ଓଡିଶା

odisha

ETV Bharat / state

ସ୍ବାସ୍ଥ୍ୟ ବିଭାଗର ଅପାରଗତା ଲୁଚାଇବା ପାଇଁ ମିଥ୍ୟା ବିଜ୍ଞାପନର ସାହାରା ନେଉଛନ୍ତି ରାଜ୍ୟ ସରକାର: ବିଜେପି

ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି। ଓଡ଼ିଶାର ସ୍ୱାସ୍ଥ୍ୟ ବିଭାଗ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରିଛି ବିଜେପି। ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Sep 12, 2023, 10:32 PM IST

ବିଜେପି ମୁଖପାତ୍ର ସୋନାଲି ସାହୁ
ବିଜେପି ମୁଖପାତ୍ର ସୋନାଲି ସାହୁ

ବିଜେପି ମୁଖପାତ୍ର ସୋନାଲି ସାହୁ

ଭୁବନେଶ୍ବର: ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଓଡ଼ିଶାର ସ୍ୱାସ୍ଥ୍ୟ ବିଭାଗ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରିଛି ବିଜେପି । ରାଜ୍ୟ ସରକାର ମିଥ୍ଯା ବିଜ୍ଞାପନ ଦେଇ ଲୋକମାନଙ୍କୁ ଭୂଆଁ ବୁଲାଉଛନ୍ତି। ତେବେ ଏପରି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଟାର୍ଗଟେ କରିଛନ୍ତି ବିଜେପି ମୁଖପାତ୍ର ସୋନାଲି ସାହୁ ।


ତେବେ ସୋନାଲି କହିଛନ୍ତି "ଓଡ଼ିଶାରେ ସ୍ବାସ୍ଥ୍ୟ ବିଭାଗର ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । ସ୍ବାସ୍ଥ୍ୟ ବିଭାଗର ବିଫଳତା ଏବଂ ଅପାରଗତାକୁ ଲୁଚାଇବା ପାଇଁ ରାଜ୍ୟ ସରକାର ମିଥ୍ୟା ବିଜ୍ଞାପନର ସାହାରା ନେଉଛନ୍ତି । ଏହାସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଏକ ପ୍ରହେଳିକା ପାଲଟି ଯାଇଛି । ଲୋକେ ଏଥିରୁ କିଛି ଫାଇଦା ପାଉ ନାହାନ୍ତି । ଅନେକ ଡାକ୍ତରଖାନାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ କାମ କରୁନାହିଁ । ତାହେଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାହା ପାଇଁ ବୋଲି ପ୍ରଶ୍ନ କରିଛନ୍ତି । ଯଦି ଲୋକମାନେ ଫାଇଦା ପାଉ ନାହାନ୍ତି ତେବେ କାହିଁକି ବିଜ୍ଞାପନ ମାଧ୍ୟମରେ ପ୍ରଚାର କରୁଛନ୍ତି ରାଜ୍ୟ ସରକାର । ରାଜ୍ୟ ବାହାର ମେଡ଼ିକାଲରେ ମଧ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ କାମ କରୁନାହିଁ । ଅନ୍ୟପଟେ କେନ୍ଦ୍ର ସରକାର ଏବଂ ବିଜେପିର ବାରମ୍ବାର ଦାବି ସତ୍ତ୍ୱେ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ କରୁନାହାନ୍ତି ରାଜ୍ୟ ସରକାର । ଯଦି ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ହୁଅନ୍ତା, ତେବେ ଓଡ଼ିଶାର ଲୋକ ବାହାର ରାଜ୍ୟରେ ମଧ୍ୟ ମାଗଣାରେ ସ୍ବାସ୍ଥ୍ୟ ସେବା ପାଇ ପାରନ୍ତେ । ଆୟୁଷ୍ମାନ ଲାଗୁ ନହେବା ଯୋଗୁଁ ଓଡ଼ଶା ମାସକୁ ୫୦ କୋଟି ହିସାବରେ ବର୍ଷକୁ ୬୦୦ କୋଟି ହରାଉଛି । ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡି ସରକାର ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ କରୁନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ....ରକ୍ଷା ବନ୍ଧନରେ ମହିଳାଙ୍କ ଲାଗି ଫତୁଆ ଜାରି କରିବା ମୁଖ୍ୟମନ୍ତ୍ରୀଙ୍କ ରୁଗ୍‌ଣ ମାନସିକତା: ବିଜେପି


ତେବେ ସୋନାଲି ଆହୁରି ମଧ୍ୟ କହିଛନ୍ତି "ଗତ ୨୦୧୮ ମସିହା ଅଗଷ୍ଟ ମାସରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରି ପରେ ପରବର୍ତ୍ତି ସମୟରେ ବିଜୁ ସ୍ମାର୍ଟ କାର୍ଡ ବାଣ୍ଟିଥିଲେ । ଏଥିରେ ରାଜ୍ୟର ୭୦ଲକ୍ଷ ପରିବାର ଅର୍ଥାତ୍ ୩କୋଟି ୫୦ଲକ୍ଷ ଲୋକ ଉପକୃତ ହେବେ ବୋଲି ସରକାର ଯୁକ୍ତି ବାଢିଥିଲେ । କିନ୍ତୁ ଯୋଜନାର ୫ବର୍ଷ ପରେ ସରକାରଙ୍କ ତରଫରୁ କୁହାଗଲା ଯେ, ଏପର୍ଯ୍ୟନ୍ତ ୬୦ଲକ୍ଷ ପରିବାର ଏ ଯୋଜନାରେ ଉପକୃତ ହେଉଛନ୍ତି ଓ ରାଜ୍ୟ ସରକାର ମାସକୁ ୨୦୦କୋଟି ଟଙ୍କା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଖର୍ଚ୍ଚ କରୁଛନ୍ତି ବୋଲି ଯାହା ପ୍ରଚାର କରୁଛନ୍ତି ତାହା ମିଛ । ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ୨୮ଲକ୍ଷ ଓଡିଶାବାସୀ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଉପକୃତ ହେଉଥିଲେ ଏବଂ ସରକାରୀ ଡାକ୍ତରଖାନାରେ ସମସ୍ତଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି । ତେଣୁ ସରକାର ମାସକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁ ୨୦୦କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଯୁକ୍ତି ବାଢୁଛନ୍ତି ତାହାର ଏକ ଶ୍ୱେତପତ୍ର ଜାରୀ କରନ୍ତୁ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details