ଓଡିଶା

odisha

By

Published : Apr 26, 2023, 11:02 PM IST

ETV Bharat / state

ରାଜ୍ୟ ସମବାୟ ବ୍ୟାଙ୍କର ସଭାପତିଙ୍କ ବୈଧତା ଉପରେ ପ୍ରଶ୍ନ, ରାଜ୍ୟ ସମବାୟ ନିବନ୍ଧକଙ୍କୁ ଭେଟିଲା ବିଜେପି

ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ନିର୍ବାଚିତ ହୋଇଥିବା ଟି ପ୍ରସାଦ ରାଓ ଦୋରାଙ୍କ ବୈଧତା ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଏନେଇ ବିଜେପି ସମବାୟ ପ୍ରକୋଷ୍ଠର ରାଜ୍ୟ ସଂଯୋଜକଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ସମବାୟ ନିବନ୍ଧକଙ୍କୁ ଭେଟିଛନ୍ତି । ଅଧିକ ପଢ଼ନ୍ତୁ

ରାଜ୍ୟ ସମବାୟ ନିବନ୍ଧକଙ୍କୁ ଭେଟିଲା ବିଜେପି
ରାଜ୍ୟ ସମବାୟ ନିବନ୍ଧକଙ୍କୁ ଭେଟିଲା ବିଜେପି

ରାଜ୍ୟ ସମବାୟ ନିବନ୍ଧକଙ୍କୁ ଭେଟିଲା ବିଜେପି

ଭୁବନେଶ୍ବର: ରାଜ୍ୟ ସମବାୟ ବ୍ୟାଙ୍କର ନିର୍ବାଚିତ ସଭାପତିଙ୍କ ବୈଧତା ଉପରେ ପ୍ରଶ୍ନ ଉଠାଇ ରେଜିଷ୍ଟ୍ରାରଙ୍କୁ ଭେଟିଛି ବିଜେପି । ଦଳର ଅଭିଯୋଗ ହେଉଛି, ଯେଉଁ ଟାଉନ ଡେଭଲପମେଣ୍ଟ ସୋସାଇଟିରୁ ପ୍ରାଥମିକ ସଦସ୍ୟ ଭାବରେ ଟି ପ୍ରସାଦ ରାଓ ନିର୍ବାଚିତ ହୋଇ ଆସିଛନ୍ତି, ତାହା ଏକ ଡିଫଲ୍ଟ ସୋସାଇଟି । ଟି ପ୍ରସାଦ ରାଓ ଦୋରାଙ୍କୁ ଅଯୋଗ୍ୟ ଘୋଷଣା ସହ ହଟାଇବା ପାଇଁ ଦାବି କରିଛି ଭାରତୀୟ ଜନତା ପାର୍ଟି ସମବାୟ ପ୍ରକୋଷ୍ଠ । ଏନେଇ ରେଜିଷ୍ଟ୍ରାର ଅଫ୍ କୋ ଅପରେଟିଭ୍ ଓଡ଼ିଶା ମୁଖ୍ୟଙ୍କୁ ଭେଟିଛନ୍ତି ବିଜେପି ସମବାୟ ପ୍ରକୋଷ୍ଠର କର୍ମକର୍ତ୍ତାମାନେ ।

ଏନେଇ ବିଜେପି ସମବାୟ ପ୍ରକୋଷ୍ଠର ରାଜ୍ୟ ସମ୍ପାଦକ ପବିତ୍ର ମୋହନ ଦାସ କହିଛନ୍ତି, "ସଭାପତି ଯେଉଁ ସୋସାଇଟିରୁ ଆସିଛନ୍ତି ସେ ସୋସାଇଟି ଏକ ଡିଫଲ୍ଟ ସୋସାଇଟି । ଭୁବନେଶ୍ଵର ଟାଉନ୍‌ ଡେଭଲପମେଣ୍ଟ ହାଉସିଂରୁ ବୋର୍ଡ ଅଫ୍‌ ଡିରେକ୍ଟର ଜିତି ଆସିଛନ୍ତି । ଟାଉନ୍ ଡେଭଲପମେଣ୍ଟ ସୋସାଇଟି ଏକ ଡିଫଲ୍ଟ ସୋସାଇଟୀ । ଏକ କୋଟି ଟଙ୍କା ଋଣ ନେଇ ୬ କୋଟି ଟଙ୍କାର ଋଣ ହୋଇଛି । ଏଥିରେ ସବୁ ଅଧିକାର ମାନେ ଅବଗତ ଥିଲେ ମଧ୍ୟ ତାଙ୍କର ନାମାଙ୍କନ ନାକଚ ହେବା କଥା । କିନ୍ତୁ ସେ ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ ହୋଇ ଆସିଛନ୍ତି । ଏହା ସମବାୟ ଆଇନ ୨୮/୩ର ଧାରାକୁ ବିରୋଧାଚରଣ କରିଛି । ତେଣୁ ଏହି ବିଷୟରେ ସମବାୟ ନିବନ୍ଧକଙ୍କୁ ଦାବିପତ୍ର ଦିଆଯାଇଛି । ସେ ପ୍ରତିଶ୍ରୁତି ଦେଇଛନ୍ତି, ଏହାର ତଦନ୍ତ କରାଯିବ ।"

ବିଜେପିର ଅଭିଯୋଗ ହେଉଛି, ଟି ପ୍ରସାଦ ରାଓ ଦୋରା ପରିଚାଳନା କମିଟିର ଜଣେ ସଦସ୍ୟ ଏବଂ ଓଡିଶା ଷ୍ଟେଟ୍ କୋ ଅପରେଟିଭ୍ ବ୍ୟାଙ୍କ୍ ଲିମିଟେଡ୍, ଭୁବନେଶ୍ବର କମିଟିର ପ୍ରତିନିଧି ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । ଭୁବନେଶ୍ବର ଉକ୍ତ ସମାଜ ଓଡ଼ିଶା ଷ୍ଟେଟ କୋ ଅପରେଟିଭ ହାଉସିଂ କର୍ପୋରେସନ ଲିମିଟେଡ ଭୁବନେଶ୍ବର ଏବଂ ଓଏସସିବି ଲିମିଟେଡ ସହିତ ଜଡିତ ଅଛି । ପ୍ରସାଦ ରାଓ କୋଟି କୋଟି ଟଙ୍କା ଋଣ କରିଛନ୍ତି । ଯାହା ଉପରେ ବିପୁଳ ପରିମାଣର ସୁଧ ଜମା ହୋଇଛି । ସେହି ଅନୁଯାୟୀ ଏହିପରି ଦେୟ ପ୍ରଦାନ ପାଇଁ ଡିଫଲ୍ଟ ଟାଉନ୍ ବିକାଶ ଭୁବନେଶ୍ବରକୁ ବାରମ୍ବାର ବିଜ୍ଞପ୍ତି ଜାରି କରାଯାଇଛି । ଯଦିଓ ୮ ମାସର ଅବଧି ବିତିଯାଇଛି, ତଥାପି ସେମାନେ ଋଣ ପରିମାଣ ପରିଶୋଧ କରି ନାହାନ୍ତି । ସେଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଆଜି ଏ ସମ୍ପର୍କରେ ବିଜେପି ସମବାୟ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ପ୍ରବିତ୍ର ମୋହନ ଦାସଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ସମବାୟ ନିବନ୍ଧକଙ୍କୁ ଭେଟି ଦୋରାଙ୍କ ଦ୍ବାରା ପଦବୀର ଅପବ୍ୟବହାର ଏବଂ ପଦବୀରେ ରହିବା ଉପରେ ରୋକ ଲଗାଇବା ସହ ବରଖାସ୍ତ ପାଇଁ ଦାବି କରିଛନ୍ତି । ଏଥିସହ ଏହି ଦାବିପତ୍ରକୁ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ସମବାୟ ବିଭାଗର ପ୍ରମୁଖ ସଚିବଙ୍କୁ ଭେଟି ପ୍ରଦାନ କରାଯାଇଛି । ଏହି ସମ୍ପର୍କରେ ରାଜ୍ୟ ସମବାୟ ନିବନ୍ଧକ ବିଧି ଅଧିକାରୀଙ୍କୁ ଡାକି ପୁଙ୍ଖାନୁପୁଙ୍ଖ ଆଲୋଚନା କରି ବିହିତ ପଦକ୍ଷେପ ନେବେ ବୋଲି ଭାରତୀୟ ଜନତା ପାର୍ଟି ପ୍ରତିନିଧି ମଣ୍ଡଳୀଙ୍କୁ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details