ଓଡିଶା

odisha

ETV Bharat / state

ପଦ୍ମପୁର ଉପନିର୍ବାଚନରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ତଡ଼ିପାର କରାଯାଉ: ବିଜେପି - bjp state secretary lekhasri samantsinghar

ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ମନ୍ତ୍ରୀ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରୁଥିବାରୁ ତାଙ୍କୁ ପଦ୍ମପୁର ଉପନିର୍ବାଚନରୁ ତଡିପାର କରିବାକୁ ଦାବି କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢ଼ନ୍ତୁ

ପଦ୍ମପୁର ଉପନିର୍ବାଚନରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ତଡ଼ିପାର କରାଯାଉ: ବିଜେପି
ପଦ୍ମପୁର ଉପନିର୍ବାଚନରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ତଡ଼ିପାର କରାଯାଉ: ବିଜେପି

By

Published : Nov 20, 2022, 8:04 PM IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ନେଇ ସରଗରମ ହେଉଛି ରାଜ୍ୟ ରାଜନୀତି । ତେବେ ବିଭିନ୍ନ ଦଳ ପଦ୍ମପୁର ହାତେଇବାକୁ ଜୋରଦାର ପ୍ରଚାର ଆରମ୍ଭ କରିଥିବାବେଳେ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ମନ୍ତ୍ରୀ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରୁଥିବା ଅଭଯୋଗ କରି ପଦ୍ମପୁର ଉପନିର୍ବାଚନରୁ ତାଙ୍କୁ ତଡିପାର କରିବାକୁ ଦାବି କରିଛି ବିଜେପି ପ୍ରତିନିଧି ଦଳ ।

ପଦ୍ମପୁର ଉପନିର୍ବାଚନରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ତଡ଼ିପାର କରାଯାଉ: ବିଜେପି

ବିଜେପିର ଅଭିଯୋଗ ଅନୁସାରେ ନଭେମ୍ବର ୧୯ ତାରିଖ (ଶନିବାର) ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ସରକାରୀ ସ୍କୁଲ ଜୟଦେବ ଇନଷ୍ଟିଚ୍ୟୁରେ ଅଫ୍ ଟେକ୍ନଲୋଜିରେ ନିର୍ବାଚନୀ ବୈଠକ କରିଥିଲେ । ରାଜ୍ୟ ସରକାରଙ୍କ ଅନୁଦାନ ପ୍ରାପ୍ତ କଲେଜରେ ଶିକ୍ଷକଙ୍କ ସହ ବୈଠକ କରିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । କିପରି ନିର୍ବାଚନରେ ଟଙ୍କା ବଣ୍ଟାଯିବ, କିଏ ନିର୍ବାଚନରେ ପୋଲିଂ ଅଧିକାରୀ ଓ ପ୍ରିଜାଇଡିଂ ଅଧିକାରୀ ରହିବେ ସେ ନେଇ ଆଲୋଚନା ହୋଇଥିଲା । ଯାହାକି ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲଙ୍ଘନ ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

ଏନେଇ ଲେଖାଶ୍ରୀ କହିଛନ୍ତି, "ବରଗଡ଼ ଅଞ୍ଚଳ ସରକାରୀ କଲେଜର କୃଷ୍ଣ ମୋହନ ପଣ୍ଡା ଏହି ବୈଠକରେ ଉପସ୍ଥିତ ଥିଲେ । ସରକାରୀ କର୍ମଚାରୀ ହୋଇ ସେ ନିୟମ ଉଲଙ୍ଘନ କରିଛନ୍ତି । ରାଜ୍ୟ ସରକାରଙ୍କ ମନ୍ତ୍ରୀ ତାଙ୍କ ବିଭାଗର ଥିବା କର୍ମଚାରୀଙ୍କୁ ଡାକି ବେଆଇନ କାମ କରାଉଛନ୍ତି । ଯିଏ ନମାନୁଛି ତାଙ୍କୁ ଅନ୍ୟତ୍ର ବଦଳି ପାଇଁ ଧମକାଉଛନ୍ତି ମନ୍ତ୍ରୀ । କୃଷ୍ଣ ମୋହନଙ୍କୁ ଗିରଫ କରାଯିବା ସହ ମନ୍ତ୍ରୀଙ୍କୁ ତଡ଼ିପାର କାରଯାଉ ।" ସମ୍ବିଧାନ ବିରୋଧୀ କାମ କରୁଥିବାରୁ ନିର୍ବାଚନ ବ୍ୟବସ୍ଥାରୁ ମନ୍ତ୍ରୀଙ୍କୁ ବାହାର କରାଯାଉ ବୋଲି ଦାବି କରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details