ଭୁବନେଶ୍ବର: ଆଇଟି ରେଡ୍ ଓ ମଦ ବ୍ୟବସାୟୀଙ୍କ ଠାରୁ ଶହ ଶହ କୋଟି ଟଙ୍କା ଜବତ ଘଟଣାରେ କଂଗ୍ରେସ ଓ ବିଜେପି ମଧ୍ୟରେ ଭିତିରି ସମ୍ପର୍କ ନେଇ ବିଜେଡି ଅଭିଯୋଗ କରିବା ପରେ ଏହାର ତୁରନ୍ତ ଜବାବ ରଖିଛି ବିଜେପି । ଚୋର ମୁହଁ ଟାଣ ଭଳି ବିଜେଡି ଅଭିଯୋଗ କରୁଛି ବୋଲି ଅଭିଯୋଗ କରିଛି ବିଜେପି । ବିଜେଡି ସରକାରରେ ଅଛି । 'ଶଙ୍ଖ ଖୋଳପାରେ କଂଗ୍ରେସ ମଦ ବେପାରୀ' ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ।
ଆୟକର ବିଭାଗର ଚଢାଉ, ମିଳିଲା କୋଟି କୋଟି ଟଙ୍କା । ମୁହାଁମୁହିଁ ହେଲେ ବିଜେଡି ଏବଂ ବିଜେପି । ଆଜି ବିଜେଡି ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ଅଭିଯୋଗ ଆଣିଛି । କହିଛି, ରାଜ୍ୟରେ ବିଜେପି ଏବଂ କଂଗ୍ରେସର ଚୋରା ପୀରତି ଚାଲିଛି । ଆୟକର ବିଭାଗ ଚଢ଼ାଉରୁ ୩୦୦ କୋଟି ଟଙ୍କା ମିଳିବା ପରେ ବିଜେପିର କେନ୍ଦ୍ରୀୟ ନେତୃତ୍ବ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ ସମାଲୋଚନା କରିଛନ୍ତି । କଂଗ୍ରେସ ଦୁର୍ନୀତିରେ ଲିପ୍ତ ଥିବା ବରିଷ୍ଠ ବିଜେପି ନେତାମାନେ କହିଛନ୍ତି ।
ବିଜେପି ସାଂସଦମାନେ କଂଗ୍ରେସର ଦୁର୍ନୀତି କଥା କହି ସଂସଦରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ଓଡିଶାରେ କିନ୍ତୁ ବିଜେପି କଂଗ୍ରେସକୁ ସୁରକ୍ଷା ଦେବା ପାଇଁ ଠିକା ନେଇଯାଇଛି । ରାଜ୍ୟ ବିଜେପି ଓଡିଶାକୁ ନିନ୍ଦା କରିବାକୁ ବହୁତ ବ୍ୟଗ୍ର । ମିଛ ଓ ମନ ଗଢ଼ା କାହାଣୀ କହି ଓଡିଶାକୁ ବଦନାମ କରିବାକୁ ବିଜେପି ଚାହୁଁଛି । ୩୦୦ କୋଟିରୁ ଅଧିକ ଟଙ୍କା ଛତିଶଗଡ ନିର୍ବାଚନରେ ବ୍ୟବହାର କରିବାକୁ ରଖା ଯାଇଥିବା କଥା କୁହାଯାଉଛି ବୋଲି ବିଜେଡି କହିଛି ।