଦେବେ ଓ ଜଣେ ହେଲେ ଅଯୋଗ୍ୟ ଘର ନପାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନ ନେଲେ ଅବସ୍ଥା ଭୟାବହ ହେବ ବୋଲି ଦଳ ପକ୍ଷରୁ ସେ ଚେତାବନୀ ଦେଇଛନ୍ତି ।

ଏନେଇ ପୃଥ୍ବୀରାଜ କହିଛନ୍ତି, "ସରକାର ଦୁଇ ଦୁଇ ଥର ଲୋକଙ୍କଠାରୁ ଅଭିଯୋଗ ମାଗିଲେ । ଗୋଟିଏ ଥର ୨୦୨୦ ମସିହା ଫେବୃଆରୀ ମାସରେ ଏବଂ ଆଉ ଥରେ ଚଳିତ ବର୍ଷ ଜାନୁଆରୀ ମାସରେ । ଅଭିଯୋଗଗୁଡ଼ିକ ଯେତେବେଳେ ଆସିଲା, ସରକାରଙ୍କର ଦାୟିତ୍ବ ଥିଲା ଅଭିଯୋଗଗୁଡିକୁ ତଦାରଖ କରିବା ସହ ସ୍କୃଟିନି କରି ଅଯୋଗ୍ୟ ହିତାଧିକାରୀମାନଙ୍କ ନାଁ ତାଲିକାରୁ କାଟିବା । କିନ୍ତୁ ସରକାରଙ୍କ ତୃତୀୟ ମହଲାଠାରୁ ଆରମ୍ଭ କରି ତଳ ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ରହିଲା ଯେ ଯଦି ଅଭିଯୋଗରେ ନାଁଗୁଡ଼ିକ କଟି ଯାଉଛି ତେବେ ସେଥିରେ ତାଙ୍କର ରାଜନୈତିକ କ୍ଷତି ହେବ । ଅଯୋଗ୍ୟଙ୍କ ନାଁ ଯୋଡିବା ପାଇଁ ଯେଉଁ ଚାନ୍ଦା ଆଦାୟ କରିଛନ୍ତି, ତାହା ଫେରାଇବା କଷ୍ଟ ହେବ । ଏକଥା ନେଇ ତୃତୀୟ ମହଲା, ସଚିବଙ୍କଠୁ ଆରମ୍ଭ କରି ବ୍ଲକ ଅଧିକାରୀଙ୍କ ମାନସିକତା ରହିଲା । ତେଣୁ ଜାଣିଶୁଣି ତାଲିକାକୁ ଯାହା ଥିଲା ସେୟା ରଖାଗଲା ।"

ଏହା ବି ପଢନ୍ତୁ- ଭୁବନେଶ୍ବରରେ ପ୍ରତିଷ୍ଠା ହେବ ୩ ନୂଆ ଅଗ୍ନିଶମ ସେବା କେନ୍ଦ୍ର, ନିୟୋଜିତ ହେବେ ୪୫ କର୍ମଚାରୀ

ସେ ଆହୁରି କହିଛନ୍ତି, "ତାଲିକାରୁ ଅଯୋଗ୍ୟ ହିତାଧିକାରୀଙ୍କ ନାଁ କଟାଗଲା ନାହିଁ । ଯାହା ଫଳରେ ଓ଼ିଶାର ବାସ୍ତବ ତଥା ଗରିବ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହେଲେ । ଏହାକୁ ନେଇ ବିଜେପି ବାରମ୍ବାର କହିବା ପରେ ବି ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ଏହାବାଦ ଫନି କ୍ଷତିଗ୍ରସ୍ତଙ୍କୁ ଅଗ୍ରାଧିକାର ଭିତ୍ତିରେ ଘର ଦେବା ପାଇଁ ଯୋଜନା ହୋଇଥିଲା ଏବଂ କେନ୍ଦ୍ର ସରକାର ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜ୍ୟ ସରକାର ସେମାନଙ୍କ ନାଁକୁ ଏବେ ଯାଏଁ ତାଲିକାରେ ସାମିଲ କରିନାହାନ୍ତି । ତେଣୁ ତହସିଲ ପାଖରେ ଥିବା ଫନିରେ ଘର ଭାଙ୍ଗିଥିବା ଲୋକଙ୍କ ତାଲିକା ଏବଂ ପଞ୍ଚାୟତରାଜ ବିଭାଗ ପାଖରେ ଥିବା ତାଲିକା ମେଳ ଖାଉନାହିଁ । ଏହି ସବୁ କାରଣ ଯୋଗୁଁ ରାଜ୍ୟରେ ସଂଖ୍ୟାଧିକ ଲୋକ ଘର ପାଇବାରୁ ବଞ୍ଚିତ ହେଉଛନ୍ତି ।"

ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନାରୁ ଯେପରି ଜଣେ ବି ଯୋଗ୍ୟ ହିତାଧିକାରୀ ବାଦ ନ ପଡନ୍ତୁ ଓ ଜଣେ ବି ଅଯୋଗ୍ୟ ହିତାଧିକାରୀ ଘର ନ ପାଆନ୍ତୁ ତା' ଉପରେ ସରକାର ଦୃଷ୍ଟି ଦିଅନ୍ତୁ । ନଚେତ ପରିସ୍ଥିତି ଭୟାବହ ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ସୂଚନା ଥାଉ କି ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତାକୁ ନେଇ ରାଜନୀତି ଚାଲିଛି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଉଁମାନେ ଯୋଗ୍ୟ ଏବଂ ଅଯୋଗ୍ୟ ଏହାକୁ ନେଇ ସରକାର ଜାଣିବା ପାଇଁ ୨୦୨୨ରେ ପ୍ରକ୍ରିୟା ଆରମ୍ଭ କରିଥିଲେ। ଯାହା ଦ୍ବାରା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଅଭିଯୋଗ ସଂଗ୍ରହ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details