ଓଡିଶା

odisha

ETV Bharat / state

ମହିଳା ଏଏସଆଇ ଅସଦାଚରଣ କରି ବନ୍ଧା ହେଲେ ବିଜେପି କର୍ପୋରେଟର - bhubaneswar news

Bjp Corporator Arrested: ଲେଡି ASIଙ୍କୁ ଅସଦାଚାରଣ ମାମଲାରେ‌ ଗିରଫ ହେଲେ ବିଜେପିର ଯୁବ କର୍ପୋରେଟର । ତେବେ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିଛନ୍ତି ବିଜେପି କର୍ମୀ । ଅଧିକ ପଢନ୍ତୁ

ମହିଳା ଏଏସଆଇ ଅସଚାରଣ ଅଭିଯୋଗ , ଗିରଫ ହେଲେ ବିଜେପି କର୍ପୋରେଟର
ମହିଳା ଏଏସଆଇ ଅସଚାରଣ ଅଭିଯୋଗ , ଗିରଫ ହେଲେ ବିଜେପି କର୍ପୋରେଟର

By ETV Bharat Odisha Team

Published : Jan 12, 2024, 9:11 PM IST

ମହିଳା ଏଏସଆଇ ଅସଚାରଣ ଅଭିଯୋଗ , ଗିରଫ ହେଲେ ବିଜେପି କର୍ପୋରେଟର

ଭୁବନେଶ୍ୱର:ଗିରଫ ହେଲେ ବିଜେପିର ଯୁବ କର୍ପୋରେଟର । ଲେଡି ASIଙ୍କୁ ଅସଦାଚରଣ ମାମଲାରେ‌ ଗିରଫ କରିଛି ମଞ୍ଚେଶ୍ବର ଥାନା‌ ପୋଲିସ । ସଙ୍ଗୀନ ଦଫାରେ‌ କରାଯାଇଛି କୋର୍ଟ ଚାଲାଣ । କମିଶନରେଟ ପୋଲିସର ମିଳିଥିବା ସୂଚନା ଅନୁସାରେ ମଞ୍ଚେଶ୍ବର ଥାନାର ମହିଳା ଏଏସଆଇ ଅଞ୍ଜନା ବରାଳଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଛି ।

ଗତକାଲି ରାତ୍ରିରେ ପଳାଶୁଣି ପାଖରେ ୧୮ ନମ୍ବର ଓ୍ବାର୍ଡରେ ଏକ କାର୍ଯ୍ୟ ଚାଲୁଥିବା ବେଳେ ସେହି ଓ୍ବାର୍ଡ କର୍ପୋରେଟର‌ ଜୀବନଙ୍କୁ ଡକାଇଥିଲେ । ସେଠାରେ ସେ ପହଞ୍ଚିବା ପରେ‌ ଚାଲୁଥିବା କାର୍ଯ୍ୟକୁ ନେଇ କିଛି ଯୁକ୍ତି ତର୍କ ହୋଇଥିଲା । ଏନେଇ‌ ଖବର ପାଇ ଘଟଣା ସ୍ଥଳରେ ମଞ୍ଚେଶ୍ବର ଥାନା ପୋଲିସ ପହଞ୍ଚିଥିଲା । ସେଠାରୁ ବିଜେଡି କର୍ପୋରେଟର ଖସି ପଳାଇଥିବା ବେଳେ ବିଜେପି କର୍ପୋରେଟର ଫସିଯାଇଥିଲେ । ଏହାରି ଭିତରେ ଜୀବନ ଏବଂ ମହିଳା ଏଏସ ଆଇ ଅଞ୍ଜନା ବରାଳ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ପରେ ମହିଳା ଏଏସଆଇ ଜଣକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ତାଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାକୁ ନେଇ ମହିଳା ଏଏସଆଇ ଅଞ୍ଜନା ବରାଳ ଏନେଇ କୋଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ଏନେଇ‌ ସିନିୟର ଅଫିସର କହିବେ ବୋଲି ଗଣମାଧ୍ୟମକୁ ଏଡାଇ ଚାଲି ଯାଇଛନ୍ତି । ପୋଲିସ କେସ ନମ୍ବର ୯/୨୪ରେ ଏକ ମାମଲା ରୁଜୁ କରିଛି ।

ଏହା ମଧ୍ୟ ପଢନ୍ତୁ.....ବହୁ ଚର୍ଚ୍ଚିତ ବିଷ୍ଣୁ ଗୌଡ଼ ହତ୍ୟା ମାମଲା, ଅଭିଯୁକ୍ତ ଡାକ୍ତରଙ୍କୁ ଆଜୀବନ ଜେଲ୍

ତେବେ ଜୀବନଙ୍କ ସମର୍ଥକ ବସନ୍ତ କୁମାର‌ ଦାସ କହିଛନ୍ତି,"ରାଜନୈତିକ ଉଦ୍ଦେଶ୍ୟ ରଖି ଗିରଫ କରାଯାଇଛି । ସରକାରକାରଙ୍କ ଦୁର୍ନତିକୁ ବିରୋଧ କରିବାରୁ ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କୁ ଗିରଫ କରାଯାଇଛି । ବିଜେଡି କର୍ପୋରେଟର‌ ନାଁରେ ମାଳ ମାଳ ଅଭିଯୋଗ ଥିବାବେଳେ ଗିରଫ କରା ଯାଉନଥିବା ଅଭିଯୋଗ କରିଛନ୍ତି । ଏହା ସୁଚିନ୍ତିତ ଷଡଯନ୍ତ୍ର କରି ଜୀବନଙ୍କୁ ଫସାଇ ଦିଆଯାଇଛି । ଏହା ସହ ୧୮ ନମ୍ବର ୱାର୍ଡର କର୍ପୋରେଟର‌ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛନ୍ତି ।’’

ବିଜେପି କର୍ପୋରେଟର‌ ବିରୋଧରେ ପୋଲିସ ଦଫା 341 (ଅଟକାଇବା),332( ସରକାରୀ କର୍ମଚାରୀଙ୍କୁ ବାଧାଦେବା),294 (ସର୍ବସାଧାରଣ ଗାଳିଗୁଲଜ କରିବା) ,353 (ସରକାରୀ କର୍ମଚାରିଙ୍କୁ ଡ୍ୟୁଟିରେ ବିରୋଧ କରିବା),354 (ମହିଳା ଅସଦାଚରଣ କରିବା ),379( ଚୋରି ),506 (ଅପରାଧିକ ଉଦ୍ଦେଶ୍ୟ ରଖି ),34 (ସଙ୍ଘବଦ୍ଧ ଭାବେ ଅପରାଧ)185 Mv act (ମଦପିଇ ଉନ୍ମତ କାଣ୍ଡ ଘଟାଇବା) ଭଳି ସଂଙ୍ଗୀନ ଦଫା ଲଗାଇଛି ।

ଇଟିଭି ଭରତ, ଭୁବନେଶ୍ୱର

ABOUT THE AUTHOR

...view details