ଭୁବନେଶ୍ବର:ଆଜି ହେଉଛି ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ଶ୍ରାଦ୍ଧ ଦିବସ । ଏହି ପରିପ୍ରେକ୍ଷୀରେ ବିଜେପି ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାଣ୍ଡର ତଦନ୍ତ କମିଶନର ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରିଛି । ସରକାର କାହିଁକି ଏହି ରିପୋର୍ଟକୁ ଆଜି ପର୍ଯ୍ୟନ୍ତ ସାର୍ବଜନୀନ କରୁନାହିଁନ୍ତି ବୋଲି ପ୍ରଶ୍ନ କରିଛି ବିଜେପି ।
ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, "ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡକୁ ନେଇ ବସିଥିବା ତଦନ୍ତ କମିଶନର ରିପୋର୍ଟକୁ ରାଜ୍ୟ ସରକାର କାହିଁକି ସାର୍ବଜନୀନ କରୁ ନାହାନ୍ତି । କାହିଁକି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରାଯାଉ ନାହିଁ । କେଉଁଠି ଅସୁବିଧା ରହୁଛି ସରକାରଙ୍କର । ତୁରନ୍ତ ସେହି ରିପୋର୍ଟକୁ ସାର୍ବଜନୀନ କରନ୍ତୁ । ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାନଯିବା ପଛରେ ସରାକରଙ୍କ କ’ଣ ଏଜେଣ୍ଡା ରହିଛି । ପୂର୍ବରୁ କହିଛୁ ଏବେ ବି କହୁଛୁ ଘଟଣା ପଛରେ ଓଡ଼ିଶା ସରକାରଙ୍କର ହିଁ ହାତ ରହିଛି । ସେଦିନ ସ୍ୱାମୀଜିଙ୍କୁ ଯେମିତି ସୁରକ୍ଷା ଦିଆଯିବା କଥା ରାଜ୍ୟ ସରକାର ଯୋଗାଇ ନଥିଲେ । ଯାହା ଫଳରେ ଏମିତି ଅଭାବନୀୟ ଘଟଣା ଘଟିଥିଲା । ସେବେ ରାଜ୍ଯ ସରକାର ସୁରକ୍ଷା ଯୋଗାଇ ନଥିଲେ ଏବେ ରିପୋର୍ଟ ସାର୍ବଜନୀନ କରୁ ନାହିଁନ୍ତି ।"
ଅଧିକ ପଢନ୍ତୁ..ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ