ଓଡିଶା

odisha

ETV Bharat / state

ଆବାସ ଦୁର୍ନୀତି ନାଁରେ ବିଜେପି ଲୋକଙ୍କୁ ଠକୁଛି: କଂଗ୍ରେସ

ତାରା କହିଛନ୍ତି ଯେ, କେନ୍ଦ୍ରରେ ବିଜେପି ସରକାର ଆସିବା ପରେ କେତେ ଘର ରାଜ୍ୟକୁ ଦେଇଛି, ସେ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା କରିବା କଥା । ସେହିପରି ବିଜୁ ଜନତା ଦଳ ଗତ 25 ବର୍ଷରେ କେତେ ଘର ନିଜେ ଯୋଗାଇଛନ୍ତି ସେ କଥା ଦେଖିବା କଥା । ବାସ୍ତବତାକୁ ଦେଖିଲେ ଗରିବ ଲୋକଙ୍କୁ ଘର ଯୋଗାଇବାକୁ ରାଜୀବ ଗାନ୍ଧୀ ଇନ୍ଦିରା ଆବାସ ଯୋଜନା ଆରମ୍ଭ କରିଥିଲେ । ସେତେବେଳେ ଯୋଜନାରେ 20 ହଜାର ଟଙ୍କା ଅନୁଦାନ ଦିଆଯାଉଥିଲା । ଅଧିକ ପଢନ୍ତୁ

By

Published : Jun 24, 2023, 10:40 PM IST

ଆବାସ ଦୁର୍ନୀତି ନାଁରେ ବିଜେପି ଲୋକଙ୍କୁ ଠକୁଛି : କଂଗ୍ରେସ
ଆବାସ ଦୁର୍ନୀତି ନାଁରେ ବିଜେପି ଲୋକଙ୍କୁ ଠକୁଛି : କଂଗ୍ରେସ

ଆବାସ ଦୁର୍ନୀତି ନାଁରେ ବିଜେପି ଲୋକଙ୍କୁ ଠକୁଛି : କଂଗ୍ରେସ

ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଚାଲିଥିବା ଆବାସ କଳିରେ ଧସେଇ ପଶିଛି କଂଗ୍ରେସ । ରାଜ୍ୟରେ ଆବାସ ଦୁର୍ନୀତି ହୋଇଛି ଓ ଆବାସ ଦୁର୍ନୀତି ନାଁରେ ବିଜେପି ଲୋକଙ୍କୁ ଠକୁଛି । ଏହା କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । ଏହା ସହିତ ଗତ 9 ବର୍ଷରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କେତେ ଲେଖାଏଁ ଘର ଯୋଗାଇ ଦେଇଛନ୍ତି ତାହା ଜଣାନ୍ତୁ ବୋଲି ସେ ଦାବି କରିଛନ୍ତି ।

ତାରା କହିଛନ୍ତି ଯେ, କେନ୍ଦ୍ରରେ ବିଜେପି ସରକାର ଆସିବା ପରେ କେତେ ଘର ରାଜ୍ୟକୁ ଦେଇଛି, ସେ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା କରିବା କଥା । ସେହିପରି ବିଜୁ ଜନତା ଦଳ ଗତ 25 ବର୍ଷରେ କେତେ ଘର ନିଜେ ଯୋଗାଇଛନ୍ତି ସେ କଥା ଦେଖିବା କଥା । ବାସ୍ତବତାକୁ ଦେଖିଲେ ଗରିବ ଲୋକଙ୍କୁ ଘର ଯୋଗାଇବାକୁ ରାଜୀବ ଗାନ୍ଧୀ ଇନ୍ଦିରା ଆବାସ ଯୋଜନା ଆରମ୍ଭ କରିଥିଲେ । ସେତେବେଳେ ଯୋଜନାରେ 20 ହଜାର ଟଙ୍କା ଅନୁଦାନ ଦିଆଯାଉଥିଲା । ବର୍ତ୍ତମାନର କେନ୍ଦ୍ର ସରକାର ଇନ୍ଦିରା ଆବାସ ଯୋଜନାର ନାଁ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ଆବାସ କରିଛନ୍ତି । କିନ୍ତୁ କେନ୍ଦ୍ର ଆବଶ୍ୟକ ସଂଖ୍ୟାରେ ଘର ଦେଉନାହିଁ । ବିଜେଡି ମୋ ଘର ଓ ବିଜୁ କୁଟୀର ନାଁରେ ଡ୍ରାମା କରୁଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରକୃତ ଗରିବ ହିତାଧିକାରୀଙ୍କର ବାରମ୍ବାର ଲିଷ୍ଟ ତିଆରି ହେଉଛ । ପୁଣି ଲିଷ୍ଟ ବଦଳୁଛି । କାହିଁକି ସରକାର ସେମାନଙ୍କୁ ଘର ଦେଉନାହାଁନ୍ତି । ବିଜେପି ଓ ବିଜେଡି ଗରିବ ଲୋକଙ୍କ ହକ ମାରୁଛନ୍ତି । ଯଦି କିଏ ଦୁର୍ନୀତି କରିଛି ତାଙ୍କୁ ଗିରଫ କର । ସାଧାରଣ ଲୋକ କାହିଁକି ହଇରାଣ ହରକତ ହେବେ । ଦୁର୍ନୀତି କରିଥିବା ଲୋକଙ୍କୁ ଗିରଫ କରିବେ ବୋଲି କେନ୍ଦ୍ରମନ୍ତ୍ରୀ 3 ବର୍ଷ ହେଲା କହୁଛନ୍ତି । ତଦନ୍ତ ହେବ ବୋଲି କହି ବିଜେପି ଡ୍ରାମା କରୁଛି । 3 ବର୍ଷ ରଖି ଏବେ କେନ୍ଦ୍ର ଘର କିଛି ଦେଇଛି । ରାଜ୍ୟ ସରକାର 5 ବର୍ଷ ହେଲା ଗୋଟେ ଘର ଦେଇନାହାନ୍ତି । 5 ବର୍ଷ ପୂର୍ବରୁ ପ୍ରତି ବ୍ଲକକୁ ଦୁଇ କି ତିନିଟି ଘର ଦେଇଥିଲେ । ଆବାସ ଯୋଜନାରେ ଦୁର୍ନୀତି ହୋଇଛି । ଦଳୀୟ ଲୋକଙ୍କୁ ଘର ବଣ୍ଟା ଯାଇଛି । ଦୁର୍ନୀତି ହୋଇଛି ଓ ଦୁର୍ନୀତି ନାଁରେ ବିଜେପି ଲୋକଙ୍କୁ ଠକୁଛି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details