ଗଣତନ୍ତ୍ରର କଣ୍ଠରୋଧ ପାଇଁ ବିଜେଡି ସରକାରର ଅପଚେଷ୍ଟା: ବିଜେପି ଭୁବନେଶ୍ବର: ଦୈନିକ ଖବରକାଗଜ 'ସମ୍ବାଦ' ଉପରେ ଇଓଡବ୍ଲ୍ୟୁର ରେଡ ସହ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ମାମଲା ରୁଜୁ ଘଟଣା । ଗଣତନ୍ତ୍ରର କଣ୍ଠରୋଧ ପାଇଁ ବିଜେଡି ସରକାରର ଅପଚେଷ୍ଟା ବୋଲି କହିଲା ବିଜେପି । ଯେବେ ଯାଏଁ ବିଜେଡ଼ିର ସ୍ବାର୍ଥ ସାଧନ କରୁଥିଲେ ସୌମ୍ୟ ବାବୁ ଭଲ ଥିଲେ । ଯେଉଁଦିନ ପ୍ରଶ୍ନ ପଚାରିବା ଆରମ୍ଭ କଲେ, ତାପରେ ପ୍ରାୟୋଜିତ ରେଡ କରାଗଲା । ଏଭଳି କଣ ଗଣତନ୍ତ୍ରର କଣ୍ଠରୋଧ କରାଯାଏ ବୋଲି ପ୍ରଶ୍ନ କରିଛି ଦଳ ।
ଏହା ବି ପଢନ୍ତୁ- ଗଣମାଧ୍ୟମ ସଂସ୍ଥାକୁ ଆଇନର ଫାସ, ସୌମ୍ୟ ପଟ୍ଟନାୟକଙ୍କ ନାଁରେ ମାମଲା ରୁଜୁ
ସମ୍ବାଦ ଉପରେ ଇଓଡବ୍ଲ୍ୟୁ ରେଡ କରିବା ପ୍ରସଙ୍ଗ ନେଇ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜନୈତିକ ଅଭିସନ୍ଧି ରଖି ସମ୍ବାଦ ଉପରେ ପ୍ରାୟୋଜିତ ରେଡ କରାଯାଇଛି କହି ରାଜ୍ୟ ସରକାରଙ୍କୁ ବିଜେପିର ଜୋରଦାର ଟାର୍ଗେଟ । ଆଗାମୀ ଦିନରେ ରାଜ୍ୟବାସୀ ଏହାର ଉଚିତ ଜବାବ ନିଶ୍ଚିତ ଦେବେ ବୋଲି ସମୀର କହିଛନ୍ତି । ଗତ କିଛି ଦିନ ଧରି ରାଜ୍ୟରେ ଏକପାଖିଆ ଭାବେ ଏକଛତ୍ରବାଦ ଶାସନକୁ ଚଳେଇବା ପାଇଁ ସବୁ ଘଟଣା ଘଟୁଛି ।
ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀ ମୁକ ବଧିର ପାଲଟି ଯାଇଛନ୍ତି, ରାଜ୍ୟର ଗଣତନ୍ତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି: ବିଜେପି
ବିଜେପି ଆହୁରି କହିଛି ଯେ ଚତୁର୍ଥ ସ୍ତମ୍ଭ ଉପରେ ରାଜନୈତିକ ଅଭିସନ୍ଧି ରଖି ସରକାର ଯାହା କାର୍ଯ୍ୟାନୁଷ୍ଠାନ କରୁଛନ୍ତି, ଏହା ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ସମିଚୀନ ନୁହେଁ, କି ଗ୍ରହଣୀୟ ନୁହେଁ । ସାଢ଼େ 4 କୋଟି ଓଡିଆଙ୍କ ସ୍ୱାର୍ଥ ନେଇ ଯଦି କେହି ପ୍ରଶ୍ନ କରୁଛି ତେବେ ତାକୁ ନାଲି ଆଖି ଦେଖିବା କେଉଁ ଭଳି ନ୍ୟାୟ । ଗଣତନ୍ତ୍ରରେ ପ୍ରଶ୍ନ ପଚାରିବା ପାଇଁ ସମସ୍ତଙ୍କର ଅଧିକାର ଅଛି । ଏହାଦ୍ବାରା ଗଣତନ୍ତ୍ର ସମୃଦ୍ଧ ହୁଏ । ଯଦି ସରକାର ଏକ ଛତ୍ରବାଦ ଶାସନ ଚଳାଇବେ। ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ପ୍ରାୟୋଜିତ ରେଡକୁ ନିନ୍ଦା କଲା ବିଜେପି ।
ଏହା ବି ପଢନ୍ତୁ- ରାଜ୍ୟ ସରକାରଙ୍କ ମରଣ କାଳେ ବିପରୀତ ବୁଦ୍ଧି: ବିଜେପି
ବିଜେପି ନେତା ପୃଥୀରାଜ ହରିଚନ୍ଦନ କହିଛନ୍ତି, "ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି । ଯେଉଁ ସରକାର ଏବଂ ରାଜନୈତିକ ଦଳ ସମାଲୋଚନା ସହି ପାରେନି, ସେ ସରକାରରେ ଏକଛତ୍ରବାଦ ଶାସନ ଚାଲିଛି । ଦେଶରେ ଜରୁରୀକାଳୀନ ପରିସ୍ଥିତି ବେଳେ ଯେମିତି ଗଣମାଧ୍ୟମର ସ୍ଵାଧୀନତା ଛିନ୍ନ ହୋଇଥିଲା । ଏବେ ରାଜ୍ୟରେ ସମାନ ଅବସ୍ଥା ଦେଖିବାକୁ ମିଳୁଛି । ଖବରକାଗଜର ସମ୍ପାଦକ ଯେଉଁ ଦଳରେ ଥିଲେ ବି ସମ୍ପାଦକୀୟ ଲେଖିପାରିବେ । ରାଜ୍ୟରେ ଜଣେ ସଚିବ ଯେଉଁଭଳି ମହାରାଜା ଭଳି ବୁଲି ପ୍ରତିଶ୍ରୁତି ଦେଉଛନ୍ତି, ଏକଥା ଗଣତନ୍ତ୍ରରେ କୌଣସି ବିଧି ବିଧାନ ନାହିଁ । ଏକଥା ଯଦି କିଏ ଆଲେଖ୍ୟ ଲେଖି ସମାଲୋଚନା କଲେ ତାକୁ ଗ୍ରହଣ କରି ତାକୁ ସୁଧାରିବା ବଦଳରେ ପ୍ରତିଶୋଧ ପରାୟଣ ହୋଇ ରେଡ କରିବେ ଜେରା କରିବେ । ରାଜ୍ୟ ସରକାରଙ୍କ ଏକଛତ୍ରବାଦ ଶାସନ ବିରୋଧରେ କେହି ବି ଚୁପ୍ ରହିବେନି ।"
ଇଟିଭି ଭାରତ, ଭୁବନେଶ୍ବର